କାହାକୁ ମୁଁ ସମାଜ କହେ?

କାହାକୁ ମୁଁ ସମାଜ କହେ?

ଶିଶୁ ଶ୍ରମିକମାନଙ୍କ ହାତରେ, ଅସହାୟତାର ଇଟା ହୀନମନ୍ୟତାର ସିମେଣ୍ଟ ବୁହାଯାଇ ସଭ୍ୟ ସମାଜର ନିର୍ମାଣ କରାଯାଏ ସେଇ ସଭ୍ୟତାରେ ପୁଣି, ଭବିଷ୍ୟତ ରାସ୍ତା କଡ଼ ଅଳିଆ ଗଦାରେ ସଢ଼ୁଥାଏ ତା’କୁ ମୁଁ ମୋର ସମାଜ କହେ । ଅସଂଖ୍ୟ ଶିକ୍ଷାନୁଷ୍ଠାନ: କୁଢ଼କୁଢ଼ ଡିଗ୍ରୀଧାରୀ ଶବ ଅନ୍ଧବିଶ୍ୱାସ ଓ ଅସ୍ପୃଶ୍ୟତାକୁ ଜାବୁଡ଼ି ଧରି ସଚ୍ଚୋଟତାର ମୁଖାପିନ୍ଧା ଚରିତ୍ରଗୁଡ଼ାକ ଏଠି ନିଇତି ଏଣ୍ଡୁଅ ପରି ରଙ୍ଗ ବଦଳାଉଥାଏ ତା’କୁ ମୁଁ ମୋର ସମାଜ କହେ । ନାରୀ ସେ ନାରାୟଣୀ,…

ଅଧିକ ପଢ଼ନ୍ତୁ
ଆସ ଆମେ ଯିବା

ଆସ ଆମେ ଯିବା

ଆସ ଆମେ ଯିବା ଆମ କଳ୍ପିତ ପୃଥିବୀକୁ, ଇପ୍ସିତ ସକାଳର ସୁନେଲି ଖରାରେ ବାଟ କାଢ଼ି, ରାତିର ଅନ୍ଧାରରେ ଆମର ଅସ୍ତିତ୍ବ ଖୋଜିବା ଶବ୍ଦର କୁହୁକରେ କବିତାର ଜାତକ ଲେଖିବା ତୁମର ପ୍ରତିଟି ‘ହଁ’ରେ ହିଁ ଆମେ କବିତା ଲେଖିବା, ପାହାନ୍ତି ସପନରେ ନୂଆ ଏକ ସକାଳର ଭବିଷ୍ୟ ଦେଖିବା, ରାତିର ନିରବତାରେ ସଞ୍ଜର ଇତିହାସ ପଢ଼ିବା ପବନର ଫିସଫିସରେ ପ୍ରେମର ବାର୍ତ୍ତାକୁ ଆମେ ସନ୍ତର୍ପଣେ ବୁଝି ନେବା, ନଈ ଏ ପାରି ଛିଡ଼ା ହୋଇ ଆର…

ଅଧିକ ପଢ଼ନ୍ତୁ
ବୋଉ ନଥିବା ବେଳେ

ବୋଉ ନଥିବା ବେଳେ….

ବୋଉ ଯାଇଛି ମାଉସୀ ଘରକୁ ଘରଯାକ କାମ ମୋ ମୁଣ୍ଡକୁ, ପାଉଁଜି ବାଜି ଛାତ ଉଠୁଛି ପଡ଼ୁଛି ଦମଦମ ପାଦ ଚଟାଣ ଖସୁଛି, ଝାଳ ଲତପତ କେଶ ଅଲରା ଘରଟାକୁ ଆଜି ମୁଣ୍ଡେଇଛି ପରା, ଠା ଠା କରି ଆଠ ଠା ବାଲି ଘରଗୋଟା ପା’ ପହରି ମୁଁ ଥିଲି, କେଡ଼େ ନିଷ୍ଠାରେ ଦେଲି ଦିଅଁପାଣି ପୂର୍ବ ପୁରୁଷ କିନ୍ତୁ ପାଇଲେନି ପାଣି, ରୋଷେଇ ଘରେ ବାଜୁଥିଲା ଡିଜେ ବାସନକୁସନ କରୁଥିଲେ ବିଜେ, ଗାଳିଦେଲି ଭାତ, ବୋହିଗଲା…

ଅଧିକ ପଢ଼ନ୍ତୁ
ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି

ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି

ସ୍ନିଗ୍ଧା ମହାନ୍ତିର ଶ୍ରାବଣୀ ବେଣୀର ମେଘର ବାସର ବସା ସେ ବେଣୀ ଝାଡ଼ିଲେ ଚାତକ ମୁଁ ମରେ ବଢ଼େ ହୃଦୟର ତୃଷା । ଏକ ଛତା ତଳେ ମୁଁ ଆଉ ସ୍ନିଗ୍ଧା ମହାନ୍ତିର ଦେହ ଶୀତୁଆ ପବନେ ତା’ ଭିଜା ଶାଢ଼ୀକାନି ଲୁଚାଇ ଦିଏ ମୋ ମୁହଁ । ସେ ଚାଲିଥାଏ ଆସ୍ତେ ପାଦ ରଖି ସରୁ ରାସ୍ତାର ଧାରେ ମୁଁ ତ ଚାଲୁଥାଏ ଦେହ ତାତି ରଖି ତା’ ଭିଜା ମୁହେଁ ଚାହାଣୀ ମୋ ଭିଡ଼…

ଅଧିକ ପଢ଼ନ୍ତୁ
ହେ ବନ୍ଧୁ

ହେ ବନ୍ଧୁ

ନୁହେଁ ମୁଁ ଅନନ୍ତ ନୁହେଁ ଯଶୋବନ୍ତ ନୁହେଁ ମୁଁ ଅଚ୍ୟୁତ ବଳରାମ ଦାସ ଜଗନ୍ନାଥ ଦାସ ପରି ସଖା ନୁହେଁ ତଥାପି ରହିଛି ମୋ ତୁମଠି ଭାବ । ସେ ଭାବକୁ ନେଇ କରୁଛି ଗୁହାରି ଭାବ ବିନୋଦିଆ ରଖ ମୋର ଅଳି ପଦ୍ମ ଚରଣରେ ତୁମ ସ୍ଥାନ ଦିଅ ପ୍ରଭୁ ବନ୍ଧୁ ତୁମ କରି ନିଅ । ବିଦୁରର ଶାଗ ଦାସିଆ ନଡ଼ିଆ ଭାବଥିଲା ବୋଲି ଲାଗିଲା ବଢ଼ିଆ ସୁଦାମାର ଖୁଦ ଆଉ ଶବରୀର କୋଳି…

ଅଧିକ ପଢ଼ନ୍ତୁ