Odia Poem Sashu Maa (ଶାଶୁ ମାଆ) by Himanshu Bhusan Sahu

ଶାଶୁ ମାଆ

ବାସର ରାତିର ପରଠାରୁ ରାତ୍ରୀ ତା’ ଶାଶୁକୁ ହାଡ଼େ ହାଡ଼େ ଚିହ୍ନିଦେଇଛି । ପ୍ରେମ ବିବାହରେ ଅସନ୍ତୁଷ୍ଟ ଶାଶୁ; ପୁତ୍ରବଧୂର ଭୋର ୪ଟାରେ ନ ଉଠି ଅଳସ ଭାଙ୍ଗି ୫ଟା ବେଳକୁ ଉଠିବା ଅସହ୍ୟ ବୋଲି କଥାରେ ନକହି ସକାଳେ ଗୁରୁଗୁରୁ ହୋଇ ମୁହଁ ଝିଙ୍ଗାସି ବିନା ଚପଲରେ ଦୁଆର ମୁହଁ ଖରକିବା ବେଳେ ମୁଣ୍ଡି ପହଁରାର ପଛପଟ କିଳା ଖୋଷାକୁ ନୂଆ ଶିଳପୁଆରେ ପିଟିବା ଥିଲା ହୁଏତ ଶାଶୁପଣିଆ । ସହରର ହାୱାରେ ବାଜି ବଡ଼…

ଅଧିକ ପଢ଼ନ୍ତୁ
Odia Story Mo Bapa (ମୋ ବାପା) by Rajesh Kumar Barik

ମୋ ବାପା

ମ୍ୟାଟ୍ରିକ୍ ରେଜାଲ୍ଟ ବାହାରିବାର ଥାଏ, ହାତରେ ମୋବାଇଲ୍‌ଟାକୁ ଧରି ଏକାକୀ ପୋଲ ଉପରେ ବସିଥାଏ ରାଜୁ । ମନରେ ଥାଏ ଅନେକ ବିତୃଷ୍ଣାର ସମ୍ଭାବନା… କାହିଁକି ନା ବାପା ଭାରି ରାଗି, ପରୀକ୍ଷାର ରେଜାଲ୍ଟ ଖରାପ ହେଲେ ବହୁତ ଗାଳି କରିବେ, ବହୁତ ମାଡ଼ ମାରିବେ । ଖାସ୍ ସେଇଥିପାଇଁ ତ ସେ ଆଜି ଡିଉଟି ନ ଯାଇ ଘରେ ବସିଛନ୍ତି । ତାଙ୍କର ବିବେକ ବୋଲି କିଛି ନାହିଁ, ଯେତେବେଳେ ଦେଖିବେ ଯାହା ସହ ଦେଖିବେ…

ଅଧିକ ପଢ଼ନ୍ତୁ
Odia Story Sabitri Brata (ସାବିତ୍ରୀ ବ୍ରତ) by Rajesh Kumar Barik

ସାବିତ୍ରୀ ବ୍ରତ

ସକାଳୁ ସକାଳୁ ଭୁବନେଶ୍ୱରର ଏକ ନମ୍ୱର ମାର୍କେଟ୍‌ଟା ଖଚାଖଚ୍ ଭିଡ଼ରେ ଭରି ରହିଥାଏ । ଦୋକାନୀ ସବୁ ଜୋର୍‌ଜୋର୍‌ରେ ଚିଲାଇ ଚିଲାଇ ଡାକ ଛାଡ଼ୁଥାନ୍ତି, “ନେଇଯାଅ ଭାଇ ଆମ୍ୱ କିଲକୁ ୧୦୦ ନେଇଯାଅ ଭାଇ ତାଜା ତାଜା କାଶ୍ମିରୀ ଆମ୍ୱ… ପଣଷ ଗୋଟା ଦୁଇଶହ… ସଜତୋଳା ଗୋଟା ପଣଷ… ହାତକୁ ଅଠା ପାଟିକୁ ମିଠା ନେଇଯାଅ ଭାଇ ନେଇ ଯାଅ… ଭାଇ ।” ହୋ ହାଲ୍ଲା ଶବ୍ଦରେ କାନ ଫାଟି ପଡ଼ୁଥାଏ । ଲୋକମାନେ ବି ସବୁ ଯିଏ…

ଅଧିକ ପଢ଼ନ୍ତୁ
Odia Story Samajika Prani (ସାମାଜିକ ପ୍ରାଣୀ) by Ghanashyam Palei

ସାମାଜିକ ପ୍ରାଣୀ

ସକାଳର ସୁନେଲି ସୂର୍ଯ୍ୟକିରଣରେ ବିଛେଇ ହେଇ ପଡ଼ିଥିବା ପୃଥିବୀଟା ଯେ ଦିନବେଳା ହଠାତ୍ ଘୂର୍ଣ୍ଣିଝଡ଼ର ଶୀକାର ହେବ, କଳା ହାଣ୍ଡିଆ ମେଘ ଢାଙ୍କି ଦେବ, ସୂର୍ଯ୍ୟଙ୍କ କିରଣରୁ ବଞ୍ଚିତ ହେବ, ଏକଥା କିଏ ଜାଣି ଥିଲା । ଯିମିତି ଆଦର୍ଶର ପରିବାକୁ ଆସିଥିଲା ଅଦିନରେ ଘୂର୍ଣ୍ଣଝଡ଼ । ତାଣ୍ଡବ ରଚିଗଲା କିଛି କ୍ଷଣରେ । ରୋଡ଼ ଆକ୍ସିଡ଼େଣ୍ଟରେ ବାପା-ମାଆ ଦିହେଁ ଚାଲିଗଲେ ଅଫେରନ୍ତା ରାଇଜକୁ । ଚାରିଆଡ଼େ ଅନ୍ଧାର ଦିଶୁଥାଏ ଆଦର୍ଶକୁ । ନା ନିଜେ ନିଜ…

ଅଧିକ ପଢ଼ନ୍ତୁ
Odia Story Atala Sagar (ଅତଳ ସାଗର) by Sushama Parija

ଅତଳ ସାଗର

ସେଦିନ ବଜାର ଭିତରେ “ନ୍ୟୁ ମାରିଅନ୍” ହୋଟେଲରୁ ବାହାରିଲା ବେଳକୁ ରାସ୍ତା ଆରପଟେ ଠିଆ ହୋଇଥିବା ଲୋକଟିକୁ ଦେଖି ଅଟକିଗଲା ସୌମିତ୍ର, ଚେହେରାଟି ଖୁବ୍ ଚିହ୍ନା ଚିହ୍ନା ମନେହେଉଥିଲେ ମଧ୍ୟ ଆଉ ଟିକିଏ ଭଲ କରି ଦେଖିବାକୁ ଚେଷ୍ଟା କରି ରାସ୍ତା ପାର୍ ହୋଇ ଆଗେଇଗଲା ଲୋକଟି ପାଖକୁ । ହଠାତ୍ ବୁଲି ପଡ଼ି ଚାହିଁଲା ଲୋକଟି ଏବଂ “ଆରେ ସୋମୁ ! ବହୁତ ଦିନ ପରେ…“କହି ଯେତେବେଳେ ତା’କୁ କୁଣ୍ଢେଇ ପକାଇଲା ଲୋକଟି, ସେତେବେଳକୁ ଯାଇ…

ଅଧିକ ପଢ଼ନ୍ତୁ