Odia Poem Bapa (ବାପା) by Krushna Chandra Barik

ବାପା

ଆକାଶ ପରିକା ପ୍ରଶସ୍ତ ହୃଦୟ ଚମ୍ପା କଢ଼ି ପରି କର୍ମ, ସାଗରର ଢେଉ ନିର୍ବାକ ନିଶ୍ଚଳ କିଏ ବୁଝେ ତା’ର ମର୍ମ । କୁଳୁ କୁଳୁ ନାଦେ ବଣ ଝରଣା ସେ ତରୁ ଲତା ମାଳ ଛୁଇଁ, ଶୀତଳ ସମୀର ଶେଫାଳୀର ବାସ ବିତରିତ କରି ଦେଇ । ଅଝଟିଆ କେତେ ବରଷା ବିତାନ ନିର୍ଘାତ ସହିଛି ଅଙ୍ଗେ, ମୁରୁକି ହସଟେ ହସି ଦେଇ ସିଏ ଖେଳେ ଶସ୍ୟ ବିଲ ସଙ୍ଗେ । ଜହ୍ନି ଫୁଲ ପରି…

ଅଧିକ ପଢ଼ନ୍ତୁ
Odia Poem Asichhi Raja (ଆସିଛି ରଜ) by Mamata Sahu

ଆସିଛି ରଜ

ବରଷକେ ଥରେ ଆସିଛି ରଜ, ଆଣିଛି ତା’ ସାଥେ କେତେ ମଉଜ । ନୂଆ ଆଷାଢ଼ ମୌସୁମୀ ଆଜି, କହିଦିଏ ରଜ ଆସିଛି ଆଜି । ଗାଆଁରୁ ସହର ସଭିଏଁ ସଜ, ପାଳିବେ ବୋଲିକି ପରବ ରଜ । ମହକି ଉଠୁଚି ସହର ପଲ୍ଲୀ, କୁଆଁରୀ ମନ ତ ପଡ଼େ ଉଛୁଳି । କୁଙ୍କୁମ କଜଳ ଚନ୍ଦନ ଚିତା, ପାଦକୁ ସୁନ୍ଦର ସରୁ ଅଳତା । ଗଭାରେ ଝୁଲାଇ ଫୁଲ ଗଜରା, ଜାଇ ଜୁଇ ମଲ୍ଲୀ ବାସରେ…

ଅଧିକ ପଢ଼ନ୍ତୁ
Odia Poem Raja Mauja (ରଜ ମଉଜ) by Sushree Sangita Sethy

ରଜ ମଉଜ

ଆସିଲାରେ ରଜ ମଉଜ ନେଇ କରୋନା ମହାମାରୀକୁ ହରେଇ ଚାଲରେ ବାଳାଏ ହୋଇବା ସଜ ଆଜି ପରା ରଜ ସଜବାଜ । ପାଦରେ ପାଉଁଜି ଆଉ ଅଳତା ହାତରେ ମେହେନ୍ଦି ସେ ନାଲି ଛିଟା ହାତରେ ବାଜୁ ଚୁଡ଼ି ରୁଣୁଝୁଣୁ ରଜ ଦୋଳି ଖାଲି ରାତିଟା ଗଣୁ । ରାତି ପାହିଲେ ପରା ପହିଲି ରଜ କୁମାରୀମାନଙ୍କ ବଡ଼ ମଉଜ, ସଜବାଜ ହେଇ ଖେଳନ୍ତି ଦୋଳି ପାନ ସାଥେ ଗୀତ ଗାଇ କରନ୍ତି ମେଳି । କୋଳାହଳ…

ଅଧିକ ପଢ଼ନ୍ତୁ
Odia Poem Khaiba Chala (ଖାଇବା ଚାଲ) by Sambit Dalai

ଖାଇବା ଚାଲ

ପେଡ଼ା ଗୋଲ ଗୋଲ, ଚାଲ ଯିବା ଚଣ୍ଡିଖୋଲ । ଭୁଜା ଯଦି ପ୍ରିୟ ତୁମର, ଚାଲ ଯିବା ବାଲେଶ୍ଵର । ଖାଇବୁ କି ଛେନାପୋଡ଼, ଚାଲୁନୁ ଯିବା ନୟାଗଡ଼ । ଖଜା ଖାଇବୁ ମନ ଭରି, ଚାଲ ମାଡ଼ିଯିବା ପୁରୀ । ଖାଇବୁ ଇଡିଲି ସମ୍ବର, ବେଗି ଚାଲ ତୁ ବ୍ରହ୍ମପୁର । ସରସତିଆ ଭାରି ଜବର, ନନି ଯିବୁ କି ସମ୍ବଲପୁର । କଟକ କଥା ତ ନିଆରା, ସବୁରି ପ୍ରିୟ ଦହିବରା । ପାଳୁଅ…

ଅଧିକ ପଢ଼ନ୍ତୁ
Odia Poem Jubakrantira Masal (ଯୁବକ୍ରାନ୍ତିର ମଶାଲ) by Dinabandhu Bej

ଯୁବକ୍ରାନ୍ତିର ମଶାଲ

ଯୁବକ୍ରାନ୍ତିର ମଶାଲ ସଂସ୍କୃତି ପରମ୍ପରାର ଠିକଣା, ଦିଗନ୍ତ ପ୍ରସାରୀ ଡେଣା ପ୍ରାଚ୍ୟରୁ ପାଶ୍ଚାତ୍ୟକୁ କଲ ଉଡ଼ାଣ । ଧର୍ମ ଧାରଣର ଉର୍ଦ୍ଧ୍ୱରେ ବିଶ୍ଵବାସୀଙ୍କୁ କରାଇ ସ୍ମରଣ ଅନୁଭବ କରାଇଲ ହିନ୍ଦୁତ୍ଵର ଗଭୀରତା ଓ ଗାଢ଼ତା ଧର୍ମ ସଂସ୍ଥାପନର ଖମ୍ବ ମଜବୁତ କରାଇଲ ସ୍ୱାମୀ ବିବେକାନନ୍ଦ । ଯୁବକ୍ରାନ୍ତି କଲ ବିଶ୍ଵ ଆଧ୍ୟାତ୍ମକୁ ମହାକୁମ୍ଭ ମଧ୍ୟରେ ସୂର୍ଯ୍ୟସ୍ନାନ, ହେ ଯୁବ ପ୍ରତିଭାର ଆଦ୍ୟ ପ୍ରଣମ୍ୟ ଜାତୀୟ ଯୁବ ଦିବସରେ ତୁମ୍ଭକୁ କରୁଛି ଶତକୋଟି ନମନ । – ଦୀନବଂଧୁ…

ଅଧିକ ପଢ଼ନ୍ତୁ