Abhinaya

ଅଭିନୟ

ମୋ ମନ ଶୂନ୍ୟତାର କିଆରୀରେ ବାରମ୍ବାର ପ୍ରତିଧ୍ୱନିତ ହୁଏ ସେଇ ଗୋଟିଏ ପ୍ରଶ୍ନ ଆଜିଯାଏଁ ମୁଁ ଜୀବନରେ କରିଛି କ’ଣ?? ଅତୀତକୁ ବଖାଣି ବସିଲେ ଦୁଷ୍ଟ ସ୍ମୃତିମାନ ସବୁ ନିଜ ନିଜର ଜାଗା ମାଡ଼ି ବସନ୍ତି ହୃଦୟର କେଉଁ ଏକ ମରୁଭୂମିରେ ॥ ମୁଁ ଜୀବନ ସଂଗ୍ରାମରେ ହାରିଯାଇ ଆଜି ପଥହରା ପାଲଟିଛି ଆଉ ମରୀଚିକା ପଛେ ଧାଇଁ ଧାଇଁ ପାଲଟିଛି କ୍ଲାନ୍ତ ଆଉ ସ୍ଲାନ୍ତ ॥ ମରିଯାଇଛି ମୋ ଜୀବନର ଯେତେ ସବୁ କାମନା ଓ…

ଅଧିକ ପଢ଼ନ୍ତୁ
Sesha Ichchha

ଶେଷ ଇଚ୍ଛା

ରକ୍ତର ନଦୀ ବୁହାଇ ରାଜ୍ୟ ପରେ ରାଜ୍ୟ ଜିଣି ରାଜା ପରି ଦେଖିବାକୁ ତତେ । ମୋର ଯାହା ଶେଷ ଇଚ୍ଛା ଜଣାଇ ଦେଉଛି ତେଣୁ ତତେ ଏଇ ପତରରେ । ତୋ ପାଇଁ ସାଇତିଛି ଧନ ଛୋଟ ଏକ ଦୀପଟିଏ ନାଶିବାକୁ ତମସାକୁ କର୍ତ୍ତବ୍ୟକୁ ତେଲ କରି, ତ୍ୟାଗର ସଳିତା ଦେଇ ତୋ ଦୀପ୍ତ ଶିଖାରେ । କେବେ ତୁ ସକ୍ଷମ ହବୁରେ ଧନ ! ପଢ଼ିବାକୁ ମୋ ମନର ଅକୁହା ଭାଷାକୁ । ସାତ ତାଳ ପଙ୍କ ମଧ୍ୟେ ଅଛି ଏକ…

ଅଧିକ ପଢ଼ନ୍ତୁ
Emitika Bou Milantaki

ଏମିତିକା ବୋଉ (ଶାଶୁ) ମିଳନ୍ତେ କି

ଏମିତିକା ବୋଉ ମିଳନ୍ତେ କି ଶାଶୁ-ବୋହୂ ଆମେ ରାତି ନପାହୁଣୁ ଚା’ ଦି’ କପ ଧରି ସାରା ରାଇଜଟା ଗପ ଗପନ୍ତୁ କି ! ଏମିତିକା ବୋଉ ମିଳନ୍ତେ କି ଭାଷାଗତ ପ୍ରଭେଦ ଛକା ପଞ୍ଝା ଆଉ କଥା କଟାକଟିରେ ଦିନଗୁଡ଼ା କଟି ଯାଆନ୍ତା କି ! ଏମିତିକା ବୋଉ ମିଳନ୍ତେ କି ଗେହ୍ଲେଇ କି ଆଦେଶ ଦିଅନ୍ତେ ଭୁଲ ବଟକାରେ ଗାଳି ନକରି ହସମଜାରେ ସୁଧାରି ଦିଅନ୍ତେ କି ! ଏମିତିକା ବୋଉ ମିଳନ୍ତେ କି ଆରିସା ଚିତ୍ତଉ ପୋଡ଼…

ଅଧିକ ପଢ଼ନ୍ତୁ
Mo Bou

ମୋ’ ବୋଉ

ମୋ’ ବୋଉ, ତୋ’ର ପଣତକାନିରେ ମୋ ଜୀବନ ବନ୍ଧା ଥାଉ, ତୋ’ର ସ୍ନେହର ବାରିଧାରା ସର୍ବଦା ମୋ ପାଇଁ ବହୁ; ମୋ’ ବୋଉ, ତୋ’ର ହସ ହସ ମୁହଁ ସଦା ମୋ ଆଖି ଆଗେ ଥାଉ, ତୋ’ର ଆଶୀର୍ବାଦରେ ମୋ ଜୀବନ ଆଲୋକିତ ହେଉ; ମୋ’ ବୋଉ, ତୋ’ର ଉତ୍ସର୍ଗ ମୋ ପାଇଁ କେବେବି ବୃଥା ନ ଯାଉ, ତୋ’ର ମାର୍ଗଦର୍ଶନରେ ମୋ ମନୋବଳ ଦୃଢ଼ ହେଉ; ମୋ’ ବୋଉ, ତୋ’ର ଶିକ୍ଷା ଓ ଆଦର୍ଶରେ ମୋ…

ଅଧିକ ପଢ଼ନ୍ତୁ
Atmahatya

ଆତ୍ମହତ୍ୟା

କହିବାର ଅଛି ଯଦି କହିଦିଅ ଆଉ ହୁଏତ ଫେରିବନି ଏ ସମୟ, “ନା” ହେବାର ଆଶଙ୍କାରେ କେତେଦିନ ଆତଙ୍କିତ ହେବ ହୃଦୟ ॥ ପରେ ପଶ୍ଚାତାପ ହେବ ନିଶ୍ଚେ ଜହ୍ନ ଆକାଶରୁ ଚାଲିଗଲା ପରେ, ନା ହେଇଗଲେ ପ୍ରତୀକ୍ଷା ସରିଯିବ, ବ୍ୟଥିତ ହେବନି ଅକୁହା ବେଦନାରେ ॥ ଆଉ ଯଦି “ହଁ” ହୋଇଯାଏ, ଜୀବନ ପଲ୍ଲବିତ ହେବ ପ୍ରେମର ରଙ୍ଗରେ, ବଦଳିଯିବ ଦୁଇଟି ଜୀବନ, ଦୁଇ ମନ ଏକ ହେବ ସ୍ନେହ ବନ୍ଧନରେ ॥ ଧୈର୍ଯ୍ୟର ବନ୍ଧ…

ଅଧିକ ପଢ଼ନ୍ତୁ