ଜୀବନ ନାଟକ
କେତେବେଳେ ଶେଷ ହେବ କାହା ଅଙ୍କ ନଥିବ ଜମାରୁ ଜଣା ଅଭିନୟ ଶ୍ରେୟ ନିଶ୍ଚୟ ହୋଇବ ଯାତ୍ରାର ଶେଷ ପାଉଣା । ଜିଣିବାକୁ ହେବ ଦର୍ଶକ ହୃଦୟ ଢାଳିବାକୁ ହେବ ଲୁହ ଲୁଚେଇ ନିଜର ହୃଦୟ ଯନ୍ତ୍ରଣା ଭୁଲି ଯାଇ ଲୋଭ ମୋହ । ବାସଲ୍ୟ ଚରିତ୍ର ନୁହଁଇ ସହଜ ଯଉବନ ଭାରି କଷ୍ଟ ବୃଦ୍ଧ ଚରିତ୍ରରେ ଉପନୀତ ହେଲେ ହୋଇବାକୁ ପଡ଼େ ଶିଷ୍ଟ । ବଢ଼ି ବଢ଼ି ଚାଲେ ରାତ୍ରିର ଆୟୁଷ ପଡ଼େ ନାହିଁ କିଛି ଜଣା ଶେଷ ଦୃଶ୍ୟ…

