Odia Poem Jibanara Khela (ଜୀବନର ଖେଳ) by Ashutosh Meher

ଜୀବନର ଖେଳ

ବଢ଼ି ଚାଲ ବନ୍ଧୁ ଦେଖି ନିଅ ଆଗେ ଜୀବନର ଜଳଛବି ଲଢ଼ି ଚାଲ ତୁ ହିଁ କାମେ ଅହରହ ହୋଇ ଜଣେ ଭାବ କବି । ଶ୍ରମରେ ଖୋଳିଲେ ରତ୍ନଗର୍ଭା ମାଟି ଢାଳି ଦେବ ତା’ର ସାର ଅଳସୁଆ ହୋଇ ନିନ୍ଦଇ କର୍ମକୁ ବୋହି କ୍ଷୋଭାସିକ୍ତ ଭାର । ରହିଯାଏ ଯେବେ ଭୁଲ କେଉଁ ବେଳା ଚିନ୍ତି ବାର ନାହିଁ ତିଳେ ଲଢ଼ିବା ଭାବନା ବଢ଼ାଇବ ଆଗେ ନିଜର ଅସୀମ ବଳେ । ଭାବିବା କାହିଁକି ଆଗେ ମାଡ଼ିଯିବା ଉଡ଼ାଇ ବିଜୟ…

ଅଧିକ ପଢ଼ନ୍ତୁ
Odia Poem Gatha Konarkara (ଗାଥା କୋଣାର୍କର) by Sarmistha Malla

ଗାଥା କୋଣାର୍କର

କୋଣାର୍କ !! ଏ ଜାତିର ଅସ୍ମିତା ବାରଶହ ବଢ଼େଇଙ୍କ ତ୍ୟାଗ ନୁହେଁ ଅନ୍ୟଥା ବାର ବରଷର ତପସ୍ୟା ଗାଏ ଧର୍ମପଦର ଅନନ୍ୟ ଗାଥା । କଳାର ସମ୍ରାଜ୍ୟ ହୋଇଛି ଖୋଦିତ ବଳି ପଡ଼ିଛି କାରୀଗରର ନିହାଣ ସ୍ୱେଦ, ରକ୍ତ ବିନ୍ଦୁର ପ୍ରତିଟି ସ୍ପନ୍ଦନେ ଝରେ କବିର ଲେଖନୀ ମୁନ । ଶିଳ୍ପ ହୋଇଛି ଆଜି ଅବିନଶ୍ୱର ଅମର ବିଶୁ ମହାରଣାଙ୍କ ଶିଳ୍ପୀ କୁଳ ସପ୍ତାଶ୍ଚର୍ଯ୍ୟ ମଧ୍ୟେ ହୋଇ ସ୍ଥାନୀତ ମଥା ଟେକି ରହିଛି ଆଜି ଶିଖରୀ ଚୂଳ । ଶ୍ରମିକ, କୃଷକଙ୍କ ବଳିଦାନର…

ଅଧିକ ପଢ଼ନ୍ତୁ
Odia Poem Samaya (ସମୟ) by Rudranarayan Panigrahi

ସମୟ

ଦୁନିଆରେ ଏକା ଏଇ ସମୟ ଅଟେ ସବୁଠୁ ନିର୍ଦ୍ଦୟ ପଲକେ ପଲକେ ବର୍ତ୍ତମାନଟା ଯେ ନେଇ ନେଇଯାଏ ବିଦାୟ । ଭାବନା କଳ୍ପନା ଭବିଷ୍ୟତ ସବୁ କେବେ ହୋଇଯାଏ ଅତୀତ ସମୟ ରୂପକ ତରଣୀରେ କେହି ମାରି ପାରନ୍ତିନି କାତ । ହସିବା ଖେଳିବା ବୁଲିବା ଭିତରେ ଶେଷ ହୋଇଯାଏ ଶୈଶବ ଆଜି ଏକାନ୍ତରେ ଭାବୁଥାଏ ବସି କାଳେ ମୋ ଅତୀତ ଫେରିବ । ଗଢ଼ି ତୋଳନ୍ତି ମୁଁ ନିଜକୁ ପୁଣି ମଣିଷରେ ଗୋଟେ ମଣିଷ ହେଲେ ଏହା ଅଟେ କଳ୍ପନା…

ଅଧିକ ପଢ଼ନ୍ତୁ
Odia Poem Bhangura Asha (ଭଙ୍ଗୁର ଆଶା) by Nalinikanta Dash

ଭଙ୍ଗୁର ଆଶା

ମନସମୁଦ୍ରର ବାଲୁକାପ୍ରସ୍ତରେ ଆଙ୍କି ଦେଲି ଛବି ତୁମର ସାରା ଜୀବନ ପ୍ରତିମୂହୁର୍ତ୍ତ ସାଥି ହୋଇ ରହିବ ବୋଲି ମୋ ଏକାନ୍ତର । ଭାବୁଥିଲି ସଦା କେଉଁ ରଙ୍ଗ, କେଉଁ ତୁଳୀରେ ଆଙ୍କିବି ଛବି ତୁମର ଯା’ ଦ୍ଵାରା ତୁମେ ହେବ ଅନୁପମ ଅଦ୍ଵିତୀୟ ସୁନ୍ଦରୀ ମୋ ପ୍ରେମ ଜଗତର । ଶୁଣିଲି ତୁମେ ପରା ଅନ୍ୟ କାହାକୁ ଭଲ ପାଅ !! ଆଉ କାହାରିର ଏକାନ୍ତର ସାଥି ହୋଇଯାଇଛ !! ପ୍ରଶ୍ନ ପରେ ପ୍ରଶ୍ନ କଲି, ବାରମ୍ବାର କରିଲି ପ୍ରତି ମୁହୂର୍ତ୍ତରେ ମନକୁ…

ଅଧିକ ପଢ଼ନ୍ତୁ
Odia Poem Pratarita Hrudaya (ପ୍ରତାରିତ ହୃଦୟ) by Rashmibala Satapathy

ପ୍ରତାରିତ ହୃଦୟ

ପ୍ରଶ୍ନ କରିଚାଲେ ମନ ମୋତେ ଆଜି, କାହିଁକି ତତେ ଭଲ ପାଇଲି । ତୁମ ଭଳି ପ୍ରତାରକକୁ କେମିତି ଜାଣି ନ ପାରିଲି ॥ ଅସୁମାରୀ ସ୍ୱପ୍ନ ମୋତେ ଦେଖେଇଲ, ଅସରନ୍ତି ପ୍ରେମର ବର୍ଷା କରାଇଲ । ଅଦିନିଆ ବର୍ଷା ଭଳି ତୁମ ପ୍ରେମ ଥିଲା, କ୍ଷଣକରେ ଆସି ପୁଣି କ୍ଷଣେ ଚାଲିଗଲା ॥ କିଏ ଜାଣିଥିଲା ଏମିତି ହେବ, ଦୁଇ ଦିନର କୁଣିଆ ସାଜି ମୋ ଜୀବନେ ଆସିବ । ମିଛି ମିଛିକା ଭଲ ପାଇବ, ମଝି ବାଟରେ ହାତ…

ଅଧିକ ପଢ଼ନ୍ତୁ