
ହେ ଗାନ୍ଧୀ
ହେ ଗାନ୍ଧୀ ତୁମେ ଆଜି ନାହଁ ସତ, ଆଜିବି ତୁମକୁ ଝୁରୁଛି ଜଗତ ॥ ତୁମ ବଜ୍ରବାଣୀ ଏବେବି ସ୍ପନ୍ଦିତ, ଜାତୀୟ ଆତ୍ମାରେ ଚିର ଉଜ୍ଜୀବିତ ॥ ଏ ମାଟି ତୁମ ସ୍ମୃତିରେ ମହକିତ, ତୁମ କୀରତି ଇତିହାସେ ବର୍ଣ୍ଣିତ ॥ ତୁମ ଆହ୍ୱାନେ ଜାଗିଥିଲା ଭାରତ, ଇଂରେଜମାନଙ୍କୁ କରିଣ ଚକିତ ॥ ଅହିଂସା ଧର୍ମକୁ କରିଥିଲ ଅସ୍ତ୍ର, ସେହି ଅସ୍ତ୍ରେ ହେଲା ସ୍ଵାଧୀନ ଭାରତ ॥ ବିଖଣ୍ଡିତ ହେଲା ସ୍ଵାଧୀନ ଭାରତ, ଭାଙ୍ଗିଯାଇଥିଲା ତୁମରି ମନ…