Bapa

ବାପା

ଆମ ପାଇଁ ଆମ ବାପା ହେଉଛନ୍ତି ଦୁନିଆର ବଡ଼ ଧନୀ ଯେବେ ଯାହା ମାଗୁ ସବୁ ସେ ଦିଅନ୍ତି ମନା କେବେ କରନ୍ତିନି ॥ ପ୍ରତ୍ୟେକ ସଂସ୍କାର ନୀତି ଶିକ୍ଷା ଆଦି ପାଇଛେ ତାଙ୍କଠୁ ଆମେ ଦୁଃଖ କଷ୍ଟ ସହି ସମସ୍ତ ସୁଖକୁ କରନ୍ତି ସେ ଆମ ନାମେ ॥ ତାଙ୍କ ପାଇଁ ଆମେ ଏଇ ଦୁନିଆରେ ପାଇଅଛେ ଜୀବ ସତ୍ତା ଭଗବାନଙ୍କର ଅନ୍ୟ ଏକ ରୂପ ଯାହାଙ୍କର ନାମ ପିତା ॥ ଆମ ପାଇଁ ସିଏ…

ଅଧିକ ପଢ଼ନ୍ତୁ
Barasa Rani

ବରଷା ରାଣୀ

ନିଦାଘରେ ବୁକୁଚିରି ଆକାଶୁ ଆସେ ଓହ୍ଲାଇ ବରଷା ରାଣୀ କେବେ କଳା କେବେ ଧଳା – ଓଢ଼ଣୀ ଟାଣି ମାଟିକୁ ସେ ଭଲପାଏ ମାଟି ସାଥେ କଥାହୁଏ ଭାରତି ଭଲ ଲାଗେ ତା’ର ମଞ୍ଜୁଳ ବାଣୀ, (୧) ଖିଲି ଖିଲି ହସିହସି ସୁମଧୁର କହେ ଭାଷି ଭରିବି ସବୁରି ପ୍ରାଣ ସଲିଳ ଦେଇ ହସିବେ ଗିରିକାନନନ, ନଦୀ, ନାଳ, ଉପବନ ହସିବେ (ଯେ) ଏ ଜୀବ ଜନ୍ମ ହସିବ ମହୀ । (୨) ଗାଡ଼ିଆ ପୋଖରୀ ଯେତେ ଶୁଖି…

ଅଧିକ ପଢ଼ନ୍ତୁ
Pheriare Dhana Mora

ଫେରିଆରେ ଧନ ମୋର

ଜନ୍ମଭୂମି କହେ ଡାକି ଖୋଜି ତତେ କାହିଁଗଲୁ ଧନ ମୋର, ବିଗତ କଥାକି ମନେ ପଡ଼ୁନାହିଁ କରି ଦେଇଗଲୁ ପର ।୧। କେମିତି ଭୁଲିଲୁ ପିଲା ଦିନ କଥା ଧୂଳି ଖେଳ ବାଲିଘର, ସାଙ୍ଗସାଥୀ ମେଳ ବୋହୂ ଚୋରି ଖେଳ ସାଇତା ସବୁ ଖବର ।୨। ଆମ୍ବ ଜାମ୍ବ ଫଳ ଖାଇବାର ଲାଗି ହେଉନି ମନ ଆତୁର, ମୋ କୋଳେ ବଢ଼ିଲୁ ହେଲୁ ଯେବେ ବଡ଼ ଛାଡ଼ି ହୋଇ ଗଲୁ ଦୂର ।୩। ତୋ ପାଦ ପରଶ ପାଇବ ଜଗିଛି ପୋଖରୀ…

ଅଧିକ ପଢ଼ନ୍ତୁ
Baghamamura Engagement

ବାଘମାମୁଁର ଏନଗେଜମେଣ୍ଟ

ଥରେ ବଜାରକୁ ବୁଲି ଯାଇଥିଲି ଦେଖିଲି ଗୋଟିଏ ବାଘ, ବିଲୁଆ ସହିତ ବୁଲି ଆସିଥିଲା ଖାଉଥିଲା ବସି ଶାଗ ! ନିଶକୁ ସଳଖି ଦାନ୍ତକୁ ରକଟି ମାରୁଥିଲା ବଡ଼ ହାଇ, ସାମନାରେ ଦେଖି ବୁଦ୍ଧି ହଜିଗଲା କ’ଣ କରିବି ଭାଇ ! ନଖଟା ତାହାର ପନିକି ଭଳିଆ ଦାନ୍ତଟା ପୁରା ମୁନିଆଁ, ମଝିରେ ମଝିରେ ଉପରକୁ ଚାହିଁ କରୁଥିଲା ବଡ଼ ଆଁ । ବିଲୁଆ ନନା ତ ବହୁତ ଚତୁର ଜଗି ବସିଥିଲା ପାଖରେ, କଣେଇ କଣେଇ ମାମୁଁକୁ ଅନେଇ ହାତ…

ଅଧିକ ପଢ଼ନ୍ତୁ
Faguna

ଫଗୁଣ

ହେ ଫଗୁଣ ତୁ କି ଜାଣିନୁ ପୁଣି ମୋ ଦେହରେ ରଙ୍ଗ ବୋଳିବାକୁ ଆସିଛୁ, କେହି ଜଣେ ଏମିତି ରଙ୍ଗ ଲଗାଇ ଦେଇ ଯାଇଛି ଯେ… ଏ ପର୍ଯ୍ୟନ୍ତ ମୋ ଆଖିର ଶ୍ରବଣରେ ଧୋଇଲେ ବି ଯାଉନି ତୁ ପୁଣି କମ୍ପନ ନିଆଁରେ ଜାଳିବାକୁ ମତେ ଆସିଛୁ ॥ ଢାଳିଦେ ମୋ ହୃଦୟରେ ଅବିର ସବୁ ରକ୍ତାକ୍ତ କରିଦେ ନିମିଷକ ପାଇଁ ତାକୁ ବି ଧରିକି ଆ ଖେଳିଯାଅ ଦୁହେଁ ଏ ମୋ ଶରିରେ ଲୋକ ହସା…

ଅଧିକ ପଢ଼ନ୍ତୁ