ବିଲେଇ
ପିଲାଦିନୁ ତା’ର ଆମିଷରେ ଦୁର୍ବଳତା ବୋଲି ଆମ ଘରେ ସମସ୍ତେ ତାକୁ ବିଲେଇ ବୋଲି ଡାକୁ । ଭଲମନ୍ଦ ତରକାରୀ ଟିକେ ହେଲେ ସେ ଥରକୁ ବାଦ ଆଉ ଥରେ ବୋଉ ସହ ତା’ପରେ ବାବା ସହ ବସିପଡ଼େ । ସିଂଗଡ଼ା, ଘୁଗୁନି, ଚାଟ, ଗୁପଚୁପ ସବୁ ଚଟ୍ କରିଦିଏ ସେ । ଏମିତିରେ ପିଲାବେଳେ ଗୁଦୁଲୁଗୁମାଟାଏ ହୋଇଥାଏ । ପୁରିଲା ପୁରିଲା ଦେହ । ବେକ ମୁହଁ ଲାଗି ଫୁଲକା ଫୁଲକା ଗାଲ ଭାରି ଗୁଲୁଗୁଲିଆ ଲାଗେ । ଯୋଗକୁ କୋଡ଼ପୋଛ ଛୁଆ ତେଣୁ…

