
ଖୋଜୁଛି ମୁଁ ନିଜକୁ
ଦୁନିଆ ଭିଡ଼ରେ ହଜି ଯାଇଥିଲି ଏବେ ମୁଁ ନିଜକୁ ଖୋଜୁଛି ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୦। ଯିଏ କହୁଥିଲା ଦେବରେ ଆନନ୍ଦ ସିଏ ନେଲା ସବୁ ଛଡ଼େଇ ନିଃସ୍ୱ କରି ମୋତେ ଦୁନିଆ ହାଟର ମଝିଦାଣ୍ଡେ ଦେଲା ଗଡ଼େଇ ପରାଜିତ ଏକ ସୈନିକ ପରି ମୁଁ ବଞ୍ଚିବା ପାଇଁକି ଯୁଝୁଛି ଜୀବନ ଗଣିତ ଅଗଣିତ ସୂତ୍ର ଗୋଟେ ପରେ ଗୋଟେ ବୁଝୁଛି ।୧। ଭଲପାଇବାଟା ସ୍ୱର୍ଗୀୟ ବିଭବ ଯିଏ କହିଥିଲା…