Sukha Dukha - ସୁଖ ଦୁଃଖ

ସୁଖ ଦୁଃଖ

ପବନ ସୁଅରେ ବହି ଯାଉଥିବା ପ୍ରତ୍ୟେକଟି ମୁହୁର୍ତ୍ତ ପରିବର୍ତ୍ତନଶୀଳ କେବେ ଦୁଃଖର ନଦୀ ତ କେବେ ସୁଖର ସାଗର ଜୀବନର ସବୁ ପାହାଚରେ ଦୁହେଁ ଦିବ୍ୟମାନ ସୁଖ ବିନା ଦୁଃଖ ଅଧୁରା ଦୁଃଖ ବିନା ସୁଖ ଅଧୁରା ସୁଖରେ ଏ ମନ ଦି’ ପଦ ଗୀତ ଗାଏ ଦୁଃଖରେ ଏ ଆଖି ଦି’ ଟୋପା ଲୁହ ଝରାଏ । ସୁଖ ଦୁଃଖ ଦୁହେଁ ଅନ୍ତରଙ୍ଗ ବନ୍ଧୁ ଗୋଟେ ନିଶ୍ୱାସ ହେଲେ ଆଉ ଗୋଟେ ପ୍ରଶ୍ୱାସ ଦୁହେଁ ଜୀବନର…

ଅଧିକ ପଢ଼ନ୍ତୁ
Satyanumana - ସତ୍ୟାନୁମାନ

ସତ୍ୟାନୁମାନ

ଲକ୍ଷ୍ମୀଦେବୀ କହୁଛନ୍ତି ପ୍ରଭୁ ମୁଖଚାହିଁ ଏ ସୃଷ୍ଟି ବାରତା ମୋତେ କୁହ ହେ ବୁଝାଇ । ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖଚାହିଁ କର୍ଣ୍ଣଡେରି ଶୁଣ ଯାହା କହିବି ବୁଝେଇ । ଯୁଗ ମଧ୍ୟେ କଳିଯୁଗ ବଡ଼ ହିଁ ବିଚିତ୍ର ପାପଭାରେ ପୂର୍ଣ୍ଣ ଏଠି ମାନବ ଶରୀର । ମିଥ୍ୟା ବାନ୍ଧିବ ତା’ ବସା ଅଧର୍ମୀର ଘରେ ଦୁର୍ନିତୀ, ଦୁର୍ଗୁଣ ଯେତେ ରହିବେ ସାଥୀରେ । ଗୃହ ବିବାଦରେ ସର୍ବେ ହଣାକଟା ହେବେ ଆହା କହିବାକୁ ଜଣେ କେହି…

ଅଧିକ ପଢ଼ନ୍ତୁ
He Iswar

ହେ ଇଶ୍ଵର

ସେ ଦଶ ଅବତାର ମଧ୍ୟରୁ ଗୋଟିଏ ଅବତାର ନେଲ ନାହିଁ କାହିଁ ନାରୀର? ସେଥିପାଇଁ ବୋଧେ ବୂଝିପାରୁନ କେତେ ଯନ୍ତ୍ରଣା ଏ ନାରୀ ଜୀବନର । ନାରୀ ଦୂର୍ଗା ନାରୀ କାଳୀ କେବଳ ପୈାରାଣିକ କଥାବସ୍ତୁରେ ଆଜିବି ସୀତା, କୃଷ୍ଣା ଘୂରି ବୁଲୁଛନ୍ତି ତୁମଠାରୁ ନ୍ୟାୟ ଅପେକ୍ଷାରେ । ପୁରାଣର ଏତେ ଗଭୀରତାକୁ ନାହିଁ ମୋର ଜ୍ଞାନ ମୁଁ ତ ସାଧାରଣ ଝିଅଟିଏ ସାଧାରଣ ଏ ଜୀବନ । ନାଁ ଦେଇପାରିବି ମୁଁ ଅଗ୍ନି ପରୀକ୍ଷା ନାଁ…

ଅଧିକ ପଢ଼ନ୍ତୁ
Sita Sapanara

ଶୀତ ସପନର

ଶୀତ ସପନର ସାଇତା ସ୍ମୃତିରେ ଅବିର ରଙ୍ଗ ଭରି । ଫଗୁଣ ଫୁଲରେ ଚିଠି ଲେଖୁ ଲେଖୁ ଠିକଣା ହେଲା ମୋ ଚୋରି ॥ ଚୋରା ଚଇତିର ଚଗଲା ପବନ ଡକନା ଡକନା ଆଉ । ତୁମେ ଗଲା ପରେ ସହି ପାରିବିନି ନିଦାଘ ନିଆଁର ଦାଉ ॥ ଡହ ଡହ ଆଜି ବୈଶାଖୀ ମୁଁ ଯେ ନିଆଁରେ ତୋଲିଛି ଘର । ବୈଶାଖକୁ ମତେ ଡର ନାହିଁ । ହେଲେ ଶ୍ରାବଣକୁ ବେଶୀ ଡର ॥…

ଅଧିକ ପଢ଼ନ୍ତୁ
Puni Pheri Asantani Piladina - ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ ପୁଣି ଶୁଭନ୍ତାନି ଜେଜେମା’ର ଗୁଲୁରୁ ଗୁଲୁରୁ ଗପ, ଜେଜେଙ୍କ ବଙ୍କୁଲୀ ବାଡ଼ି ଶବ୍ଦ । ପୁଣି ଶୁଭନ୍ତାନି ଚାଟଶାଳୀ ପାଠ ଗୁରୁଙ୍କ ଛାଟ ମାଡ଼ । ଆଇ ହାତ ପୋଡ଼ ପିଠା ପାଟିକୁ କରେ ମୋ’ର ମିଠା । ମାଇଁଙ୍କ ପିଠା ଚକୁଳି ଭାଙ୍ଗେ ମୋ ଅଳି ଅର୍ଦ୍ଦଳି । ମୋ ଗାଁ’ ମୋ ପାଇଁ ସରଗ ଭୂଇଁ । ଗାଁ’ରେ ସଞ୍ଜ ହୁଏ ଗାଈ ଗୋଠ ଫେରେ ହମ୍ବା ରଡ଼ି…

ଅଧିକ ପଢ଼ନ୍ତୁ