
ସ୍ମୃତି ତୁମେ ଜହ୍ନରାତି
ଜୀବନ ବହିର ଯୌବନ ପୃଷ୍ଠାରେ ପ୍ରେମ କଲମର ଧାରେ ଆଙ୍କି ଦେଇଥିଲି ପ୍ରତିଛବି ତୁମ ଅଜାଣତେ କେବେ ଥରେ ॥ ପ୍ରଥମ ପ୍ରେମର ଲକ୍ଷଣ ଗୁଡ଼ିକ ହୋଇଥିଲା ପ୍ରକଟିତ ନିଦ ହଜିଥିଲା ନିଶାର୍ଦ୍ଧ ବେଳାରେ ଶୁଣିଲି ପ୍ରେମ ସଙ୍ଗୀତ ॥ ଆଖିରେ ଆଖିରେ ହୋଇଥିଲା ପ୍ରେମ ଆଜି ବି ଲାଗେ ଜୀବନ୍ତ ଆଖିର କଥାକୁ ଓଠ କହିଦେଇ ହୋଇଥିଲା ଭୟଭୀତ ॥ ଈଶାରାରେ ତୁମେ ପ୍ରତ୍ୟୁତ୍ତର ଦେଲ ଆରମ୍ଭ ହୋଇଲା ପ୍ରେମ ସବୁଠୁ ନିଆରା ଅନୁଭୂତି ଥିଲା…