
ସ୍ୱପ୍ନରେ ପାଦଚିହ୍ନ
ଜୀବନ ବେଳାରେ କେତେ ଦୂର ବାଟ ଚାଲି ଆସିଲିଣି ମୁହିଁ, ପଛ ଲେଉଟାଣୀ ବେଳ ଯେ ହେଲାଣୀ ମନ ଅବା ବୁଝୁ ନାହିଁ । ନୀଳ ଦରିଆର ଅମୀୟ ଶୋଭାରେ ଜୀବନ ଯାଇଛି ଭୁଲି, ସୁଶୀତଳ ବାଆ ବାଟ କାଢ଼ି ନିଏ ସାଗର ତରଙ୍ଗ ମେଲି । ଏଇ ବେଳା କିଆଁ ଲାଗିଲା ମନରେ ପଛରେ କିଏ ମୋ’ ଆସେ, ଭୁରି ଭୁରି ବାସ ପ୍ରେମ ରଙ୍ଗେ ଅବା ସୁଗନ୍ଧ ଗଜରା ବାସେ । ବୁଲି ମୁଁ…