ଫୁଲ ଉପହାର ଦେଲ ସିନା ସଖୀ
କଣ୍ଟା ଫୋଡ଼ିଗଲା ହାତେ,
ଫୁଲ ଝାଉଁଳିଲା ରଙ୍ଗ ଉଡ଼ିଗଲା
ଦାଗ ରହିଗଲା ସତେ ॥
କଣ୍ଟା ଫୁଲେ ଥିଲା ତୁମ ଦୋଷ କ’ଣ
ତା’ରି ରଙ୍ଗେ ମନ ତୋଷ
ସେଇ କଥା ଏକା ହୃଦୟରେ ଭରେ
ରହି ହୁଏ ଅବଶୋଷ ॥
ସେ ଫୁଲ ପାଖୁଡ଼ା ପରଶେ ଲାଗଇ
ସତେ କିବା ହୃଦ ତୁମ
ସୁଗନ୍ଧରେ ଭରା ଭୁରୁ ଭୁରୁ ବାସ
ମହକେ ପ୍ରେମିକା ନାମ ॥
ଦାଗ ଲଭିବାରେ ସମୟ ବିତିବ
ସ୍ମୃତି ଫର୍ଦ୍ଦେ ହେବ ଲେଖା
କେଉଁ ରାଇଜରେ ଭେଟ ହେବା ଯେବେ
ଶେଷଥର ପାଇଁ ଦେଖା ॥
– ଆଶୁତୋଷ ମେହେର