
ମୌସୁମୀ
ତୁମେ ଆସିଛ ବୋଲି… ସୁନ୍ଦର ଲାଗୁଛି ମୁଗ୍ଧ ପ୍ରତୀକ୍ଷାର ଅନ୍ତ ଘଟାଇ ଆସିଛ ତୁମେ ସାଗର ବକ୍ଷ ଡେଇଁ କେରଳ ତାମିଲନାଡ଼ୁ ସୀମା ଅତିକ୍ରମେ ମହୋଦଧି କୂଳେ କୂଳେ…… ନିସ୍ତେଜ ଗାଲିଚାକୁ ଛୁଇଁବାକୁ ଫାଙ୍କାଫାଙ୍କା ମେଘ ସାଥେ ଜହ୍ନର ଓଢ଼ଣୀ ଟାଣି… ॥ ତୁମେ ପୁଣି ଆସିଥିଲ ଶୀତଭିଜା ଦାରିଂବାଡ଼ିର ତମାଳ ଲତାରେ ମିଠା ସ୍ପର୍ଶ ଦେଇ ତତଲା ତାତିକୁ ଦୂରେଇବା ପାଇଁ ତା’ର ହେ ପ୍ରିୟତମା ମୌସୁମୀ ତୁମେ କିବା ଫେରିଛି ଅତନୁ ତନୁ ପ୍ରାପ୍ତ…