Odia Poem Jibana Kshana Kshanake Ana (ଜୀବନ କ୍ଷଣ କ୍ଷଣକେ ଆନ) by Dibyashree Biswabandya Jena

ଜୀବନ କ୍ଷଣ କ୍ଷଣକେ ଆନ

ନା ତୁ କେବେ କହିଲୁ ନା ମୁଁ କହି ପାରିଲି ତୋ’ ପାଦ ବି ଅଟକିଗଲା ଆଉ ମୋ’ର ବି ବାନ୍ଧି ହେଇଗଲା କଥାଟା କହି ଦେଇଥିଲେ ତ ସରି ଯାଇଥାନ୍ତା କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ ନା ମୁଁ ଶେଷ କରି ପାରିଲି ତୁ ତୋ’ ବାଟରେ ଚାଲିଗଲୁ ଆଉ ମୁଁ ମୋ’ ବାଟରେ ଦୁଇଟି ସମାନ୍ତରାଳ ରାସ୍ତାରେ ଏମିତି ଛୋଟ ଛୋଟ କଥାରେ, ମନ ମାରି ବସିଲେ ମନେଇବ କିଏ? ଜୀବନ…

ଅଧିକ ପଢ଼ନ୍ତୁ
Odia Poem Jamijaithiba Baraf Samparkare (ଜମି ଯାଇଥିବା ବରଫ ସମ୍ପର୍କରେ) by Mrutyunjay Patra

ଜମି ଯାଇଥିବା ବରଫ ସମ୍ପର୍କରେ

ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ କୁଶେଇ ନଦୀ କୂଳେ କୂଳେ ପଉଷର ପୂନେଇ ମେଳାରେ । ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ ଏଇ ଦେଖ, ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା; ଭିତରେ ଟିକି ଚଢ଼େଇଟା ଚାହିଁ ବସିଥିବ ବସା ଲେଉଟାଣି ବେଳ ମା’ ଚଢ଼େଇଟା ଆହାର ଆଣିବ । ତୁମେ ଗଲା ପରେ ବହୁଦିନୁ ନଈକୂଳେ ଯାଇନାହିଁ, ପଉଷଟା କେବେ ଆସେ କେବେ ଯାଏ ଜାଣିପାରେ ନାହିଁ, ତୁମେ…

ଅଧିକ ପଢ଼ନ୍ତୁ
Odia Poem Hajigala (ହଜିଗଲା) by Niranjan Pande

ହଜିଗଲା

ଶିକ୍ଷାରୁ ଚରିତ୍ର, କର୍ମ ଅପବିତ୍ର, ସମାଜର ହିତ ହଜିଗଲା; ଉଚ୍ଚ ଶିକ୍ଷା ନେଇ, ବଡ଼ ପଦ ପାଇ, ମାନବତା କାଇଁ ହଜିଗଲା? ସ୍ୱାଭିମାନୀ ହୋଇ, ଶାଗପେଜ ପିଇ, ଆନନ୍ଦେ ଚଳିବା ହଜିଗଲା; ଦରମା ଗୋଟେଇ, ଉପୁରି କମେଇ, ଆହୁରି ନିଅଣ୍ଟ ରହିଗଲା । ପରିବାର ପାଇଁ, ରାତିଦିନ ଧାଇଁ, ସପନର ଘର ଗଢ଼ି ଥିଲା; ବାପାକୁ ଦୂରେଇ, ମାଆକୁ ଦୂରେଇ, ବୃଦ୍ଧାଶ୍ରମେ ପୁଅ ଛାଡ଼ିଦେଲା । ଝିଣ୍ଟିକା ମାରଇ, ବଣିକୁ ପୋଷଇ, ଅଜ୍ଞାନ ଅନ୍ଧାରେ ହଜିଗଲା; ଧର୍ମକୁ ଅନେଇ, ମାନବ…

ଅଧିକ ପଢ଼ନ୍ତୁ
Odia Poem Swagatam Sarat (ସ୍ୱାଗତମ୍ ଶରତ) by Kalyani Nanda

ସ୍ୱାଗତମ୍ ଶରତ

ପାହାନ୍ତିଆ ନରମ ସକାଳରେ, ହରିତ କୋମଳ ଦୁର୍ବାଦଳେ, ନରମ ନରମ ଫୁଲ ପାଖୁଡ଼ାରେ, ଚିକମିକି ତୁହିନାଂଶୁ ହସିଦେଇ କୁହେ, ଶରତ ଆସୁଛି… ଶରତ ଆସୁଛି… ଶରତ ଆସୁଛି । ସବୁଜ କ୍ଷେତର ଧାରେ ଧାରେ, ମଥା ଦୋହଲାଇ କାଶତଣ୍ଡୀ ବାଆ ସାଥେ, ମାଆ ଜଗତ୍ ଜନନୀଙ୍କୁ ସ୍ୱାଗତ ଜଣାଉଥାଏ, ବୃନ୍ତ ଚ୍ୟୁତ ଶେଫାଳୀ ରାତ୍ରି ଶେଷେ, ଧରା ବକ୍ଷେ ଭୁରୁ ଭୁରୁ ଗନ୍ଧେ, ଚୁପି ଚୁପି କହୁଥାଏ କାନେ କାନେ, ଶରତ ଆସୁଛି.. ଶରତ ଆସୁଛି.. ଶରତ ଆସୁଛି ।…

ଅଧିକ ପଢ଼ନ୍ତୁ
Odia Poem on Empress Joséphine (ଯୋସେଫାଇନ ଆଗୋ) by BIjaya Parida

ଯୋସେଫାଇନ ଆଗୋ !

ଆନତ ନୟନା ଯୋସେଫାଇନ ଆଗୋ ! ଝୁର ତୁମେ ଏକାକିନୀ କପାଳରେ କର ନୟନରେ ନୀର ଭାବେ ମଗ୍ନା ଅଭାଗିନୀ ।୧। ମରାଳ ଗାମିନୀ ପଙ୍କଜ ନୟନୀ ସୁନ୍ଦରୀ ଅନୁପମା ରୂପ ରାଜି ତବ ସମୟ ପରଶେ ମଳିନ ହୋଇନି ଜମା ।୨। ଚନ୍ଦ୍ର ହଜିଛି ଦିଗନ୍ତର ବୁକେ ନୀରବ ନିଶିଥ ରାତୀ ଫରାସୀ ରାଜ୍ୟର ରାଜରାଣୀ ଆଗୋ ! କାହିଁ ଗଲେ ପ୍ରିୟ ସାଥୀ? ।୩। ନିଜେ ନିଜ ପ୍ରେମେ ଚିର ବନ୍ଦିନୀ ଥରି ଉଠେ ତନ ମନ ଅମର ପ୍ରେମରୁ ତୁଟିଛି…

ଅଧିକ ପଢ଼ନ୍ତୁ