Matira Mahaka - ମାଟିର ମହକ

ମାଟିର ମହକ

ଜନମ ଯେଉଁଠି ହୋଇଥିଲି ମୁହିଁ ଯାହାର ମାଟିକୁ ଆଗ ଛୁଇଁଲି ସେହି ମୋର ପ୍ରିୟ ଜନମ ଭୂଇଁ ଯେ ତାହାରି ଚରଣେ ମୁଣ୍ଡ ନଇଁଲି ॥୧॥ ମୋ ଗାଆଁ ଅଟେ ଗୋପଦାଣ୍ଡ ସତେ ସେଠି ଜଣାପଡ଼େ ସକାଳ ସଞ୍ଜ ସକାଳେ ସୁରୁଜ ମୁରୁଜ ବୁଣଇ ଗୋଧୂଳି ଲଗନେ ବୁଡ଼େ ସୁରୁଜ ॥୨॥ ଗାଆଁ ତୋଟା ମାଳେ କୋଇଲିର ସୁର ଫଗୁଣରେ ମନ ନିଅଇ କିଣି ସକାଳରେ ଶୁଭେ କୁଆ କାଆ କାଆ ରାତିରେ ପେଚାର ଗମ୍ଭୀର ଧ୍ୱନି…

ଅଧିକ ପଢ଼ନ୍ତୁ
Smruti Tume Janha Rati - ସ୍ମୃତି ତୁମେ ଜହ୍ନରାତି

ସ୍ମୃତି ତୁମେ ଜହ୍ନରାତି

ଜୀବନ ବହିର ଯୌବନ ପୃଷ୍ଠାରେ ପ୍ରେମ କଲମର ଧାରେ ଆଙ୍କି ଦେଇଥିଲି ପ୍ରତିଛବି ତୁମ ଅଜାଣତେ କେବେ ଥରେ ॥ ପ୍ରଥମ ପ୍ରେମର ଲକ୍ଷଣ ଗୁଡ଼ିକ ହୋଇଥିଲା ପ୍ରକଟିତ ନିଦ ହଜିଥିଲା ନିଶାର୍ଦ୍ଧ ବେଳାରେ ଶୁଣିଲି ପ୍ରେମ ସଙ୍ଗୀତ ॥ ଆଖିରେ ଆଖିରେ ହୋଇଥିଲା ପ୍ରେମ ଆଜି ବି ଲାଗେ ଜୀବନ୍ତ ଆଖିର କଥାକୁ ଓଠ କହିଦେଇ ହୋଇଥିଲା ଭୟଭୀତ ॥ ଈଶାରାରେ ତୁମେ ପ୍ରତ୍ୟୁତ୍ତର ଦେଲ ଆରମ୍ଭ ହୋଇଲା ପ୍ରେମ ସବୁଠୁ ନିଆରା ଅନୁଭୂତି ଥିଲା…

ଅଧିକ ପଢ଼ନ୍ତୁ
Matira Manisha - ମାଟିର ମଣିଷ

ମାଟିର ମଣିଷ

ନୁହେଁ ମୁଁ କବି ଲେଖୁନି ମୁଁ କବିତା ମରିମରି ଜୀଉଁଥିବା ମଣିଷର ଏ ଆତ୍ମକଥା ମଳିନ ମୁହଁ ତା’ର ଶୁଖିଲା ଦେହ କେବେ ଲହୁ ଆଉ କେବେ ଲୁହ ସବୁବେଳେ ଜୀବନରେ ତା’ର କାନ୍ଦ କାନ୍ଦ ଆଉ କୋହ ମାଟି ତା ଜନନୀ ମାଟି ତା ମାଆ ସାଙ୍ଗ ତା’ର କୋଡ଼ି କୋଦାଳ ଦାଆ ସେଇ ଟାଣୁଆ ଖରା ସେଇ ଦୁଇଟି ହାଡୁଆ ବଳଦ ଦିଅନ୍ତି ବଞ୍ଚିବାର ରାହା ଶାଗ ପଖାଳକୁ ଶୁଖୁଆ ପୋଡ଼ା ବର୍ଷାଦିନେ ସେଇ…

ଅଧିକ ପଢ଼ନ୍ତୁ
Marichika - ମରିଚୀକା

ମରିଚୀକା

କରିବ କି ତୁମ ନୀଳକଇଁ ତୁମ କିରଣରେ ଶୀତଳତା ଭରିଦେବ ତହିଁ । ଏଇ ଉଷ୍ମତା ଯିବ ଦୂରେଇ ତୁମେ ଥିବ ପାଖେ ନ ଥିବ ଆଉ କେହି । କେତେ ସହିବି ଆଉ ସେ ବ୍ୟଥା କାହାକୁ କହିବି ସେ ମନର କଥା ଥକିଗଲିଣି ମୁଁ ଏତେ ଅପେକ୍ଷା କରି ନିଅ ଥରେ ଆପଣେଇ କର ନାହଁ ଆଉ ଡେରି । – ମୋନାଲିସା ଧଳ ମୋନାଲିସା ଧଳମୋନାଲିସା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତା ଆଦି ରଚନା…

ଅଧିକ ପଢ଼ନ୍ତୁ
Mukha

ମୁଖା

ହସ ହସ ମୁହଁ ପଛରେ ଥାଏ ଅନେକ ଦୁଃଖର କାହାଣୀ, ହସର ମୁଖାଦ୍ୱାରା ଆଦୃତ କରି ଦୁନିଆ ଆଗରେ ପରସା ଯାଏ, ପ୍ରସାଧନ ସାମଗ୍ରୀର ବହଳ ପରସ୍ତରେ ଲୁଚାଯାଏ ବ୍ୟଥାର ଚିତ୍କାର, ଆଖି ବି ଶୁଆଇଦେଇ ତା’ ଭିତରେ ଲୁହ ସବୁକୁ ଦିଏ ଭିନ୍ନ ଏକ ଚାହାଣି… ଚିକମିକ ଆଲୁଆର ଦୁନିଆରେ କାହାର ବା ସମୟ ଅଛି, ଦୁଃଖର ଗଭୀରତାକୁ ମାପିବାକୁ କିଏ ବା ନିଜର ଅଛି, ଦୁଃଖକୁ ପ୍ରକାଶ କରି ମିଛ ସମବେଦନା ପାଇବଟା ବି…

ଅଧିକ ପଢ଼ନ୍ତୁ