ସୂର୍ଯ୍ୟ ଆଉ ଆଗପରି ନାହିଁ
ସୂର୍ଯ୍ୟ ଆଉ ଆଗପରି ନାହିଁ ବହୁତ ବଦଳି ଯାଇଛି, ଜଣା ନାହିଁ, ଆଜି କାଲି କ’ଣ ହୋଇଛି ତା’ର କାହିଁକି ସେ ରାଗରେ ଗରଗର ସବୁବେଳେ କ୍ରୋଦ୍ଧରେ ଜଳୁଛି ! ପ୍ରଭାତରେ ବାଳ ଅରୁଣର ସୌମ୍ୟ ସୁଶୋଭିତ କମନୀୟ କାନ୍ତି ତ ଦିଶୁଛି କିନ୍ତୁ ଛଳନାରେ ଭ୍ରମିତ ହୁଅନି ସାପ ଛୋଟ ହେଲେ ବିଷ ଟାଣ ଅଛି, ଏବେ କାହିଁକି କେଜାଣି ସବୁବେଳେ ସୂର୍ଯ୍ୟ ଖାଲି କ୍ରୋଦ୍ଧରେ ଜଳୁଛି । ସୂର୍ଯ୍ୟ ଏବେ ପ୍ରତି ପ୍ରଭାତରେ କୁନି ଛୁଆଟିଏ ପରି…

