Odia Poem Mo Gaon (ମୋ ଗାଁ) by Chittaranjan Barik

ମୋ ଗାଁ

ପୂର୍ବାକାଶେ ବାଳରବି ଅପରୂପ ଉଷା ଛବି ଆଙ୍କି ଦେଇଅଛି ଯେହ୍ନେ ମାନସ ହସ୍ତେ, ବିଛାଇ କଂସାରି ଲତା ଶେଫାଳୀ ଶିଶିର ସ୍ନାତା କରେ ସେ ଉଷା ବନ୍ଦନା ଆନନ୍ଦ ଚିତ୍ତେ, ହାତେ ଧରି ଔତ୍ସୁକ୍ୟ ମୋତି ଅନୁପଲା ଦେଖାଏ ତା’ ବାତ୍ସଲ୍ୟ ପ୍ରୀତି ।୧। ପଶ୍ଚିମୁ ଆଦ୍ୟ ପାଇକା ତୀରରେ ହସଇ ମକା କ୍ଷେତ ଦିଶେ ଯେହ୍ନେ ଛାୟା ମିଶ୍ରିତ ଛବି, ନବବଧୂ ସ୍ନାନ ସାରି ଲାଜକୁଳି ଲତା ପରି ଯାଆନ୍ତି ନିଜ କୁଟିରେ ବିଭୁଙ୍କୁ ଭବି, ଅଗଣାରେ…

ଅଧିକ ପଢ଼ନ୍ତୁ
Odia Poem Mo Gaon Mo Utkala Mati (ମୋ ଗାଁ ମୋ ଉତ୍କଳ ମାଟି) by Basantilata Jena

ମୋ ଗାଁ ମୋ ଉତ୍କଳ ମାଟି

ମୋ ଉତ୍କଳ ମାଟି ପୁଣ୍ୟ ତୀର୍ଥ ମୋର ଜନମିଲି ତା’ କୋଳର ମୋ ଗାଆଁର ମାଟି ସବୁଠୁ ସୁନ୍ଦର ସବୁଜିମା ଭରପୂର ।୧। ମୋ ଗାଆଁର ଲୋକ ଭାଇ ଚାରା ନେଇ ଏକାଠି ମେଳି ହୁଅନ୍ତି ପୁନେଇ ପରବ ପାଳନ କରନ୍ତି ଗଣ୍ଡ ଗୋଳ ନ କରନ୍ତି ।୨। ସୁଖରେ ଦୁଃଖରେ ଠିଆ ହୋଇ ଥା’ନ୍ତି ଜଣେ ଜଣଙ୍କ ପାଖର ଭଲ ମନ୍ଦ କଥା ବୁଝିଣ ଥାଆନ୍ତି ଭାବି ନିଜ ପରିବାର ।୩। ଏ ଉତ୍କଳ ମାଟି ଗୌରବ ମୟ ପୁରାଣ…

ଅଧିକ ପଢ଼ନ୍ତୁ
Odia Poem Prema Upahara (ପ୍ରେମ ଉପହାର) by Ashutosh Meher

ପ୍ରେମ ଉପହାର

ଫୁଲ ଉପହାର ଦେଲ ସିନା ସଖୀ କଣ୍ଟା ଫୋଡ଼ିଗଲା ହାତେ, ଫୁଲ ଝାଉଁଳିଲା ରଙ୍ଗ ଉଡ଼ିଗଲା ଦାଗ ରହିଗଲା ସତେ ॥ କଣ୍ଟା ଫୁଲେ ଥିଲା ତୁମ ଦୋଷ କ’ଣ ତା’ରି ରଙ୍ଗେ ମନ ତୋଷ ସେଇ କଥା ଏକା ହୃଦୟରେ ଭରେ ରହି ହୁଏ ଅବଶୋଷ ॥ ସେ ଫୁଲ ପାଖୁଡ଼ା ପରଶେ ଲାଗଇ ସତେ କିବା ହୃଦ ତୁମ ସୁଗନ୍ଧରେ ଭରା ଭୁରୁ ଭୁରୁ ବାସ ମହକେ ପ୍ରେମିକା ନାମ ॥ ଦାଗ ଲଭିବାରେ…

ଅଧିକ ପଢ଼ନ୍ତୁ
Odia Poem Punei Ratira Pirati (ପୁନେଇ ରାତିର ପୀରତି) by Rajshekhar Chima

ପୁନେଇ ରାତିର ପୀରତି

ଚାନ୍ଦିନୀଭରା ଏହି ପୁନେଇ ରାତି, ନିଦ ବିନା ଯାହା ମଧୁଭରା ରାତି, ପ୍ରିୟାର ବିରହଭରା ଚପଳ ରାତି, ଗାଏ ମୁଁ ପ୍ରେମଭରା ସୁରମ୍ୟ ଗୀତି |୧| ମିଠା ଡଙ୍କ ମାରେ ଏ ଜହ୍ନ ରାତି, ନଭ ନକ୍ଷତ୍ର ଦେଖି ବିତାଏ ରାତି, ଚନ୍ଦ୍ରକାନ୍ତି ନେଲା ମୋର ମତିଗତି, ଅତ୍ୟନ୍ତ ସୁଖପ୍ରଦ ପ୍ରେୟସୀର ପ୍ରୀତି |୨| ପ୍ରେମିକା ଚିନ୍ତାରେ ଯାଏ ଦିନରାତି, ଯାହାର ସ୍ମୃତି ଅନ୍ଧକାରରେ ବତି, ଚାରୁ ଚନ୍ଦ୍ରାବତୀ ମୋ ପାଇଁ ବିଭୂତି, ଲଳିତ ଲାବଣ୍ୟବତୀ ମୋର…

ଅଧିକ ପଢ଼ନ୍ତୁ
Odia Poem Tuma Katha (ତୁମ କଥା) by Puspanjali Panda

ତୁମ କଥା

ତୁମ ମୋହ, ତୁମ ଦେହ ମୋହ ଏତେ ବାସ୍ନାୟିତ ଏଯାଏ କରିପାରୁନି ମୁଁ ନିରୁପିତ..! ତୁମ ବାସ୍ନା, ସେତ ଘନ ଜ୍ୟୋତ୍ସ୍ନା ଉପମା ରହିତ ଏଯାଏ ପଞ୍ଚ ପ୍ରାଣ ମୋର ପୁଲକିତ..! ତୁମ ବନ୍ଧନ ତୁମ ଘନ କମ୍ପନ ସେ ଅନୁଭବ ଏଯାଏ ତନୁ ମନ ମୋ ଦୋଳାୟିତ…! ତୁମ ଦୃଷ୍ଟି, ସେ ଦୁଷ୍ଟ ଦୃଷ୍ଟି ରଚେ ନୂଆ ସୃଷ୍ଟି ଏଯାଏ ପାରୁନି କରି ଚକ୍ଷୁ ଉନ୍ମିଳିତ….! ତୁମ ଆଶା, ପାଇବା ଆଶା ସେତ ଚରମ ନିଶା…

ଅଧିକ ପଢ଼ନ୍ତୁ