You are currently viewing କରୋନାରେ ରଥଯାତ୍ରା
Odia Poem Corona-re RathaJatra (କରୋନାରେ ରଥଯାତ୍ରା) by Duleswar Sahu

କରୋନାରେ ରଥଯାତ୍ରା

ଠାକୁରଙ୍କ ପାଖେ ନାହିଁ ଆଜି ଭକ୍ତ
କରୋନା ପାଇଁ ଯେ ଡର
ହସଠୁ ବି ସେ ପ୍ରଚଣ୍ଡ ହସୁଛି
ମନୁଷ୍ୟଙ୍କୁ ଭାରି ଡର ॥

କୋଟିକୋଟି ଭକ୍ତ ଛିଡ଼ା ବଡ ଦାଣ୍ଡେ
ଚାଲୁଥିଲା ରଥଯାତ୍ରା
ଆଜି ସେବକଙ୍କୁ ଛାଡ଼ି ଭକ୍ତନାହଁ ପାଖେ
ବଡ଼ ଦାଣ୍ଡ ଦିଶେ ଖୋଲା ॥

ଗ୍ରାସିଲା କରୋନା ବିଶ୍ଵକୁ ଆମର
ଚାରିଆଡ଼େ ହାହାକାର
ଇଶ୍ଵରଙ୍କୁ ଛାଡ଼ି ଭକ୍ତ ନାହିଁ ପାଖେ
ଭକତ ହୋଇଲା ଦୂର ॥

ସାଇତିଛି ଆଜି ରଙ୍ଗ ବେରଙ୍ଗରେ
ସଜ ତମ ତିନି ରଥ
ମାଉସୀ ଘରକୁ ବିଳମ୍ବ ହେଉଛି
ବଡ଼ ଦାଣ୍ଡେ ବିଜେ କର ॥

ଭୂତାଣୁ ନିମନ୍ତେ ଭକ୍ତ ନାହଁ ପାଖେ
ଆସନ୍ତା ବର୍ଷକୁ ଦେଖା
ଭାରତ ବର୍ଷରୁ ତଡ଼ି ଦିଅ ପ୍ରଭୁ
କରୋନାରୁ କର ରକ୍ଷା ॥

– ଡୁଲେଶ୍ୱର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡୁଲେଶ୍ୱର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।