
ଭାରି ମନେ ପଡ଼ ତୁମେ
ଭାରି ମନେ ପଡ଼େ ତୁମେ ସଞ୍ଜ ନଇଁଗଲା ପରେ ଭାବେ ବସି ତୁମ କଥା ଫିକା ଜହ୍ନ ଆଲୁଅରେ । ମନେ ପଡ଼େ ଆଜି ସେଇ ସାଗରର ବେଳା ଭୂଇଁ କହିଥିଲ ଭଲପାଅ ଉଛୁଳା ଲହରୀ ଛୁଇଁ ଭସାମେଘ ପରି ସାଥୀ ଭାସିଗଲା ତୁମକଥା ରହିଗଲା ସ୍ମୃତି ହୋଇ ଏଇ ମୋ ମନରେ । ଆଜି ବି ଝରକା ଖୋଲେ ଜାଣେନା ମୁଁ କାହା ପାଇଁ ଜାଣେ ତୁମେ ଆସିବନି ତଥାପି ବି ରହେ ଚାହିଁ ଆଶାତକ…