You are currently viewing କଳଙ୍କିତ କଳିଯୁଗ
Odia Poem Kalankita Kaliyuga (କଳଙ୍କିତ କଳିଯୁଗ) by Rudra Narayan Panigrahi

କଳଙ୍କିତ କଳିଯୁଗ

କଳିରୁ ହିଁ ସୃଷ୍ଟି ଯୁଗ ତାଟ ଏହି ନାଁ ପୁଣି କଳିଯୁଗ ।
କଳଙ୍କିତ ହୋଇ ଚାଲିଥାଏ ସଦା ଧର୍ମର ଘୋର ଅଭାବ ॥

ଜୀବଙ୍କ ଭିତରେ ସର୍ବଶ୍ରେଷ୍ଠ ବୋଲି ମାନବ ଜାତିଟା ମହାନ ।
କଦର୍ଯ୍ୟ ପ୍ରକୃତି କଳୁଷିତ ମନ ନିଜକୁ କରୁଛି ହୀନ ॥

ବିପଦେ ପଡ଼ିଲେ ସଚେତନ ହେବା ଅଟେ ଆଜିର ନୀତି ।
କାମ ସରିଗଲେ ଭୁଲି ଯିବାଟା ତ ଏହି ମଣିଷର ପ୍ରକୃତି ॥

ଅଭାବ ପଡ଼ିଲେ ଈଶ୍ୱର ପ୍ରାର୍ଥନା ଭାବରେ ମଦ ଦୋକାନ ।
ପଇସା ଆଜିତ ସବୁକିଛି ପୁଣି ନ ଥିଲେ ନାହିଁ ସମ୍ମାନ ॥

ବନ୍ଧୁତାର ମୂଲ୍ୟ ଭୁଲି ଯାଇଛି ସ୍ୱାର୍ଥପର ଏହି ମଣିଷ ।
ଭରସାହୀନ ସମାଜଟା ପୂରା ସବୁଠି ଖାଲି ବିଷ ॥

ସୁରକ୍ଷିତ ନୁହେଁ ନାରୀ ଜାତି ଆଜି ଯେଉଁଠୁ ସୃଷ୍ଟି ମାନବ ।
ଘୃଣା ଲାଗେ ଆଜି ଏ ପରିବେଶ ତା’ ଉଦ୍ଧାର କର ମାଧବ ॥

ପାପର ଭାରରେ କନ୍ଧୁଛି ଧରିତ୍ରୀ ବେଶୀ ଦିନ ଆଉ ନୁହଁ ।
ଧ୍ୱଂସ ପାଇଯିବ କିଛି ଦିନ ପରେ କଳଙ୍କିତ କଳିଯୁଗ ॥

– ରୁଦ୍ର ନାରାୟଣ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଟକ ଜିଲାର ସାଲେପୁର ସ୍ଥିତ ପୂର୍ବଛକର ବାସିନ୍ଦା ହେଉଛନ୍ତି ରୁଦ୍ର ନାରାୟଣ ପାଣିଗ୍ରାହୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।