ସ୍ୱାଭିମାନୀ ମଣିଷ
ଅଭିମାନ, ଗର୍ବ, ଅହଂକାର ତଥା କ୍ରୋଧ ଓ କଠୋରତା ଏହି ସବୁ ଆସୁରିକ ସମ୍ପଦ ବୋଲି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାରେ ସ୍ପଷ୍ଟୀକରଣ କରିଛନ୍ତି । ମାତ୍ର ଆଜିର ମଣିଷ ଭିତରେ ବୋଧହୁଏ ଏହିସବୁ ଗୁଣ ଭଲ ଭାବରେ ଦେଖିବାକୁ ମିଳିଥାଏ । ବୟସ୍କ ବ୍ୟକ୍ତି ତଥା ଯୁବପିଢ଼ିଙ୍କୁ ବାଦ ଦବା ପରେ ମଧ୍ୟ ଶିଶୁ ଓ ବୃଦ୍ଧ ମଧ୍ୟ ଏଇଥିରେ ଅନ୍ତର୍ଭୁକ୍ତ । କିନ୍ତୁ ଏହି ଅହଂଭାବ ଓ ଗର୍ବ ସେତେବେଳେ ନଷ୍ଟ ହୁଏ ଯେତେବେଳେ ନିଜର କିଛି କ୍ଷତି ହୁଏ…

