You are currently viewing ଭାଷା ପ୍ରୀତି
Odia Poem Bhasa Priti (ଭାଷା ପ୍ରୀତି) by Basanta Pradhan

ଭାଷା ପ୍ରୀତି

କାହା ସ୍ୱାର୍ଥରେ ଗଢ଼ିଉଠେ ଏତେ
ସାହିତ୍ୟ ଅନୁଷ୍ଠାନ?
ଭାଷାର ସମୃଦ୍ଧି ବଦଳରେ ଆଜି
ହେଉଛି ଅଧଃପତନ ।୧।

ଭାଷା ବଞ୍ଚିଲେ ଜାତିଟିଏ ବଞ୍ଚେ
ସେହି ତା’ର ସ୍ୱାଭିମାନ,
ଭାଷାକୁ ନେଇ ଗର୍ବ ଯେ କରଇ
ସେ ଜାତି ଅଟେ ମହାନ ।୨।

ମାତୃଭାଷାର ଉନ୍ନତି ନିମନ୍ତେ
ହେଉ ସମସ୍ତ ଉଦ୍ୟମ
ଭାଷା ଉନ୍ନତିରେ ଦେଶର ପ୍ରଗତି
ହେଉ ଯେ ହୃଦୟଙ୍ଗମ ।୩।

ଆମ ପୂର୍ବସୂରୀ କେତେ ସାଧ୍ୟ କରି
ରଖିଲେ ଭାରତୀ ଟେକ,
କଲମ ମୁନରେ ଗଢ଼ି ଯାଇଛନ୍ତି
କେତେ କଳା କୋଣାରକ ।୫।

ସମ୍ମାନ ଉପାଧି ଯାହା ବି ମିଳିଛି
ସବୁ ସାଧନାର ଫଳ,
ଆଜି କବିକୁଳ ଶସ୍ତା ସାହିତ୍ୟରେ
ସମ୍ମାନ ପାଇଁ ପାଗଳ ।୬।

ପ୍ରକୃତ ହୋଇଲେ ପ୍ରକୃତି ଯେ ଦିନେ
ପିନ୍ଧାଏ କୁସୁମ ହାର,
ଆତ୍ମ ବିଶ୍ୱାସ ସ୍ୱାଭିମାନ ତେଜି
କବି ଖୋଜେ ପୁରସ୍କାର !! ।୭।

ଲେଖାଟିଏ ଲେଖି ଦେଲେ କିଏ ଆଜି
ପାଇଯାଏ ମାନପତ୍ର,
ଶତଧିକ ସେହି ଅନୁଷ୍ଠାନକୁ
କରେ ଦୁରୁଁ ଦଣ୍ଡବତ ।୮।

କେତେ କବି ଆଜି କେତେ ଉପାଧିରେ
ହେଲେଣି ସବୁ ଭୂଷିତ,
ଅର୍ଥ ବଳେ ଆଜି ମିଳେ ମାନପତ୍ର
ହେବ କି ଜାତିର ହିତ? ।୯।

ସ୍ୱାର୍ଥକୁ ବରଜି ଦେଶ ଜାତି ହିତେ
ରଖ ନିଜ ସ୍ୱାଭିମାନ,
ଲକ୍ଷ୍ୟ ତୁମର ହୋଇଲେ ମହତ
ଲଭିବ ମାନ ସମ୍ମାନ ।୧୦।

– ବସନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।