Odia Poem Mo Bhai (ମୋ ଭାଇ (ଜେଜେ)) by Samyajit Patra

ମୋ ଭାଇ (ଜେଜେ)

ଦର୍ପଣ ଆଗରେ ମୋ ମୁଖରେ ଦେଖୁଅଛି ପ୍ରତିବିମ୍ବ ତୁମ ତୁମ ସହ ମୋ ହସ ଆଜି ମିଶିଯାଏ ଆଶ୍ଚର୍ଯ୍ୟ ଅନେକ । ତୁମ ସ୍ନେହ ଆଦରରେ ଖେଳୁଥିଲି ମୁଁ ତୁମରି କୋଳରେ ଦିନେ, ଆଜି ମୁଁ ଖୋଜି ହୁଏ, ଆନାମନା ହୋଇ, ମୋ ମନର ଭାବନା ଆଉ କିଏ ଜାଣେ । ସ୍ମିତ ହସ ତୁମ ମନେ ମୋ ପଡ଼ୁଛି ଏକାନ୍ତରେ ଥିଲାବେଳେ, ନିଶାର ଗଭୀର ପ୍ରହରୀରେ ନିଦ୍ରାଭଗ୍ନ ହୁଏ, ଦୁଃଖରେ ମୁଁ ଭାଳେ । ସଂସାରର ସବୁ ସୁଖ (ଖୁସି)…

ଅଧିକ ପଢ଼ନ୍ତୁ
Odia Poem Mo Gaon Dakuchhi (ମୋ ଗାଁ ଡାକୁଛି) by Samita Sahoo

ମୋ ଗାଁ ଡାକୁଛି

ସେ କହୁଛି ଗାଁକୁ ଫେରିଆ କହୁଛି – ରାସ୍ତାସବୁ ପକ୍କା ଏବେ ଆଉ କାଦୁଅ ହଉନି ଆଉ ବିଜୁଳି କଟୁନି ଓଦା ଗୋବର ଲିପା ଚଟାଣକୁ ଘୃଣାକରୁ ପରା ! ଏବେ ତ ପକ୍କା ଘର, ତୁ କ’ଣ ଆସିବୁନି? ଗାଁ କେତେ ବଦଳି ଗଲାଣି ଆଉ କ’ଣ ଥିବ ସେ ନଳକୂଅ କଳଙ୍କି ଧରିଥିବ ମୋ ବାଟ ଚାହିଁ ଚାହିଁ, ନାଇଁ, ଏବେ ତ ସବୁ ଘରେ ବୋରୱେଲ୍ ତାକୁ ସବୁ ଭୁଲି ଯିବେଣି । ଆଉ ଭିଡ଼…

ଅଧିକ ପଢ଼ନ୍ତୁ
Odia Poem Bidagdha Swara (ବିଦଗ୍ଧ ସ୍ୱର) by Roja Panda

ବିଦଗ୍ଧ ସ୍ୱର

ପଦେ ମିଠା କଥା, କେଇ ବୁନ୍ଦା ଆନନ୍ଦାଶ୍ରୁ କାଣିଚାଏ ପ୍ରେମ ଆଉ କିଛିଟା ବିଶ୍ୱାସ ବାସ ଏତିକି କଣ ଯଥେଷ୍ଟ ନୁହେଁ ଜୀବନ ବଞ୍ଚିବା ପାଇଁ… ଅଭଙ୍ଗ, ସଭଙ୍ଗ ଆଉ ଭଙ୍ଗାଭଙ୍ଗର ଅଳଙ୍କାର ଭିତରେ ଗୁଜ୍ଜରୀ ଛନ୍ଦକୁ ନେଇ, ରାଗ ଭୈରବୀରେ ରସର ତାଳେ ତାଳେ ଗୀତଟିଏ ଗାଇବା ପାଇଁ… ଜୀବନ କ’ଣ ଏତେ କଣ୍ଟକିତ ସତରେ? ପ୍ରତିଟି ପାଦରେ କ’ଣ କେବଳ ଯନ୍ତ୍ରଣାର ବିଦଗ୍ଧ ସ୍ୱର? ନା କେବଳ ଆମେ ହିଁ କରିଛେ ଏହାକୁ ଅନନ୍ୟ…

ଅଧିକ ପଢ଼ନ୍ତୁ
Odia Poem Mun Kashmiri Jhia Kahuchhi (ମୁଁ କାଶ୍ମୀର୍ ଝିଅ କହୁଛି) by Soubhagyabati Giri

ମୁଁ କାଶ୍ମୀର୍ ଝିଅ କହୁଛି

କରୋନା ଜ୍ୱାଳାରେ ତୁମେ ଆତଙ୍କିତ ମୁଁ ନିଇତି ଆତଙ୍କ ଦେଖୁଛି । ଦିନରାତି ଏଠି ସବୁ ତ ସମାନ ନିଆଁ ଝୁଲ ଖାଲି ଖସୁଛି, ତୁମେ ଘରେ ଲୁଚ କିଛିଦିନ ପାଇଁ ମୁଁ ନିଇତି ତ ଘରେ ଲୁଚୁଛି । ସୀମାନ୍ତ ଝିଅ ମୁଁ ନୀରିହ ମଣିଷର ଆର୍ତ୍ତନାଦକୁ ଶୁଣୁଛି ସେଠି ଦୁର୍ମୂଲ୍ୟ ସବୁ ମଣିଷ ଜୀବନ କେତେ ଟ୍ରିଟମେଣ୍ଟ୍ ଚାଲିଛି ଏଠି ଗ୍ରେନେଡର ଗର୍ଜ୍ଜନ ଆଗେ ଜୀବନ ମୂଲ୍ୟହୀନ ସାଜିଛି, ସେଠି କରୋନାଯୋଦ୍ଧାଙ୍କୁ ସମ୍ମାନସାର୍ଥେ କେତେ ଯେ ପ୍ରଶଂସା…

ଅଧିକ ପଢ଼ନ୍ତୁ
Odia Poem Duhita (ଦୁହିତା) by Sanjay Kumar Tripathy

ଦୁହିତା

ଭୂଇଁ ଛୁଇଁଲାଠୁ ଶାସନ ସଭିଙ୍କ ମଶାଣୀର ପଦା ଯାଏଁ ନିଜସ୍ଵ ସର୍ବସ୍ୱ ବୋଲି କିଛି ନାହିଁ ଆଦେଶ ଯେ ଠାଏଁ ଠାଏଁ । ଦୁନିଆଁ ଦେଖିଛି ଜାଣିଛି ସେ ମଧ୍ୟ ସବୁ ଯେ ପର ଏଇଠି ଜାଣିବା ଶୁଣିବା ଲୋକବାକ ମଧ୍ୟ ସ୍ୱାର୍ଥ ଯେ ଖୋଜନ୍ତି ଏଠି । କାହାକୁ କହିବ କିସ ବା କହିବ ସବୁ ତା’ ଆପଣା ଲୋକ ସ୍ୱାର୍ଥ ପାଇଁ ସିନା ସେମାନେ ହରିଲେ ମେଣ୍ଟାଇ ଶରୀର ଭୋକ । ଯାହା କିଛି ହେଉ ଭଗବାନ ସାକ୍ଷୀ…

ଅଧିକ ପଢ଼ନ୍ତୁ