
ଶହୀଦ
ସ୍ୱାଧୀନ ଚିତ୍ତର ସ୍ୱାଧୀନ ହସ୍ତରେ, ସ୍ୱାଧୀନ କରଇ ଯୁଦ୍ଧ; ପରାଧିନ ଗ୍ଲାନି ପରର ଗୋଲାମି, ସ୍ୱାଧୀନ ମାଗଇ ସୁଧ ।…୧ ସ୍ୱାଧୀନ ଜନ୍ମଇ ସ୍ୱାଧୀନ ବଢ଼ଇ, ସ୍ୱାଧୀନତା ପରିଚୟ; ଭାବନା ସ୍ୱାଧୀନ କର୍ମରେ ସ୍ୱାଧୀନ, ପରାଧିନ ଦେହେ ଭୟ ।…୨ ସ୍ୱାଧୀନ ମନରେ ସ୍ଵାଭିମାନୀ ଚାଲେ, ସ୍ୱାଧୀନକୁ କରି ଅସ୍ତ୍ର; ପରାଧିନତାର କୁଠାର ନିନ୍ଦାକୁ, ସ୍ୱାଧୀନେ ତଡ଼ଇ ଶସ୍ତ୍ର ।…୩ ସ୍ୱର୍ଣ୍ଣର ଚଢ଼େଇ ନାମରେ ବିଖ୍ୟାତ, ସ୍ୱାଧୀନ ବିଶାଳ ଦେଶ; ପଞ୍ଜୁରୀ ଭିତରେ ପକ୍ଷୀ ଛଟପଟ, ବନ୍ଦୀର ଫାଶରେ ଝାସ ।…୪ ମୁକ୍ତିର…