
ଏକ ଡାହାଣୀର ଅପମୃତ୍ୟୁ
ପୃଥିବୀରେ ଆଖି ଦୃଶିଆ ଭୌଗୋଳିକ ପରିବର୍ତ୍ତନ ଘଟେ ଅନେକ ବର୍ଷରେ । କିନ୍ତୁ, ଆମ ଗାଁ ବ୍ରାହ୍ମଣୀ ନଦୀ ତା’ ଗତିପଥ ବଦଳାଇଲା ମୋ ଆଖି ସାମ୍ନାରେ, ମୁଁ ୮ମ ଶ୍ରେଣୀରେ ପଢ଼ୁଥିବାବେଳେ । ତତ୍ ସହିତ ମଧ୍ୟ ବଦଳିଗଲା ଆମ ଗାଁର ଐତିହାସିକ ମାନଚିତ୍ର । ଏହା ଯେଉଁ ସମୟର କଥା, ସେତେବେଳେ ଗାଁ ମାନେ ସହରୀ ପ୍ରଭାବ ଠାରୁ ଥିଲେ ବହୁ ଦୂରରେ । ଗାଁ ମାନେ ଥିଲେ ନିରୋଳା ଗାଁ । ଅର୍ଥାତ୍…