
ଜମି ଯାଇଥିବା ବରଫ ସମ୍ପର୍କରେ
ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ କୁଶେଇ ନଦୀ କୂଳେ କୂଳେ ପଉଷର ପୂନେଇ ମେଳାରେ । ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ ଏଇ ଦେଖ, ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା; ଭିତରେ ଟିକି ଚଢ଼େଇଟା ଚାହିଁ ବସିଥିବ ବସା ଲେଉଟାଣି ବେଳ ମା’ ଚଢ଼େଇଟା ଆହାର ଆଣିବ । ତୁମେ ଗଲା ପରେ ବହୁଦିନୁ ନଈକୂଳେ ଯାଇନାହିଁ, ପଉଷଟା କେବେ ଆସେ କେବେ ଯାଏ ଜାଣିପାରେ ନାହିଁ, ତୁମେ…