ଗୋଲାପ ଫୁଲ
ଗୋଟେ ସପ୍ତାହେ ହେବ ସ୍ମିତାର ମନ ବହୁତ ଖୁସି । ହବନି ବି କ’ଣ ପାଇଁ ଯେ, ଆସନ୍ତା ରବିବାର ଦିନ ସ୍କୁଲର ଆଲୁମିନି ମିଟ୍ । ସବୁ ସାଙ୍ଗମାନଙ୍କ ବରାଦ, ଏଇଥର ସମସ୍ତେ ଯିଏ ଯୋଉଠି ଥାଉ ନା କାହିଁକି ସମୟ ବାହାରକରି ସମସ୍ତଙ୍କୁ ନିହାତି ଯିବାକୁ ପଡ଼ିବ, ପ୍ରତ୍ୟେକଥର ହାତଗଣତି ପିଲା ଯାଆନ୍ତି; ଆଉସବୁ କିଛି ନା କିଛି ବାହାନା କରି ଯାଆନ୍ତିନି । ହେଲେ ଏଥର ସମସ୍ତେ ଯିବାକୁ ବାଧ୍ୟ । ସାଙ୍ଗସାଥି ହେଲେ ସ୍ମିତାର ଜୀବନ, କିନ୍ତୁ…

