Odia Story Sei Pagali Jhiata (ସେଇ ପାଗଳି ଝିଅଟା) by Jyotiranjan Sahu

ସେଇ ପାଗଳି ଝିଅଟା

ଜାତୀୟ ରାଜପଥର ହେବ ସମ୍ପ୍ରସାରଣ । ରାସ୍ତା କଡ଼ର ଅନେକ ଘର ଭଙ୍ଗା ସରିଲାଣି । ଘର ଯେତେବେଳେ ଭଙ୍ଗାଯାଉଛି ସେତେବେଳେ ଗଛ କଥା ପଚାରୁଛି କିଏ? ରାସ୍ତା କଡ଼କୁ ଲାଗିଥିବା ବାପ ଅଜା ଅମଳର ଅନେକ ଗଛ କଟା ସରିଲାଣି । ସେମିତି ସାହୁ ବାବୁଙ୍କ ଘର ଆଗ ଅଗଣାର କିଛି ଅଂଶ ମଧ୍ୟ ଏହି ରାଜପଥ ସଂମ୍ପ୍ରସାରଣ ପାଇଁ ହେଉଥିବା ମାପରେ ପଡ଼ିଯାଉଛି । ହେଲେ ସାହୁ ବାବୁଙ୍କ ଘର ଆଗ ଅଗଣାରେ ଥିବା ସେ ବଉଳ ଗଛଟାକୁ ଆଜିକୁ…

ଅଧିକ ପଢ଼ନ୍ତୁ
Odia Story Kanyadan (କନ୍ୟାଦାନ) by Srimani Priyadarsini Das

କନ୍ୟାଦାନ

“ଦାନ ବୋଲି ମୁଁ ଯାହା ଜାଣିଛି ୩ଟି ପ୍ରଧାନ ଅଟେ । ରକ୍ତ ଦାନ, ଚକ୍ଷୁ ଦାନ, କନ୍ୟା ଦାନ । ଆପଣଙ୍କର ଏହି କନ୍ୟାଦାନ ହିଁ ଆମ ପାଇ ସବୁକିଛି । ଯୌତୁକ କିଛି ଦରକାର ନାହିଁ । ଚିନ୍ତା କରିବା କିଛି ଦରକାର ନାହିଁ, ଆପଣଙ୍କ ଝିଅ ନିଶ୍ଚୟ ଖୁସି ରେ ରହିବ ।” ରୋଜାର ବାପାଙ୍କୁ ତା’ ଶ୍ୱଶୁର ଏସବୁ କହୁଥାନ୍ତି । କିଛି ଦିନ ପରେ ରୋଜାର ବିବାହ ହୋଇଯାଏ । ଦିନଗୁଡ଼ିକ ସବୁ ଖୁସିରେ କଟିଯାଉଥିଲା । ହେଲେ ସୁଖ ପରେ…

ଅଧିକ ପଢ଼ନ୍ତୁ
Odia Story Mrutyu Pthe Manabikata (ମୃତ୍ୟୁ ପଥେ ମାନବିକତା) by Satyabrata Sethi

ମୃତ୍ୟୁ ପଥେ ମାନବିକତା

ଯେତେବେଳେ ସନ୍ତାନଟେ ଜନ୍ମ ନିଏ ସେତେବେଳେ ବାପାମା’ଠାରୁ ଆରମ୍ଭ କରି ଆତ୍ମୀୟ ପରିଜନ ତଥା ସାହିପଡ଼ିଶା ଖୁସି ହୋଇଥାନ୍ତି । କୌଶଲ୍ୟା ଏବଂ ସୁବ୍ରତ ଉଭୟ ସ୍ୱାମୀସ୍ତ୍ରୀ ସେଥିରୁ ବାଦ୍ ପଡ଼ିଥାନ୍ତେ କେମିତି? କେତେ ଦିଅଁ ଦେବତା ମାନସିକ କରି ଆଜି ତାଙ୍କ କୋଳରେ ସନ୍ତାନଟିଏ ଭଗବାନ ଦେଇଛନ୍ତି । ଦୁଃଖର ଯବନିକା ପକାଇ ଖୁସିର ବାତାବରଣଟିଏ ତିଆରି କଲେ ଭଗବାନ । ମନର ସିଲଟରେ ନିଜର ଖୁସିର ମୁହୂର୍ତ୍ତକୁ ହାତରେ ଗାରେଇ କ’ଣ ସବୁ ଲେଖିଦେଉଥିଲା କୌଶଲ୍ୟା । ମାର୍ଗଶିର ମାସ…

ଅଧିକ ପଢ଼ନ୍ତୁ
Odia Story Mun Au Mo Prema (ମୁଁ ଆଉ ମୋ ପ୍ରେମ) by Rajesh Kumar Barik

ମୁଁ ଆଉ ମୋ ପ୍ରେମ

ନୂଆ ନୂଆ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲ୍‌ରେ ମିଳେନା । ନୂଆ ସାଙ୍ଗ ଖୁଲମ୍‌ଖୁଲା ମସ୍ତି ତାହା ପୁଣି ଟିଚର କି ଘର ଲୋକଙ୍କ ଟେନସନ୍ ବିନା । ସତେ ଯେମିତି ମଣିଷ ଆଜାଦି ପାଇଗଲା । କିଛି ଦିନ ତ ବେସ୍ ଭଲ ଲାଗିଲା । ପରେ ଯେସାକୁ ତେସା ହୋଇଗଲା । କହିବାକୁ ଗଲେ ଅନର୍ସ ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ । ନିଜ ନିଜ ଅନର୍ସରେ ପଢ଼ାପଢ଼ି, କ୍ଲାସ ଓ…

ଅଧିକ ପଢ଼ନ୍ତୁ
Odia Story Nua Barsara Kishalaya (ନୂଆ ବର୍ଷର କିଶଳୟ) by Sarmistha Sahoo on New Year

ନୂଆ ବର୍ଷର କିଶଳୟ

କହୁ କହୁ ପୁଣି ଗୋଟିଏ ବର୍ଷ ବିତି ଯାଇଛି ଏହା ଭିତରେ । ବହୁତ କିଛି ବଦଳିବି ଯାଇଛି । ମୀରା ଏହା ଭିତରେ ହଜେଇ ଦେଇଛି ନିଜକୁ ନିଜର ସ୍ୱାମୀ ଓ ସୁନ୍ଦର ପିଲା ଦୁଇଟିର ମୋହମାୟା ଭରା ସଂସାର ଭିତରେ । ବାହାର ଦୁନିଆ ଖବର ଜାଣିବା, ଶୁଣିବା, ପଞ୍ଚାୟିତି କରିବା ଏ ସବୁଠାରୁ ବର୍ଷ ସାରା ନିଜକୁ ସବୁବେଳେ ଦୂରରେ ରଖିଛି । କାମବାଲୀ ଆସି କାମ ସହିତ ଆରମ୍ଭ କରି ଦେଉଚି ତା’ ଗପ ପସରା, “ଆଜି…

ଅଧିକ ପଢ଼ନ୍ତୁ