ଗୁରୁକୁଳ
ପ୍ରାଚୀନ କାଳର ଗୁରୁକୁଳାଶ୍ରମ ଶ୍ରେଷ୍ଠ ଶିକ୍ଷା ନିଦର୍ଶନ, ପୂର୍ଣ୍ଣାଙ୍ଗ ଜୀବନ ନିର୍ମାଣରେ ତାହା ଲଭିଥିଲା ଶ୍ରେଷ୍ଠ ସ୍ଥାନ ।୧। ଅରଣ୍ୟ ମଧ୍ୟରେ ଗୁରୁ ଆଶ୍ରମରେ ରମ୍ୟ ପ୍ରକୃତି କୋଳରେ, ଛାତ୍ରଛାତ୍ରୀମାନେ କରୁଥିଲେ ଶିକ୍ଷା ଦୃଢ଼ ଶୃଙ୍ଖଳା ମଧ୍ୟରେ ।୨। କଠୋର ସଂଯମ ସାଧନା ମାଧ୍ୟମେ କରନ୍ତି ଶିକ୍ଷା ଗ୍ରହଣ, କର୍ମଭିତ୍ତିକ ନାନାବିଧ ଶିକ୍ଷା କରନ୍ତି ଗୁରୁ ପ୍ରଦାନ ।୩। ସମିଧ ସଂଗ୍ରହ ଫଳପୁଷ୍ପ ସହ ଗୋଚାରଣ ଗୋଦୋହନ, ଶିଷ୍ୟ ଭାବେ ସେହି ଗ୍ରାମ ନଗରରେ କରନ୍ତି ଭିକ୍ଷା ଗ୍ରହଣ ।୪। ପୁସ୍ତକ ଗତ…

