Janha Dakuchi Aa

ଜହ୍ନ ଡାକୁଛି ଆ

ଗୋଟିଏ ଗ୍ରାମରେ ଏକ ଗରିବ ପରିବାର ବସବାସ କରୁଥିଲେ । ସେହି ଗରିବ ପରିବାର ମଧ୍ୟରେ ଗୋଟେ ଝିଅ ଆଉ ତା’ର ବିଧବା ମାଆ । ଝିଅଟିର ନାମ ପୂର୍ଣ୍ଣିମା ଏବଂ ତା’ର ବିଧବା ମାଆଙ୍କ ନାମ କୁନ୍ତଳା ଦେବୀ । ସେମାନେ ଦୁଇଜଣ ବାସ କରୁଥିଲେ । ଏବଂ ମା’ କୁନ୍ତଳା ଦେବୀ ଜଣେ ଧନୀ ଲୋକ ଘରେ ରହି ପାଇଟି କରିକି ଜୀବନ ନିର୍ବାହ କରନ୍ତି । ପୂର୍ଣ୍ଣିମାର ବୟସ ୪ ବର୍ଷ ହୋଇଥାଏ । ଦିନକର ଘଟଣା ସେଦିନ କାର୍ତ୍ତିକ ପୂର୍ଣ୍ଣିମା…

ଅଧିକ ପଢ଼ନ୍ତୁ
Danda

ଦଣ୍ଡ

ଶୀତ ରାତିର ଘାସ ଉପରେ ପହଡ଼ିଥିବା ଶିଶିର ବିନ୍ଦୁ ସମକ୍ଷ କିଛି କ୍ଷଣ ମଧ୍ୟରେ ନିଜର ସତ୍ତା ହରେଇବାର ଭୟ ଲିପୁନକୁ ଆହୁରି ବିଚଳିତ କରି ପକାଉଥାଏ । କେତେବେଳେ ହସ୍ପିଟାଲ ବେଡ୍ ତ କେତେବେଳେ ଝରକା ଆଡ଼େ ନିରନ୍ତର ଭାବେ ଚାହିଁ ଆଖିରୁ ଲୋତକ ଧାର ବୁହେଇ ଚାଲିଥାଏ । କେତେ କ’ଣ ସେ ଭାବି ନଥିଲା ମାନସୀକୁ ନେଇ ସଂସାର ଗଢ଼ିବାକୁ ହେଲେ ଦଇବ ବଇରୀ ସାଜି ଛଡ଼େଇ ନେଇଗଲା ତା’ ଓଠର ହସ ଓ ଜୀବନରୁ…

ଅଧିକ ପଢ଼ନ୍ତୁ
Sweet Ra Superhero

ସ୍ୱିଟିର ସୁପରହିରୋ

“ବାପା- ଗୋଟିଏ ପୁଅର ପ୍ରଥମ ସୁପରହିରୋ ଆଉ ଝିଅର ପ୍ରଥମ ପ୍ରେମିକ ।” ଯେତେବେଳେ ଏଇ କଥାଟି ମୁଁ ମୋ ବାପାଙ୍କୁ କୁହେ ସେ କୁହନ୍ତି ଝିଅର କ’ଣ ପାଇଁ ପ୍ରେମିକ ହେବେ, ଝିଅର ବି ହିରୋ । ଆଜିର ସମାଜରେ ଝିଅ ପୁଅଙ୍କଠାରୁ କୌଣସି ଗୁଣରେ କମ ନୁହଁନ୍ତି ତେବେ ବାପାଙ୍କ ପରିଚୟ ପୁଅ ଆଉ ଝିଅ ପାଇଁ ଅଲଗା କ’ଣ ପାଇଁ ହେବ । ବାପା ଝିଅର ବି ହିରୋ । ଝିଅକୁ ସ୍ୱାବଲମ୍ୱୀ ହେବାର ଶିକ୍ଷା ଦେଉଥିବା ହିରୋ,…

ଅଧିକ ପଢ଼ନ୍ତୁ

ଗପ ହେଲେ ବି ସତ

ପୁରୀ ଜିଲ୍ଲାର ସାକ୍ଷୀଗୋପାଳ । ସେଠାରେ ରହୁଥିଲେ ଦୁଇଟି ପରିବାର । ବହୁତ ଭଲ ସମ୍ପର୍କ ଦୁଇ ପରିବାର ମଧ୍ୟରେ । ଦାସ ବାବୁଙ୍କ ପୁଅ ସତ୍ୟ ଓ ପାତ୍ର ବାବୁଙ୍କ ଝିଅ ସୀମା ଅଳ୍ପ ସାନ ବଡ଼ । ଦୁହିଁଙ୍କ ଭିତରେ ପିଲାଟି ଦିନରୁ ଘନିଷ୍ଠ ବନ୍ଧୁତା । ସାଙ୍ଗ ହେଇ ଧୂଳିଘର କରିବାଠୁ ଆରମ୍ଭ କରି ସାଙ୍ଗ ହୋଇ ସ୍କୁଲ୍ ଯିବା, ସବୁବେଳେ ଏକାଠି, ଯେମିତି କ୍ଷୀର ଆଉ ନୀରର ସମ୍ପର୍କ । ବୟସ ବଢ଼ିବା ସହ ଦୁହିଁଙ୍କ ଭିତରେ ଥିବା ସମର୍କ…

ଅଧିକ ପଢ଼ନ୍ତୁ
Prahari - The Story of a protector

ପ୍ରହରୀ

ପାହାଡ଼ ଜଙ୍ଗଲ ଘେରା ଗାଆଁଟିଏ ମଧୁପୁର । ଅଧିବାସୀମାନେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର । ଜଙ୍ଗଲ ଜାତ ଦ୍ରବ୍ୟ ଆଉ ପାହାଡ଼ ଝରଣାରୁ ମିଳୁଥିବା ଦ୍ରବ୍ୟ ହିଁ ତାଙ୍କ ଜୀବନ ଜୀବିକା । ସରଳ ବିଶ୍ୱାସୀ ଆଦିବାସୀମାନେ କେବେ ଡାକ୍ତର, ଓକିଲ ଆଉ ଅଲଗା ଜୀବିକା ଲୋକମାନଙ୍କ ସଂସ୍ପର୍ଶରେ ଆସିବା ତ ଦୂର କଥା ତାଙ୍କୁ ଦେଖି ବି ନଥାନ୍ତି । ଖାଲି ଜଣେ ସହୃଦୟ ଦିଦି ଆଦିବାସୀ ଛୁଆମାନଙ୍କୁ ଆସି ପାଠ ପଢ଼େଇ ଦେଇ ଯାଆନ୍ତି । ସେଇ ଟିକିଏ ସଂସାଧନ ତାଙ୍କର…

ଅଧିକ ପଢ଼ନ୍ତୁ