Odia Poem Sahid Matira Gaan (ସହିଦ ମାଟିର ଗାଁ') by Mrutyunjay Gopal Lal

ସହିଦ ମାଟିର ଗାଁ’

ମରାଳ ମାଳିନୀ ନୀଳାମ୍ବୁ ତଟରେ ଶୋଭାପାଏ ମୋ ଗାଆଁ, ମୋ ଗାଆଁରେ ବିଜେ ରାଧାମୋହନ ଜୀଉ ଛେଡ଼ାପଦର ତା’ ନାଆଁ । ଗାଆଁଟି ମୋର ଅତି ସୁନ୍ଦର ଏ ଧରାଧାମ ତଳେ, କେତେ ବୀର ସୈନିକ ଜନ୍ମ ନେଇଥିଲେ ମୋ ଗାଆଁ ପ୍ରକୃତି କୋଳେ । ମୋ ଗାଆଁରେ ଲୁଚିଛି କେତେ ଯେ କାହାଣୀ କେତେ ବୀରତ୍ୱର ଗାଥା, ମନେ ପଡ଼ିଗଲେ ଗର୍ବଗୌରବେ ଟେକିହୋଇଯାଏ ମଥା । ଗାଆଁରେ ଥିଲେ ବୀର ଯବାନ ମୋ ପ୍ରିୟ ଦୁଷ୍ମନ୍ତ ମାମୁଁ, ଗାଆଁ ପାଇଁ…

ଅଧିକ ପଢ଼ନ୍ତୁ
Odia Poem Sapanara Nayika (ସପନର ନାୟିକା) by Subhransu Sekhar Patnaik

ସପନର ନାୟିକା

କେବେ କେମିତି ତମେ ପାରିବ ଜାଣି ରାତି କାଟୁଛି ମୁଁ ତାରା ଗଣି ଗଣି ତମ କଥା ଭାବି ଭାବି ନିଦ ହେଉନି ତମର ମୋର ଏହି ପ୍ରେମ କାହାଣୀ ତମ ପ୍ରେମରେ ପାଗଳ ମୁଁ ହେଲିଣି ଖାଇବା ପିଇବା ଭୁଲି ମୁଁ ଗଲିଣି ଏମିତି କାହିଁକି ହେଲି ମୁଁ କେଜାଣି ସାଙ୍ଗସାଥିଙ୍କ ଠାରୁ ଦୂରେଇ ମୁଁ ଗଲିଣି ସହର ସାରା ପଡ଼ିଛି ଭାଲେଣି ମୋ ପ୍ରେମର କିଏ ସେ ରାଣୀ କିଏ ମୋ ହୃଦୟକୁ ଯାଇଛି…

ଅଧିକ ପଢ଼ନ୍ତୁ
Odia Poem Mo Gaon (ମୋ ଗାଆଁ) by Susmita Bavi

ମୋ ଗାଆଁ

ଗାଁ’ଟି ମୋର କେଡ଼େ ସୁନ୍ଦର ସ୍ମୃତି ରହିଛି ମୋ ପିଲାଦିନର ଯେଉଁଠି ଥିଲେ ଗାଁ’ର କଥା ମନେ ପଡ଼େ ବାରମ୍ବାର । ମୋ ଗାଁ ପାଣି ପବନରେ ଗଢ଼ା ମୋହରି ଜୀବନ ଶୁଝି କି ପାରିବି କେବେ ମୁଁ ତା’ରି ଋଣ । ସକାଳ ହେଲେ ପୂର୍ବ ଆକାଶେ ସୂର୍ଯ୍ୟ ଉଇଁଥାଏ ଜାତି ଜାତିକା ଫୁଲ ମହକରେ ଗାଁ ମୋର ମହକୁ ଥାଏ । ଚାଳ ଉପରେ କାଉର ରାବ ଗାଁ ମଝିରେ କୁକୁଡ଼ା ଡାକ ଲାଗଇ କେଡ଼େ ସୁନ୍ଦର ସକାଳ…

ଅଧିକ ପଢ଼ନ୍ତୁ
Odia Poem Byatita Barsa (ବ୍ୟତୀତ ବର୍ଷ) by Dibyashree Biswabandya Jena

ବ୍ୟତୀତ ବର୍ଷ

ବ୍ୟତୀତ ତିନିଶ’ ପଞ୍ଚଷଠି ଦିବସ ଅନ୍ତ ଆଉ ଏକ ବର୍ଷର । ବିତି ଯାଇଥିବା ପ୍ରତି ଏକ କ୍ଷଣ ସ୍ମରଣ କରାଇଲା କ୍ଷଣ କ୍ଷଣଠୁ ଆନ । କିଛି ଆଶା କିଛି ନିରାଶାର କ୍ଷଣ କିଛି ବିଶ୍ୱାସ ଆଉ ଅବିଶ୍ୱାସର କ୍ଷଣ । କେବେ ଖୁସିର ଜୁଆର କେବେ ଦୁଃଖର ସାଗର । ସମୟ ଯୋଡ଼ିଦେଲା କାହା ସଂସାର ସମୟ ସ୍ରୋତରେ ଉଜୁଡିଲା କା’ ସଂସାର । କେବେ ଶୂନ୍ୟ କେବେ ପୂର୍ଣ୍ଣ ବିତିଗଲା ଦିନ ପରେ ଦିନ । ପୁରୁଣା ହେଲା ଆଉ ଏକ…

ଅଧିକ ପଢ଼ନ୍ତୁ
Odia Poem Bichitrabarna (ବିଚିତ୍ରବର୍ଣ୍ଣା) by Basanta Kumar Pradhan

ବିଚିତ୍ରବର୍ଣ୍ଣା

ସରଳ ରେଖାଟେ ଅଟଇ ଯେ ନାରୀ ଉଭୟ ଦିଗକୁ ସେ ଗତିଶୀଳ, ଦେଖାଇ ପାରେ ସେ ସରଗପୁର ଆଉ କେବେ ପୁଣି ନରକ ଦ୍ୱାର । କରତ ପରି ଉଭୟ କ୍ରିୟାରେ ଦେଖାଇ ପାରେ ସେ କର୍ମକୁଶଳ ନଦୀ ପରି ସେହି ଚଳ ଚଞ୍ଚଳ ରହିଅଛି ତା’ର ଦୁଇଟି କୂଳ । ପ୍ରକୃତିକୁ ତା’ର କିଏ ବା ଜାଣିବ ନାରାୟଣକୁ ଯେ ଅଗୋଚର, ଜଳ ପରି ସେହି ସବୁ ଅବସ୍ଥାରେ ବ୍ୟାପ୍ତ ହୋଇଛି ଏ ଚରାଚର । ସକଳ ଶକ୍ତିର ଆଧାର…

ଅଧିକ ପଢ଼ନ୍ତୁ