Odia Poem Binati Mo Ghena (ବିନତୀ ମୋ ଘେନ) by Rashmimayee Pati

ବିନତୀ ମୋ ଘେନ

ଭିନ୍ନ ଏକ କୁରୁକ୍ଷେତ୍ର ଭିନ୍ନ ବାସୁଦେବ, ମଝି ଦାଣ୍ଡେ ଚାଲେ ଯା’ର ନିତି କେତେ ଯୁଦ୍ଧ । ଅଧର୍ମର ବିକଟାଳ ହସରେ କମ୍ପୁଚି, ପରାଜୟ ଭୋଗେ ଧର୍ମ ଲୁଚାଇ କାନ୍ଦୁଚି । ପାପ ହିଂସାର ବିଜୟ ପତାକା ଉଡ଼ୁଛି, ବେଳାଳସେନ ଆଖିରେ ଧର୍ମ ଯେ ଦେଖୁଚି । ଘେନା କର ମୋ ବିନତୀ ପ୍ରଭୁ ବାସୁଦେବ, ପ୍ରେରଣ କର ତୁମର ସୁଦର୍ଶନ ଚକ୍ର । ଛେଦନ କରୁ ସେ ପାପ ହିଂସାର ଗର୍ଦ୍ଦନ, ବିଳମ୍ବ ନ କର ପ୍ରଭୁ କର ଉଦ୍ଧାରଣ । –…

ଅଧିକ ପଢ଼ନ୍ତୁ
Odia Poem Bidhatara Srestha Kruti (ବିଧାତାର ଶ୍ରେଷ୍ଠ କୃତି) by Seshadeva Jagnyakama Deo

ବିଧାତାର ଶ୍ରେଷ୍ଠ କୃତି!!!

ଶାନ୍ତିର ସବ ସତ୍କାର କରି, ଦଶତୁଠେ ସୁଧୀହେଲାପରେ, ଅଶାନ୍ତିର ବହ୍ନି ଜାଳି, ଖୋଜୁଛି ଶାନ୍ତିର ସ୍ୱରୂପ । ଝୁରିମରୁଛି, ମୁଣ୍ଡଗଡ଼ାଇ, ଦେଖିବାକୁ ତା’ର ଶାନ୍ତ, ସ୍ନିଗ୍ଧରୂପ ॥ ରକ୍ତ ପିପାସୁ ମାନବ ଆଜି, ଧ୍ୱଂସ କରିଚାଲିଛି ଏ ଧରା, ରାକ୍ଷସ ଭସ୍ମାସୁର ସାଜି । ବାୟୁ, ମାଟି, ଜଳ, ଆକାଶ ପାତାଳ, ସବୁଠାରେ ବିଷ ମଞ୍ଜି ବୁଣି, ଆଶାରଖେ ଅମୃତର ଫଳ, ନିଶ୍ଚିତ ଫଳିବ ଦିନେ, ଜାଣେ ନାହିଁ ଦିବାସ୍ୱପ୍ନ ତା’ର, ଅନାୟାସେ ଯିବ ଦିନେ ଭାଜି । ଭୋକିଲା ଶୋଷିଲା…

ଅଧିକ ପଢ଼ନ୍ତୁ
Odia Poem Gharatie (ଘରଟିଏ) by Mrutyunjay Patra

ଘରଟିଏ

ବସାଟିଏ ବାନ୍ଧିବାର ଅନେକ ସ୍ଵପ୍ନ ଭିତରେ ସେ ଦିନେ ହଜିଗଲା । ହଜିଗଲା ଯେ ହଜିଗଲା ଆଉ ମିଳିଲା ନାହିଁ । କେଉଁ ଶୀତ ସକାଳରୁ ଉଠି ସେ ଧାଇଁଲା କୁଟାକାଠି ନୁହେଁ, ଇଟା ଓ ସିମେଣ୍ଟ ପାଇଁ ଧୂ ଧୂ ଖରାବେଳେ ସେ ଉଡ଼ି ଆସିଲା ଝୋଟ ବା କାଗଜ ନୁହେଁ ରଙ୍ଗ ଓ ମାର୍ବଲ ନେଇ । ଗଜଲ ଶୁଣୁଥିବା ଉଦାସ ଅପରାହ୍ନ ସ୍ଵପ୍ନ ଦେଖୁଥିବା ରାତି ସବୁ ତା’ର ବିତିଗଲା ମିସ୍ତ୍ରୀ ଓ ମଜୁରୀ ହିସାବରେ ଡ୍ରଇଂ…

ଅଧିକ ପଢ଼ନ୍ତୁ
Odia Poem Ghara Jwain (ଘର ଜ୍ୱାଇଁ) by Giridhari Dhal

ଘର ଜ୍ୱାଇଁ

ଜନମ କଲା ଯିଏ ମୋ’ ପାଇଁ ପର ସିଏ ନିଜ ଗାଆଁକୁ ଭୁଲି ଶଶୁରଘର ଧାଏଁ ରହିଛି ହେଇ ଘର ଜ୍ୱାଇଁରେ ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥ ମୋ ଭାଗ୍ୟ କେତେ ଭଲ ରାତି ପାହିଲେ ଗେହ୍ଲ ଶାଶୁଶଶୁର ଶଳାଶାଳୀଙ୍କ ମାନେ ବୋଲ ସକାଳୁ ଉଠି ମାରେ ଝାଡ଼ୁରେ ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥ ସତେ ବରୁଣ ରାଜା ଶଶୁର ଅଟେ ମୋର ତାଙ୍କ ଦୟାରୁ ପୁରୁଛି ଏ ହତାଶ ଉଦର ତାଙ୍କ ଗୁଣ…

ଅଧିକ ପଢ଼ନ୍ତୁ
Odia Poem Bila Jhampudi (ବିଲ ଝାମ୍ପୁଡ଼ି) by Kali Kumar

ବିଲ ଝାମ୍ପୁଡ଼ି

ଟାଇଁ ଟାଇଁ ଖାରାରେ ବିସ୍ତୀର୍ଣ୍ଣ ଟାଙ୍ଗରା ଭୂଇଁ ଦୂର ଅଦୂରେ ଆଖିକୁ ଜନବସତି ଦୃଷ୍ଟ ନାହିଁ ନିଃସଙ୍ଗ ଖଜୁରୀ ଗଛଟି, ଦୁଇ ସନ୍ତାନ ସନ୍ତତି ନେଇ ପତ୍ର ତା’ ଅବୁଝା କଥା କହେ ଶୂନ୍ୟତା ସହ ସାଇଁ ସାଇଁ କାହିଁ କେଉଁ କାଳରୁ ଏକାକୀ ସେ ଛିଡ଼ା ହୋଇଛି ଯହିଁ ଠିକଣା ସେ ‘ବିଲ ଝାମ୍ପୁଡ଼ି’ର ଯେ, ତହିଁ ।୧। କେତେ ପରିତ୍ୟକ୍ତା ଚଢ଼େଇ ବସା, ବୋଧେ, ଦଉଡ଼ି ଦେଇ ଓହୋଳୁଥାଆନ୍ତି ତା’ଦେହରେ, ଏପାଖ ସେପାଖ ହୋଇ ଦୂର…

ଅଧିକ ପଢ଼ନ୍ତୁ