Odia Poem Ghara Jwain (ଘର ଜ୍ୱାଇଁ) by Giridhari Dhal

ଘର ଜ୍ୱାଇଁ

ଜନମ କଲା ଯିଏ ମୋ’ ପାଇଁ ପର ସିଏ ନିଜ ଗାଆଁକୁ ଭୁଲି ଶଶୁରଘର ଧାଏଁ ରହିଛି ହେଇ ଘର ଜ୍ୱାଇଁରେ ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥ ମୋ ଭାଗ୍ୟ କେତେ ଭଲ ରାତି ପାହିଲେ ଗେହ୍ଲ ଶାଶୁଶଶୁର ଶଳାଶାଳୀଙ୍କ ମାନେ ବୋଲ ସକାଳୁ ଉଠି ମାରେ ଝାଡ଼ୁରେ ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥ ସତେ ବରୁଣ ରାଜା ଶଶୁର ଅଟେ ମୋର ତାଙ୍କ ଦୟାରୁ ପୁରୁଛି ଏ ହତାଶ ଉଦର ତାଙ୍କ ଗୁଣ…

ଅଧିକ ପଢ଼ନ୍ତୁ
Odia Poem Bila Jhampudi (ବିଲ ଝାମ୍ପୁଡ଼ି) by Kali Kumar

ବିଲ ଝାମ୍ପୁଡ଼ି

ଟାଇଁ ଟାଇଁ ଖାରାରେ ବିସ୍ତୀର୍ଣ୍ଣ ଟାଙ୍ଗରା ଭୂଇଁ ଦୂର ଅଦୂରେ ଆଖିକୁ ଜନବସତି ଦୃଷ୍ଟ ନାହିଁ ନିଃସଙ୍ଗ ଖଜୁରୀ ଗଛଟି, ଦୁଇ ସନ୍ତାନ ସନ୍ତତି ନେଇ ପତ୍ର ତା’ ଅବୁଝା କଥା କହେ ଶୂନ୍ୟତା ସହ ସାଇଁ ସାଇଁ କାହିଁ କେଉଁ କାଳରୁ ଏକାକୀ ସେ ଛିଡ଼ା ହୋଇଛି ଯହିଁ ଠିକଣା ସେ ‘ବିଲ ଝାମ୍ପୁଡ଼ି’ର ଯେ, ତହିଁ ।୧। କେତେ ପରିତ୍ୟକ୍ତା ଚଢ଼େଇ ବସା, ବୋଧେ, ଦଉଡ଼ି ଦେଇ ଓହୋଳୁଥାଆନ୍ତି ତା’ଦେହରେ, ଏପାଖ ସେପାଖ ହୋଇ…

ଅଧିକ ପଢ଼ନ୍ତୁ
Odia Poem Gudi (ଗୁଡ଼ି) on Kite by Padmini Barik

ଗୁଡ଼ି

ପୁତ୍ର କନ୍ୟା ଏକ ଗୁଡ଼ିର ସଦୃଶ ଆକାଶେ ଉଡ଼ିବା ପାଇଁ, ସଂସ୍କାରର ବାର୍ତ୍ତା ହୋଇଥାଏ ସୂତା ଶାସନ ଦଣ୍ଡ ଲଟେଇ । ଆଗ ପଛ କରି ସୂତାକୁ ଟାଣନ୍ତି ଉପରକୁ ଯିବା ପାଇଁ, ସଂସ୍କାରର ସୂତା କଟି ଯାଏ ଯଦି ଗୁଡ଼ି ଭୂମିରେ ଲୋଟଇ । ଶାସନ ଦଣ୍ଡକୁ ଛାଡ଼ିଦେଲେ ତୁମେ ଗୁଡ଼ି ହେବ ଖଣ୍ଡ ଖଣ୍ଡ, ବାତ୍ସଲ୍ୟ ମମତା ଅସାର ହୋଇବ ତଳକୁ ହେବ ଯେ ମୁଣ୍ଡ । ଶାସନ କରନ୍ତି ପିତାମାତା ଯେବେ ରଖ…

ଅଧିକ ପଢ଼ନ୍ତୁ
Odia Poem Gaunli Jhia (ଗାଉଁଲିଝିଅ) by Narayn Paikaray

ଗାଉଁଲିଝିଅ

ଖେଳୁଥିଲି ଦିନେ ଗାଁ ଚାହାଳିରେ ହେଉଥିଲି ସାଙ୍ଗ ମେଳ ବଡ଼ହୋଇ ମୁଁ ପଢ଼ିଲି ପାଠ ଜାଣିଲି ଆମଝିଅଙ୍କ ଖେଳ । ବୁଡ଼ୁଅଛୁ ଆମେ ଗଭୀର ସାଗରେ ଉଡ଼ାଉଛୁ ରକେଟ ମହାକାଶେ ପୁଣି ଚଢ଼ୁଅଛୁ ଉଚ୍ଚ ପରବତ ଚଲାଉଛୁ କେତେ ଯନ୍ତ୍ରାଂଶେ । ଖେଳ ନାଚ ଗୀତ ବିଜ୍ଞାନରେ ହୋଇଛି ଆମର ଜୟ ତା’ସଙ୍ଗେ ପାଠ ଆଉ ଅଭିନୟରେ ପୁଅଙ୍କୁ କରାଉଛୁ ଭୟ । ଆମେ ହେବା ବାପାମାଆଙ୍କର ଜଣେ ଜଣେ ସୁନାଝିଅ ଆମେ ବଢ଼ିବା ଆମେ ପଢ଼ିବା…

ଅଧିକ ପଢ଼ନ୍ତୁ
Odia Poem Kemiti Eka Aswasti (କେମିତି ଏକ ଆଶ୍ୱସ୍ତି) by Sabita Satapathy

କେମିତି ଏକ ଆଶ୍ଵସ୍ତି

କିଏ କହିଲା କ୍ରୀତଦାସର ବେଡ଼ି ଖୋଲି ଯାଇଛି ପାଦର ଶୃଙ୍ଖଳ ଛିଡ଼ି ଯାଇଛି, ତା’ର ନିର୍ଯ୍ୟାତନା, ଯନ୍ତ୍ରଣା, ଯାତନା ସରିଯାଇଛି? ପେଟ କାକୁର୍ତ୍ତିରେ ଭିଟାମାଟିକୁ ଛାଡ଼ି ଦାଦନ ଖଟିବାକୁ ଯାଇ, ପ୍ରାଣ ନେଇ ଫେରିଥିବା ସେଇ କଙ୍କାଳସାର ମଣିଷକୁ ଦେଖ ! ସେଇ ନିର୍ଯ୍ୟାତନା, ସେଇ ଯନ୍ତ୍ରଣା ଯାତନାର ଛାପ ଦିକ୍ ଦିକ୍ ହୋଇ ଦିଶୁଛି । ଲୋମହର୍ଷଣକାରୀ କରୁଣ ଅନୁଭୂତିର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡ଼ୁଛି ତା’ର ପେଟ ଆଉ ପିଠିରୁ । ଦେଖ…

ଅଧିକ ପଢ଼ନ୍ତୁ