ପ୍ରେମ ଅପ୍ଟିକସ୍
ପ୍ରେମ ଅପ୍ଟିକସ୍ରେ ତୋ’ ପ୍ରେମ ଠିକ୍ ଆଲୋକର ରଶ୍ମି ପରି, ଅନନ୍ତ ଦୂରରେ ଥିଲେ ବି ତୁ କେନ୍ଦ୍ରିତ ହୋଇଥାଉ ଏକ ବାସ୍ତବ ପ୍ରତିବିମ୍ବ ପରି, ଫୋକୋସ୍ରେ, ଅବତଳ ମନ-ଦର୍ପଣରେ । ନିକଟତର ହୋଇ ତୁ ଅସିଯାଉ ଯେବେ ମୋ ହୃଦ ବ୍ୟାସାର୍ଦ୍ଧ ମଧ୍ୟକୁ, ସୃଷ୍ଟି ହୁଏ ତୋ’ ଛଳନା ବୋଳା ପ୍ରତିବିମ୍ବ ମୋ ହୃଦୟର ପଛକୁ, ତୁ ହାରିଯାଉ, ଅବାସ୍ତବ ଓ ଆଭାସୀ ରଙ୍ଗରେ । ସବୁ ଭୁଲି ଯେବେ ପ୍ରତିଶୃତ କରିବାକୁ ଯାଏ ତୋ’ ଛଳନାବୋଳା ରଶ୍ମିକୁ,…

