You are currently viewing ରଥଯାତ
ରଥଯାତ

ରଥଯାତ

ଅଧାଗଢ଼ା ଦିଅଁ ବ୍ରହ୍ମାଣ୍ଡ ଈଶ୍ୱର କରନ୍ତି ଯେ ଲୀଳା ସଂସାର ଯାକର ।
ଲିଳାମୟ ପ୍ରଭୁ ଜଗତର ନାଥ କରିବାକୁ ଲୀଳା ଯେବେ ଗଢ଼ିଲେ ଶ୍ରୀକ୍ଷେତ୍ର ॥
ଯାଆନ୍ତି ମାଉସୀ ଘର କରିବାକୁ ବରଷକେ ଥରେ ବଡ଼ଯାତ ।
କେବେ ଯେ ଆସିବେ ମହାପ୍ରଭୁ ଅପେକ୍ଷା କରନ୍ତି ଭକ୍ତ ॥

ବଡ଼ ଠାକୁର ବଡ଼ରଥ ବଡ଼ଯାତ ବୋଲି ଜଗତେ ବିଖ୍ୟାତ ।
ଲକ୍ଷାଧିକ ଭକ୍ତଙ୍କ ସମୁଦ୍ରେ ଗଡ଼େ ଯେବେ ତିନି ରଥ ॥
ଅସୀମ ଆନନ୍ଦ ଉଲ୍ଲାସ ହେଇ ଆସନ୍ତି ତିନି ଭାଇ ଭଉଣୀ ।
ଯାଉଥାନ୍ତି ବଡ଼ଦାଣ୍ଡେ ଦେଖେଇ କେତେ ବଡ଼ିମା ଠାଣୀ ॥

ଏହି ତିନି ରଥ ନନ୍ଦିଘୋଷ ତାଳଧ୍ଵଜ ଦର୍ପଦଳନ ।
ବଡ଼ଯାତ ନାମ ଏ ତ ପ୍ରଭୁ ଆଉ ଭକ୍ତଙ୍କ ମିଳନ ॥
ବିନା ଭକ୍ତେ ଯାତ ହେବ ବୋଲି ଆଜି ସଂସାର କାନ୍ଦୁଚି ।
ଦେଖିବାକୁ ଭାବର ଠାକୁରକୁ ଆଜି ଭକ୍ତ ଯେ ଝୁରୁଛି ॥

ଭକ୍ତ ବିନା କିବା ଯାତ ହେବ ଆହେ ମହାବାହୁ ।
ତୁମ କରୁଣାରୁ ପ୍ରଭୁ ସଂସାରରୁ ଏଇ ଦୁର୍ଦ୍ଦଶା ଯାଉ ॥
ଆନନ୍ଦ ଉଲ୍ଲାସେ ହେଉ ସବୁ ବର୍ଷ ମହାବାହୁ ତୁମ ରଥଯାତ ।
କୃତ୍ୟ କୃତ୍ୟ ହେଉଥାନ୍ତୁ ଭକ୍ତଗଣ ଦେଖି ତୁମ ଶ୍ରୀମୁଖ ॥

– ଯଜ୍ଞେଶ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।