mahamari-corona

ମହାମାରୀ କରୋନା

ହଇରେ କରୋନା ତୁ ଏତେ ଅବୋଧ ହୋଇଲୁ ଠାକୁର ଦେଶରେ ଆସି ତୁ ଯେ ପ୍ରବେଶିଲୁ ଜଣାନାହିଁ ବୋଧେ ତତେ ଇଏ ଠାକୁର ଦେଶ ତା’ କୋପ ଦୃଷ୍ଟିରେ ଆଜି ତୁ ହୋଇବୁ ଶେଷ ମହାମାରୀ ନାମରେ ତୁ ବିଶ୍ୱର ପରିଚିତ ତୋ’ ପାଇଁ ଚିନ୍ତିତ ଆଜି ଏ ସାରା ଜଗତ ସଭିଙ୍କ ମୁହଁରେ ଦେଲୁ ତୁ ଯେ ପଟି ବାନ୍ଧି ନର ରାକ୍ଷାସ ହେବୁ ବୋଲି କରିଛୁ କି ସନ୍ଧି? ଗୋଡ଼େଇ ଗୋଡ଼େଇ ଖାଇଲୁ ତୁ…

ଅଧିକ ପଢ଼ନ୍ତୁ
ନାରୀ ବନ୍ଦନା

ନାରୀ ବନ୍ଦନା

ସରିଛି ଏବେ ନାରୀ ବନ୍ଦନା ପୁଣି ଶୁଭିଲାଣି ତା’ର କାନ୍ଦଣା, କେଉଁଠି ବିଷ ତ କେଉଁଠି ହଣା ଗୃହ ବନ୍ଦୀ ସିଏ ମନା ଅଗଣା ॥ ଦିନ ଦ୍ୱିପହରରେ ହୁଏ ଧର୍ଷିତା ଜଳେ ପୁଣି ତା’ର ଚିତା ଜୀଅନ୍ତା, ଯୌନ ପିପାସୁ ବା ସେ ନରହନ୍ତା ବର୍ତ୍ତନ୍ତି ନାହିଁ ବି କୋଳ ଖେଳନ୍ତା ॥ ନାରୀର ମାନେ ଏଠି ଯାତନା ଅଭିଶପ୍ତ ସେ ମନା ଯୋଚ୍ଛନା, ନ୍ୟାୟର ମାନେ ଦୀର୍ଘ ପ୍ରତୀକ୍ଷା ନିଶ୍ଵାସ ବି ହାରେ କରି ଅପେକ୍ଷା ॥ ଗୁମୁରି…

ଅଧିକ ପଢ଼ନ୍ତୁ
Mun Nari

ମୁଁ ନାରୀ

ଜନନୀ ଭଗିନୀ ମୁଁ ଅବିରତ ବୁହା ଗଙ୍ଗା ମୁଁ ବନରେ ରହି ବି ସୀତା ମୁଁ ଲକ୍ଷ୍ମୀ ଚଣ୍ଡୀ ଦୁର୍ଗା ମୁଁ ପେଟରେ ପାଳିବାବାଲା ମୁଁ ବିନାଶକାରିଣୀ ବି ମୁଁ ସ୍ତ୍ରୀ ମୁଁ ହଁ ନାରୀ ମୁଁ ॥ ମୋତେ କ’ଣ ବା ଜାଳିବୁ ତୁ ଜଳନ୍ତା ଆଗ୍ନେୟଗିରି ମୁଁ ॥ ଅବଳା ନୁହେଁ ସବଳା ମୁଁ ହଁ କଳ୍ପନା ଚାୱଲା ମୁଁ ॥ ହଁ ସ୍ତ୍ରୀ ମୁଁ ହଁ ନାରୀ ମୁଁ ଅଭିଶାପ ନୁହେଁ ବରଦାନ ମୁଁ ॥ – ସତ୍ୟବ୍ରତ…

ଅଧିକ ପଢ଼ନ୍ତୁ
ଅଢ଼େଇ ଅକ୍ଷର

ଅଢ଼େଇ ଅକ୍ଷର

ଶୋଇଗଲୁ ଆଜି ଚିର ନିଦ୍ରାରେ ତୁ.. ଶାନ୍ତି ଜୁଇ ନିଆଁରେ.. ମାଟି ପିଣ୍ଡଟା ତୋ ନିମିସେ ମାତ୍ରକେ.. ପରିଣତ ପାଉଁଶରେ.. ଘର ଠୁ ଦୁଆର ଦାଣ୍ଡ ବାରି ଯାଏ.. ବୋଉ ଡାକ କି ମଧୁର.. ଲକ୍ଷେ ଆଲୋକର ରୋଷଣୀ ଥିଲେବି.. ତୋ ବିନା ଘର ଅନ୍ଧାର… ଦୁନିଆ ଦାଣ୍ଡରେ ବାଟ ଚାଲିବାକୁ ଶିଖେଇ ଥିଲୁ ତୁ ଦିନେ.. ଅଢେଇ ଅକ୍ଷର “ବୋଉ” ଶବଦ ଟା ହୀରା, ନୀଳା ନୁହେଁ ମାନେ.. ଅନନ୍ତ ଗଗନେ ତାରକା ସାଜିଲୁ.. ଅଫେରା…

ଅଧିକ ପଢ଼ନ୍ତୁ
Pratikshita Pratyusha

ପ୍ରତିକ୍ଷୀତ ପ୍ରତ୍ୟୁଷ

ନିଶିର ନିଷିଦ୍ଧ ଇଲାକାରେ ଅହରହ ସ୍ୱପ୍ନମାନଙ୍କର କପଟତା, ଅସ୍ତବ୍ୟସ୍ତ ବର୍ତ୍ତମାନକୁ ସାଉଁଟି ଭବିଷ୍ୟତର ଭୟାବହତାକୁ ପ୍ରଦର୍ଶିତ କରିବାର ନିରନ୍ତର ପ୍ରୟାସ । ତନ୍ମଧ୍ୟରେ ତୁମର ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ, ସତେ କେଉଁ ଚଳଚ୍ଚିତ୍ରର ମଧ୍ୟାନ୍ତରରେ ତମ୍ବାଖୁ ବିଜ୍ଞାପନ ପରି । ଅତିକ୍ରମ କରେ ଅତୀତ ମଧ୍ୟରାତ୍ରୀର ନିର୍ଜନତାରେ ମୋ ସ୍ୱପ୍ନର ଅପନ୍ତରା ଗଳି ଦେଇ । ଏପଟେ ଆଖିଠାରେ ବର୍ତ୍ତମାନ ପାହାନ୍ତିଆ ଉଷ୍ମତାରେ ଅତିଷ୍ଠ ମଶା ଧୂଆଁ ପିଇ ପିଇ । ଇତି ମଧ୍ୟେ ଆରମ୍ଭ ହୁଏ ସ୍ୱପ୍ନ ଓ ବାସ୍ତବତାର ଛକାପଞ୍ଝା । ପରିତୃପ୍ତିର…

ଅଧିକ ପଢ଼ନ୍ତୁ