Mo sagarika

ମୋ ସାଗରିକା

ସେଇ ମୋ ଅମାନିଆ ବର୍ଷା ଭାରି ଜିଦି କରେ ଅବେଳାରେ ତମତମ ହେଇ ଟପଟାପ ଝରେ…..!!!!(୧) ଗୁମସୁମ ରହେ ବାଦଲ ଭିତରେ ରିମଝିମ ଝରେ କେବେ ପାହାଡ଼ ଉପରେ….!!!!!!(୨) ଦୁମଦାମ ନାଚେ କେବେ ପ୍ରିୟା ଅଗଣାରେ ଟୁପଟୁପ ଝରେ କେବେ ତା’ ଘର ନୂଆଁଣିରେ….!!!!(୩) ଝିଲମିଲ ହୁଏ କେବେ ସବୁଜ ପତ୍ରରେ ପ୍ରିୟା ଖିଲିଖିଲି ହସେ ଫୁଲ ପାଖୁଡ଼ାରେ ତା’ ଗୁଲଗୁଲ କଥାରେ ଭିଜିଲା ଓଠରେ ବର୍ଷା ବରସି ଯାଏ ପ୍ରିୟାର ଲାଜୁଆ ଆଖିରେ ମୁଁ ଭିଜେ…

ଅଧିକ ପଢ଼ନ୍ତୁ
Santasista Jhia

ଶାନ୍ତ ଶିଷ୍ଟ ଝିଅ

“ଯା’ ଆଉ କେବେ କଥା ହେବିନି, କେବେ କିଛି କହିବିନି…” ମୁହଁରେ ତାଲା ଦେଇ ଅପେକ୍ଷା କରେ, ତୁମ ଉତ୍ତରକୁ ଯୋଗାଡ଼ କରେ ପ୍ରତିଉତ୍ତର ତମେ ଏୟା କହିଲେ… ମୁଁ ସେୟା କହିବି, ତମେ ସେୟା କହିଲେ… ମୁଁ ଏୟା କହିବି, ନା ନା… ତମେ କାଳେ ପୁନର୍ବାର ଶାସ୍ତି ଦେବ, ଏକ ଲମ୍ବା ନୀରବତା ମୋ ମୁହଁରେ ଫୋପାଡ଼ି ଦେବ, ଥାଉ ! ସବୁ ଆବେଗ ଗୋଟା ଗୋଟି କରି ଛାତି ତଳେ ମାଡ଼ି ଦେବି, ଲୁହ…

ଅଧିକ ପଢ଼ନ୍ତୁ
Ajira Jajnaseni

ଆଜିର ଯାଜ୍ଞସେନି

ବକ୍ଷ ଚିରି ଆସେ ମୋର ଲକ୍ଷ ଭେଦି ବାଣ ସାମାଜିକ ଦୁଷ୍କର୍ମକୁ ଦେବାକୁ ନିର୍ବାଣ । ଏଯୁଗର ଦୁର୍ଯ୍ୟୋଧନ ହୁଅ ସାବଧାନ କୃଷ୍ଣ ଭିକ୍ଷା କରିବନି ଲଜ୍ୟା ନିବାରଣ । ଯଜ୍ଞସେନୀ କରୁଛି ମୁଁ ଜ୍ୱାଳା ଆମନ୍ତ୍ରଣ ଦୁରାଚାରୀ ପାପୀଙ୍କୁ ମୁଁ କରିବି ଦହନ । ଏ ନାରୀ ସାଜିଛି ଆଜି ଲେଲିହାନ ଜୁଇ ପିଶାଚର ଆଖିକୁ ସେ ଦେବାକୁ ଜଳାଇ । ଏଠି ନାହିଁ ବୃକୋଦର ପ୍ରେମର ଆହ୍ୱାନ ନାହିଁ ଏଠି ଫାଲଗୁନୀଙ୍କ ପ୍ରୀତି ନିବେଦନ । ରାଧାରାଣୀ ନୁହେଁ ମୁଁ ଯେ…

ଅଧିକ ପଢ଼ନ୍ତୁ
Pritira mahak

ପ୍ରୀତିର ମହକ

ପ୍ରୀତିର ମହକ ପ୍ରୀତି ଫୁଲେ ଭରି ପୀରତି ନିଶାରେ ଛୁଇଁଲ ପ୍ରୀତି ଛନ୍ଦା ତମେ ପ୍ରେମ ସୁଧାବାରୀ ପ୍ରୀତି ମୁଗ୍ଧା ମୋତେ କରିଲ ॥୧॥ ପୟରେ ପାଉଁଜି ପଦ୍ମଗନ୍ଧା ବକ୍ଷେ ପ୍ରୀତିଲଗ୍ନା ଗଳେ ପିନ୍ଧିଲ ପ୍ରୀତିସ୍ୱପ୍ନା ତମେ ପ୍ରେମର ପୀୟୂଷ ପଲକେ ଅଞ୍ଜନ ବୋଳିଲ ॥୨॥ ପ୍ରରମ ସୁନ୍ଦରୀ ପ୍ରତିଛବି ପ୍ରାଣେ ପ୍ରୀତି ରଙ୍ଗେ ମଧୁ ଲେସିଲ ପ୍ରେମେ ଅନୁକମ୍ପା ପିରତୀ ପାଗଳୀ ପ୍ରଣୟ ମୂର୍ଚ୍ଛନା ତୋଳିଲ ॥୩॥ ପ୍ରେୟସୀ ପ୍ରେମିକା ପ୍ରୀୟା ମୋ ନାୟିକା ପ୍ରୀତି…

ଅଧିକ ପଢ଼ନ୍ତୁ
Pachhakatha

ପଛକଥା

ପଛକଥାକୁ ମନେପକାଇ ଲାଭ କ’ଣରେ ବାୟାଣୀ ଖାଲି ଦୁଃଖରେ ଛଟପଟ ହେବୁ ସିନା, ଦହଗଞ୍ଜ ହେବୁ ସିନା, ଯନ୍ତ୍ରଣା ପାଇବୁ ସିନା କହ ତ କ’ଣ ପାଇ ପାରିବୁ ତୋ’ ଇପ୍ସିତ ଆନନ୍ଦ? ମୁଁ ଜାଣେରେ ବାୟାଣୀ । ତୋ’ ପଛକଥା ତୋତେ ଜାଳିବ ବାରମ୍ବାର ତୁ ହୁଏତ ସହିପାରିବୁନି ସେ ଦହନର ଯନ୍ତ୍ରଣା । ତୁ କହତ ପାଟିରୁ ବାହାରି ଯାଇଥିବା ଶବ୍ଦ ଧନୁରୁ ବାହାରି ଯାଇଥିବା ଶର କ’ଣ ଫେରାଇ ଆଣିହେବ ! ଠିକ୍ ସେମିତି ପଛକଥାକୁ କ’ଣ…

ଅଧିକ ପଢ଼ନ୍ତୁ