You are currently viewing ଦୁଃଖାଳୟ
Odia Poem Dukhalaya (ଦୁଃଖାଳୟ) by Prativa Dash

ଦୁଃଖାଳୟ

ଦୁଃଖାଳୟେ ବସି ସୁଖକୁ ଖୋଜିଲେ
ସୁଖକି ମିଳିବ ଭାଇ
କର୍ମହିଁ ସାହସ ଆଶା ଅଭିଳାଷ
କର୍ମ କରିଚାଲ ଧାଇଁ…!

ଦୁଃଖାଳୟେ ବସି ସୁଖକୁ ଖୋଜିଲେ
ଅସ୍ଥିରତା ବଢ଼ି ଥାଏ
କର୍ମ ପଥେ ଆମେ ବାନ୍ଧି ହୋଇଗଲେ
ଅଭିଳାଷ ଯେ ନଥାଏ…!

ଦୁଃଖାଳୟେ ବସି ସୁଖକୁ ଖୋଜିଲେ
ଦୁଃଖ କି ହରଣ ହୁଏ…?
କର୍ମ ତତ୍ପରତା ସାଥିରେ ଥିଲେ
ସୁଖ ଆସି ଯାଇଥାଏ…!

ଦୁଃଖାଳୟେ ବସି ସୁଖକୁ ଖୋଜିଲେ
ଶାନ୍ତି କି ମିଳିବ ଭାଇ
ସ୍ୱର୍ଗୀୟ ପ୍ରେମର ପବିତ୍ରତା ଭରି
କର୍ମ କରିଚାଲ ଆନନ୍ଦ ହୋଇ…!

ଦୁଃଖାଳୟେ ବସି ସୁଖକୁ ଖୋଜିଲେ
ଖାଲି ଯେ କରିବ ପ୍ରତୀକ୍ଷା
କର୍ମ ସାଥେ ଆମେ ବନ୍ଧୁତା କଲେ
ସୁଖ, ଶାନ୍ତି କରେ ଅପେକ୍ଷା…!

ପ୍ରତିଭା ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରତିଭା ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।