ଅଭିଶପ୍ତ ଜୀବନ
କିପରି କହିବି ହୃଦର ବେଦନା ମୁଁ ଅଟେ ଏବେ ଜ୍ଞାନଶୂନ୍ୟ ଜ୍ଞାନୀ ମଣିଷର କାର୍ଯ୍ୟ ସବୁ ଏବେ ହେଇ ଯାଉଛି ଅଜ୍ଞାନ…!! କହୁଛନ୍ତି ସବୁ ସୁନ୍ଦର ଏ ସୃଷ୍ଟି ସୁନ୍ଦର ଏଇ ଜଗତ ସୁନ୍ଦର ଜଗତେ ପେଟ ଚାଖଣ୍ଡେକୁ ମିଳୁନି ଗଣ୍ଡିଏ ଭାତ…!! ଭାଗ୍ୟ ଏବଂ ଭବିଷ୍ୟତ ମୋ ସାଥିରେ ଖେଳୁଛନ୍ତି ଛକି-ଶୂନ, ବର୍ତ୍ତମାନ ଏବେ ଅଛି ମୋ ସାଥିରେ ଭବିଷ୍ୟତ ବହୁଦିନ…!! ଭାଳୁଛି ମୁଁ ବସି ରେଳ ଧାରଣାରେ ହୋଇବି ମୁଁ କାହା ପରି ଏତେ…

