ମଙ୍ଗଳ ମୟ
ତୁମରି ଦାନର ସୀମା ନାହିଁ ପ୍ରଭୁ ତୁମେ ଯେ ମଙ୍ଗଳମୟ । ବଞ୍ଚିବା ପାଇଁ କି ସବୁତ ଦେଇଛ କୃପାଳୁ ହେ ଦୟାମୟ ॥ ଚାଲିବା ପାଇଁ କି ଗୋଡ଼ ଦୁଇ ମୋର ଶୁଣିବା ପାଇଁ କି କାନ । ଶ୍ରମ କରିବାକୁ ଦେଲ ହାତ ଦୁଇ ଦେଖିବାକୁ ଏ ନୟନ ॥ ଖାଇବାକୁ ଗଣ୍ଡେ ଦେଲ ତୁଣ୍ଡ ମୋତେ ନିଶ୍ୱାସ ପ୍ରଶ୍ୱାସେ ନାକ । ଜଳ ସ୍ଥଳ ଗିରି ଆକାଶ ରଚିଲ ଆଉ କି ମାଗିବି…