Odia Poem Kie Se (କିଏ ସେ) by Ganesh Prusty

କିଏ ସେ?

କିଏ ଆଙ୍କି ଦେଲା ନୀଳ ଆକାଶର କାନ୍‌ଭାସ୍‌ରେ ଧଳା ବାଦଲର ଛବି? କିଏ ଭରି ଦେଲା ମାନସ ପଟଳେ ପ୍ରେମ ଭରା ମିଠା ଗୀତି? କାହାଲାଗି ସଜା ସୁନ୍ଦର ଦୁନିଆ ଆତ ଜାତ ଚନ୍ଦ୍ର ରବି? ଖୋଜିଲି ଅନେକ… ସେ ଅଦୃଶ୍ୟ ପ୍ରତିମାକୁ ପାରିଲିନି କେବେ ଦେଖି । ହୃଦ୍‌ବୋଧ ହେଲା ସବୁ ତ ତାଙ୍କର ସେ ସ୍ରଷ୍ଟା ସେ ସୃଷ୍ଟି । ସର୍ବତ୍ର ବିଦିତ ଅସୀମ ଅନନ୍ତ ନାହିଁ ତାଙ୍କ ପ୍ରତିଛବି । – ଗଣେଶ…

ଅଧିକ ପଢ଼ନ୍ତୁ
Odia Poem Alekha Atita (ଅଲେଖା ଅତୀତ) by Abhay Kumar Panda

ଅଲେଖା ଅତୀତ

ନିଦାଘ ରବିଙ୍କ ଉତ୍ତପ୍ତ କିରଣ, ଆକାଶେ ଶାଗୁଣା, ଚିଲ ସମ୍ମେଳନ । ପବନେ ଭାସୁଛି ଶବ୍ଦ ବିକଟାଳ, ରକ୍ତସ୍ନାତ ମହୀ ଦିଶୁଛି ଉଜ୍ୱଳ ॥ ବସନ୍ତ ପବନେ ରକ୍ତଭିଜା ଗନ୍ଧ, ସୂଚନା ଦେଉଛି ସରିଛି ଏ ଯୁଦ୍ଧ । ଭୂପତିତ ସେହି ଶବର ସମ୍ଭାର, ଲେଖିଛି ଘଟଣାକ୍ରମ ଏ ଯୁଦ୍ଧର ॥ ଶିରହୀନ କେତେ ଅନାମିତ ନର, ସାଜିଛନ୍ତି ଆଜି ଲହୁର ସାଗର । ଲହୁରେ ପ୍ରସ୍ତୁତ ତିଳକ ଲଗାଇ, ଆଜି କେହିଜଣେ ହୋଇଛି ବିଜୟୀ ।…

ଅଧିକ ପଢ଼ନ୍ତୁ
Odia Poem Swadhinatara Istahara (ସ୍ୱାଧୀନତାର ଇସ୍ତାହାର) by Abhishek Tripathy

ସ୍ୱାଧୀନତାର ଇସ୍ତାହାର

ଦିନେ ଖାଇଲେ ଦି ଦିନ ମୁଁ ଉପାସ ଯେତେ ସରକାରୀ ଯୋଜନାସବୁ, ମୋ ପାଇଁ ମୂଲ୍ୟହୀନ ତୁଚ୍ଛା ଉପହାସ । କାଗଜରେ ଲେଖା ହେଇ ସବୁ ତ ଆସେ ହେଲେ କେଜାଣି କେମିତି ଅଧା ରାସ୍ତାରୁ, ଅଦୃଶ୍ୟ ହେଇ ଆଉ କାହା ପକେଟରେ ପଶେ । ସ୍ୱାଧୀନ ହେଇ ବି ମୁଁ ଗୋଲାମ ଆଜି ଦୁର୍ନୀତିର କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର? ମୁଁ ଗୋଟେ ସ୍ୱାଧୀନ ଗରିବ, ଆଉ ଏହା ମୋ’ର ଇସ୍ତାହାର ॥…

ଅଧିକ ପଢ଼ନ୍ତୁ
Odia Poem Swapna Raijara Pathe (ସ୍ୱପ୍ନ ରାଇଜର ପଥେ) by Rashmibala Satapathy

ସ୍ୱପ୍ନ ରାଇଜର ପଥେ

ସ୍ୱପ୍ନ ରାଇଜର ମୁଁ ଯେ ରାଜକୁମାରୀ, ମୋ ପାଇଁ ସ୍ୱପ୍ନ ଯେ ଚନ୍ଦ୍ରମାପରି । ନିଶି ଅନ୍ଧକାରେ ଆସେ ପାଦ ଚାପିକରି, ଧୋକା ଦେଇ ଚାଲିଯାଏ ପ୍ରଭାତକୁ ଫେରି ॥ ହଜି ଯାଏ ମୁଁ ସେଇ ସ୍ୱପ୍ନ ନଗରୀରେ, ଅସରନ୍ତି ସ୍ୱପ୍ନ ଭରି ମୋ ଦୁଇ ନୟନରେ, ପିଲାଲିଆମୀ କି ପାଗଳାମି ବୁଝି ତ ହୁଏନା, ବାସ୍ତବତାକୁ ଭୁଲିଯାଏ କାଇଁ ମୁଁ ଜାଣେନା ॥ ମୃଗତୃଷ୍ଣା ସମ ଧାଇଁ ଚାଲେ ସ୍ୱପ୍ନ ଆଡ଼କୁ, ଧାଇଁ ଧାଇଁ ଥକି…

ଅଧିକ ପଢ଼ନ୍ତୁ
Odia Poem Srikrishna (ଶ୍ରୀକୃଷ୍ଣ) by Sachidananda Mohanty

ଶ୍ରୀକୃଷ୍ଣ

ଧରଣୀ କ୍ରନ୍ଦନ ଶୁଣି ଜନାର୍ଦ୍ଦନ ପାପୀଙ୍କର ବିନାଶନ, ପାଇଁ ଅବତୀର୍ଣ୍ଣ, ପୃଥିବୀ ପୃଷ୍ଠରେ କଲେ ଧର୍ମ ସଂସ୍ଥାପନ । ଗବେଷକ ଗଣ କରନ୍ତି ବର୍ଣ୍ଣନ ଖ୍ରୀଷ୍ଟ ପୂର୍ବ ୩୨୨୭ ବର୍ଷ, ଭାଦ୍ରବ ଅଷ୍ଟମୀ ବୃଷରେ ରୋହିଣୀ କୃଷ୍ଣ ପକ୍ଷ ରାତ୍ର ଅର୍ଦ୍ଧ । ଗଗନେ ପ୍ରକାଶି ଅଷ୍ଟମୀର ବାରୀ ଗୋବିନ୍ଦ ହେଲେ ଭୂମିଷ୍ଠ, ନୀଳ କଳେବର ଜିମୂତ ସୁନ୍ଦର କାରା ଗୃହ ଉଦ୍ଭାସିତ । ଶଙ୍ଖ, ଚକ୍ର, ଗଦା, ପଦ୍ମ ଶ୍ରୀ ଭୂଜରେ ମାତା ପିତାଙ୍କୁ ଦର୍ଶନ,…

ଅଧିକ ପଢ଼ନ୍ତୁ