
ପ୍ରତୀକ୍ଷା
ପବନ ଏବେବି ଅଭିମାନ କରେ ତୁମ ସ୍ପର୍ଶ ପାଇଁ ପତର ଫାଙ୍କରେ ଜହ୍ନ ଏବେବି ମୁହଁ ଘଷେ ଆକାଶ ଛାତିରେ ତୁମକୁ ଦେଖିବାକୁ ପୂର୍ଣିମା ରାତିରେ । ଲିଭିଲା ଜୁଇର ପାଉଁଶ ଗଦା ମୁଁ ବଞ୍ଚିବାର ଆଉ ରାହା ନାହିଁ ଋତୁ ପରେ ଋତୁ ଆସିଲା ଓ ଗଲା ତୁମେ କିଆଁ ଆସିଲ ନାହିଁ l ହୃଦୟର ସେହି ଜାଗାରେ ତୁମେହିଁ ପ୍ରିୟା ଥିଲ ଚିର ଦିନର ତୁମ ବିନା ସେହି ମଙ୍ଗଳ ଗ୍ରହ ଏକ ଶୂନ୍ୟ…