jibanara-sesha-dina

ଜୀବନର ଶେଷ ଦିନ

ଜାଣିପାରନ୍ତି ଯଦି ମୁଁ ଆଜି ମୋ ଜୀବନର ଶେଷ ଦିନ ତଥାପି କ’ଣ ଆଜି ଯାଇଥାନ୍ତା ଠିକ୍ ସେମିତି ଗଲା ଦିନ ସବୁ ମୋର ବିତିଛି ଯେମିତି ନା… ମରିବା ଭୟରେ ବଞ୍ଚିଯାଇଥାନ୍ତି ସେ ସମୟକୁ ପ୍ରତ୍ୟେକଟି କ୍ଷଣ । ବଳକା ପଡ଼ିଯାଉଥିବା ସମୟ ସବୁ ହୁଏତ ସେଦିନ ପାଇଁ ପଡ଼ିଯାଆନ୍ତା ନିଅଣ୍ଟ ସୂର୍ଯ୍ୟ ଆଉ ଚନ୍ଦ୍ର ଉଦୟର ସୀମିତ ପରିସୀମା ଭିତରେ ହୁଏତ ମୋ ସ୍ୱପ୍ନ ସବୁ ପୂରଣ ହେବାପାଇଁ ଖୋଜୁଥାନ୍ତେ ବାଟ । ଲୁହ ଢାଳନ୍ତି ମନେପକାଇ…

ଅଧିକ ପଢ଼ନ୍ତୁ
prithibi

ପୃଥିବୀ

ପୃଥିବୀ ପୃଷ୍ଠକୁ ଋତୁଚକ୍ର କ୍ରମେ ଛଅ ଋତୁ ଆସିଥାଏ, ଗ୍ରୀଷ୍ମ ପରେ ବର୍ଷା ଶରତ ହେମନ୍ତ ଶୀତ ବସନ୍ତଟି ଯାଏ । ଗ୍ରୀଷ୍ମର ପ୍ରକୋପ କରେ ଅସ୍ତବ୍ୟସ୍ତ ବରଷାକୁ ଖୋଜୁ ଥାଏ, ଆକାଶ ବରଷା ଝରି ପ୍ରଶମିତ ଦେହ ମନୁ ଚାଲିଯାଏ । ଶରତ ହେମନ୍ତ ଘାସରେ କାକର ମୁକ୍ତା ପରି ଦେଖା ଦିଏ, ପ୍ରକୃତି ରାଣୀର ସବୁଜିମା ରୂପ ଆସ୍ତେ ଆସ୍ତେ ଭରିଯାଏ । ଶୀତର ବେଦନା ଜଣାଇ ଆସେନା ଦେହକୁ ଥରାଇ ଦିଏ ହେଲେ ଫଳ ପୁଷ୍ପ ଭରିଯାଇ…

ଅଧିକ ପଢ଼ନ୍ତୁ
tume

ତୁମେ

ତୁମେ ନୁହଁ ଛୋଟ ଗପଟିଏ ମୋ ଜୀବନ ପୁସ୍ତକର ଯାହାର ଥିବ ଅନ୍ତ ଆଉ ଆରମ୍ଭ, ତୁମେତ ସେଇ ଅସରନ୍ତି ପୃଷ୍ଠା ଯା’ ଦେହେ ଲେଖେ ମୁଁ କାହାଣୀ ମୋ ଅକୁହା ମନର । ଫୁଲଟିଏ ଅଟ ତୁମେ ଆଉ କାହା ବଗିଚାର ତୋଳିବାକୁ ସେ ଫୁଲକୁ ନାହିଁ ମୋର ଅଧିକାର, ହେଲେ ସେ ଫୁଲର ବାସ୍ନାକୁ କରିଛି ଆପଣା କେମିତି ବା କିଏ ତାକୁ କରିବ ମୋ ଠାରୁ ଦୂର । ସାଥି ହୋଇ ଥାଆନ୍ତି ସିନା ମେଳ…

ଅଧିକ ପଢ଼ନ୍ତୁ
swapna-paripanthi

ସ୍ୱପ୍ନ ପରିପନ୍ଥୀ

ନିର୍ଭୀକତାର ମୁଖା ପିନ୍ଧି ନିର୍ଦ୍ୱନ୍ଦରେ ବିଚରଣ କରୁଥିବା ପାହାନ୍ତି ରାତ୍ରୀର ଅପରିପକ୍ଵ ସ୍ୱପ୍ନମାନେ, କିମ୍ପା ଭୟ ଦିନର ପ୍ରସ୍ତୁରିତ ଅବଧିକୁ? ଯଦି ବି ବିତିଯିବାକୁ ଚାହଁ ମୋ ଦରଭଙ୍ଗା ନିଦରେ ସର୍ତ୍ତୀଳ ଇଚ୍ଛାମାନଙ୍କର ଅଗଣାକୁ । ମନ ମୋର ଉତ୍ତରଳ ଅତି ପ୍ରଖର ତା’ ନିସ୍ତବ୍ଧର ଗତି । ତନ୍ମଧ୍ୟେ ବି ସତ୍ତାୟିତ ଅକପଟ ହୀନ କ୍ଷୀଣ ସ୍ୱପ୍ନର ପ୍ରସ୍ତୁତି । ମୁଁ କିନ୍ତୁ ନୁହେଁ ନିଶ୍ଚେଷ୍ଟ, ନୀରବ ସ୍ନାୟୁମାନେ ସବୁ ସାଜି ଅସ୍ଥାଣୁ ଅଣ୍ଟା ଭିଡ଼ନ୍ତି ସ୍ୱପ୍ନର ବାସ୍ତବତାକୁ ପରଖିବାକୁ…

ଅଧିକ ପଢ଼ନ୍ତୁ
seimananku-pade

ସେଇ ମାନଙ୍କୁ ପଦେ

ଏଇଠି ଜନମୀ, ଏଠି ଖାଇ ପିଇ ଏ ପାଣି ପବନେ ବଢ଼ି ଏଇଠାରେ ପଢ଼ି, ଏ ମାଟିକୁ ଛାଡ଼ି ବିଦେଶକୁ ଗଲେ ଉଡି । ପୁଳା ପୁଳା ଟଙ୍କା, ରୋଜଗାର କରି କିଣିଲେ ଫ୍ଲାଟ୍ ଗାଡ଼ି ଇଙ୍ଗିରାଜି କହି, ଛାତିକୁ ଫୁଲାଇ ଚାଲୁଥିଲେ ନିଶ ମୋଡ଼ି । ଗାଁ କଥା କେବେ, ମନରେ ପଡ଼ିଲେ ଅସନା ରାଇଜ କହି ନାକ ଟେକୁଥିଲେ ସତେକି ଯେମନ୍ତେ ଏ ରାଇଜ ପଚା ଦହି । ଠିଇକି ବେଳକୁ ନିଦ ଭାଙ୍ଗିଗଲା ଗଣ୍ଠିଲି, ପେଡ଼ି ମୁଣ୍ଡାଇ…

ଅଧିକ ପଢ଼ନ୍ତୁ