Srikshetrare Jai Mana

ଶ୍ରୀକ୍ଷେତ୍ରରେ ଯାଇ ମନ

ଦେଖିବାକୁ ତତେ ନନ୍ଦିଘୋଷରେ ଚକାନୟନ ଅଥୟ ଚଞ୍ଚଳ ଏ ମନ ହେଇଥାନ୍ତି କି ପକ୍ଷୀଟିଏ ଯାଇଥାନ୍ତି ଉଡ଼ି ଶ୍ରୀକ୍ଷେତ୍ରେ ଦେଖିବାକୁ ତତେ ଭରି ପ୍ରାଣ । ରଥରେ ବିଜେହୋଇ ତୋ’ର ସେ ଖିଲିଖିଲି ହସକୁ କରିଥାନ୍ତି ମୋ ମନତୁଳସୀ ତୋର ସେହି ଦରଶନେ ସତେ ମୋ ଶୁଖିଲା ଜୀବନେ ଭରିଥାନ୍ତା ତୃପ୍ତି କଳସୀ । କାଳିଆରେ ତୁ କାହିଁ ବୁଝିବୁ ସେ ଅକୁହା ମନର ବେଦନା ଅନ୍ତର ତଳର ଆବେଗ ତୁ ତ ମନଖୁସିରେ ଯାଉ ଭାଇଭଉଣୀ ସାଙ୍ଗେ ହରଷେ…

ଅଧିକ ପଢ଼ନ୍ତୁ
RathaJata

ରଥଯାତ

ଅଧାଗଢ଼ା ଦିଅଁ ବ୍ରହ୍ମାଣ୍ଡ ଈଶ୍ୱର କରନ୍ତି ଯେ ଲୀଳା ସଂସାର ଯାକର । ଲିଳାମୟ ପ୍ରଭୁ ଜଗତର ନାଥ କରିବାକୁ ଲୀଳା ଯେବେ ଗଢ଼ିଲେ ଶ୍ରୀକ୍ଷେତ୍ର ॥ ଯାଆନ୍ତି ମାଉସୀ ଘର କରିବାକୁ ବରଷକେ ଥରେ ବଡ଼ଯାତ । କେବେ ଯେ ଆସିବେ ମହାପ୍ରଭୁ ଅପେକ୍ଷା କରନ୍ତି ଭକ୍ତ ॥ ବଡ଼ ଠାକୁର ବଡ଼ରଥ ବଡ଼ଯାତ ବୋଲି ଜଗତେ ବିଖ୍ୟାତ । ଲକ୍ଷାଧିକ ଭକ୍ତଙ୍କ ସମୁଦ୍ରେ ଗଡ଼େ ଯେବେ ତିନି ରଥ ॥ ଅସୀମ ଆନନ୍ଦ ଉଲ୍ଲାସ ହେଇ ଆସନ୍ତି ତିନି…

ଅଧିକ ପଢ଼ନ୍ତୁ
Sishu - Odia Poem

ଶିଶୁ

ପାହାନ୍ତି ଆକାଶେ ଶୋଭା ପାଉଥିବା କୁଆଁ ତାରାଟିଏ ଶିଶୁ ଫଗୁଣ କାନିରେ ଦୋଳି ଖେଳୁଥିବା ଆମ୍ବ ବଉଳଟେ ଶିଶୁ । ପହିଲି ଆଷାଢ଼ ସ୍ପର୍ଶେ ଫୁଟିଥିବା ପାଳ ଛତୁଟିଏ ଶିଶୁ ବିଶାଳ ବୟସ୍କ ବରଗଛ ଡାଳେ କଅଁଳ କଷିଟେ ଶିଶୁ । କୁମ୍ଭାର ଶାଳରେ ଗଢ଼ି ହେଉଥିବା କଞ୍ଚା ମାଠିଆଟେ ଶିଶୁ ନିହାଣ ମୁନକୁ ତୀକ୍ଷ୍ଣ କରୁଥିବା ତତଲା ନିଆଁଟେ ଶିଶୁ । ପଙ୍କ ପୋଖରୀରେ ଫୁଟି ଉଠିଥିବା କଇଁ ଫୁଲଟିଏ ଶିଶୁ ଦାଣ୍ଡ ଅଗଣାରେ ବୃନ୍ଦାବତୀ ମୂଳେ ତୁଳସୀ ଗଛଟେ…

ଅଧିକ ପଢ଼ନ୍ତୁ
Mati Sharira

ମାଟି ଶରୀର

ଚିତ୍ର ପ୍ରତିମା ପ୍ରାୟ ଦିଶେ ସିନା ତୋ’ର ଶରୀର, ଚିରି ଭିତରେ ଦେଖେ ଥରେ ମହାକାଳ ଫଳ ଆକାର । ସଜବାଜ କରୁ କେତେ ଚର୍ମର ଦେହକୁ, ପିଣ୍ଡରୁ ପ୍ରାଣ ଛାଡ଼ିଗଲେ ମୁଠାଏ ପାଉଁଶ ତୁ ହେବୁ । ଦେହରେ ତୋ’ର ଭରି ରହିଛି ଅଶେଷ ରୋଗ, ଦିନ ଚାରିଟାକୁ ଏ ସୁଖ ଭୋଗ । ଛାର ଦେହକୁ ନେଇ କରୁଛୁ କେତେ ଗରବ, ଛ’ ଖଣ୍ଡ କାଠ ତୋତେ ଲୋଡ଼ା ହୋଇବ । ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ…

ଅଧିକ ପଢ଼ନ୍ତୁ
Matrutwara Abhilasha

ମାତୃତ୍ୱର ଅଭିଳାଷା

ମୁଁ ଦିନେ ସନ୍ଧ୍ୟା ବେଳେ ଭ୍ରମଣରେ ମୋ ସାଥେ ଚାଲୁ ଥାଆନ୍ତି ଦୁଃଖ ଓ ଯନ୍ତ୍ରଣା ଖାଲି କୋଳର ପୂର୍ଣ୍ଣତାରେ କେତେ ଯେ ଗୁହାରୀ, ମିନତୀ, ପ୍ରାର୍ଥନା ! ଅଚାନକ ବାଦଲ ଗର୍ଜିଲା, ବିଜୁଳି ଚମକିଲା ବର୍ଷାର ଆଗମନ ହବ ବୋଧେ ଥିରି ଥିରି ଥଣ୍ଡା ପବନରେ ଦେହ ମୋର ଥରିଲା…! ଅଳିଆ ଗଦାରୁ କୁଆଁ କୁଆଁ ଶବ୍ଦ ମୋ ଜଡ଼ କାନରେ ଜୀବନ ଭରିଦେଲା ମାତୃତ୍ଵର ଅଭିଳାଷା ଧାଡ଼ିରେ ପୂର୍ଣ୍ଣଛେଦର ମୁହୂର୍ତ୍ତ ! ଢଳ ଢଳ ଆଖିଯୋଡ଼ା ଆକାଶ…

ଅଧିକ ପଢ଼ନ୍ତୁ