Piladinaku Pherijiba (ପିଲାଦିନକୁ ଫେରିଯିବା) by Batya Bijayini

ପିଲାଦିନକୁ ଫେରିଯିବା

ପିଲା ଦିନର ସ୍ମୃତି ସତେ ଅବା ଅସରନ୍ତି ଅଙ୍କା ବଙ୍କା ନଦୀ ପରି । ଥରେ ବଖାଣିବା ଆରମ୍ଭ କରିଲେ ରାତି ପାହି ଯିବ ହେଲେ ଗପ ସରିବନି । ହେଲେ ଏତେ ଗପ ଶୁଣିବାକୁ ଆଜି କାଲି ନା କାହାପାଖରେ ସମୟ ଅଛି ନା ଧୈର୍ଯ୍ୟ । ବହୁତ ଦିନ ହେବ ଭାବୁଥିଲି ସାଉଣ୍ଟିଥିବା ନିଜର ସ୍ମୃତିର ଏହି ପୁଷ୍ପଗୁଚ୍ଛକୁ ଧରି ଏକ ଗଳ୍ପର ହାର ଗୁନ୍ଥିବାକୁ, ହେଲେ ବର୍ତ୍ତମାନ ସମୟ ସହ ସମସ୍ତଙ୍କୁ ଦୌଡ଼ିବାକୁ…

ଅଧିକ ପଢ଼ନ୍ତୁ
Anubhabare Jagannath (ଅନୁଭବରେ ଜଗନ୍ନାଥ) by Sangram Keshari Senapati

ଅନୁଭବରେ ଜଗନ୍ନାଥ

ମୋ ଜୀବନର ପ୍ରଥମଥର ଯେବେ ମୁଁ ପୁରୀ ଯାଇଥିଲି, ସେତେବେଳେ ବୋଧେ ମୋତେ ୨/୩ ବର୍ଷ ବୟସ ହୋଇଥିଲା । କେବଳ ଗୋଟିଏ ଫଟୋ ବ୍ୟତୀତ ମୋର ଆଉ କିଛି ମନେ ନାହିଁ । ତା’ପରେ କେଇଥର ଯାଇଛୁ, କିନ୍ତୁ ରଥଯାତ୍ରା ସମୟରେ କେବେ ଯିବାର ସୁଯୋଗ ମିଳିନଥିଲା । ସମସ୍ତେ କୁହନ୍ତି ମହାପ୍ରଭୁ ଅଣସର ଘରେ ଥିଲାବେଳେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି । ସେଇଥିପାଇଁ ଥରେ ଅଲାରନାଥ ଦର୍ଶନରେ ଯାଇ…

ଅଧିକ ପଢ଼ନ୍ତୁ
Mo Bou Hatarandha - ମୋ ବୋଉ ହାତରନ୍ଧା

ମୋ ବୋଉ ହାତରନ୍ଧା

ସମସ୍ତେ କୁହନ୍ତି ଯେ ଗୋଟିଏ ଜିନିଷର ମୂଲ୍ୟ ସେତେବେଳେ ବଢ଼ିଯାଏ, ଯେତେବେଳେ ଆମେ ତା’ର ଅଭାବ ପରିଲକ୍ଷିତ କରୁ । ଏ ଯେମିତି ମୁଁ ଆଜି ମୋ ବୋଉ ହାତରନ୍ଧା ଖାଦ୍ୟର ଅଭାବ ପରିଲକ୍ଷିତ କରୁଛି । ଜୀବନର ଚବିଶବର୍ଷ ପରେ ମୁଁ ଆଜି ବୁଝି ପାରୁଛି, ମୋ ବୋଉ ହାତର ସେଇ ପୁରୁଣା ଗାଉଁଲି ଖାଦ୍ୟ- ବାସି ପଖାଳ ତା’ସାଙ୍ଗକୁ ଶୁଖୁଆ ଭଜା, ବାଇଗଣ ପୋଡ଼ା, ବାଡ଼ିର ସଜନା ଶାଗ ଭଜା, ଆମ୍ବୁଲ ସହ ଶୁଖିଲା…

ଅଧିକ ପଢ଼ନ୍ତୁ
Biraja Mausa

ବିରଜା ମଉସାଙ୍କୁ ମୁଁ ଯେମିତି ଜାଣେ…

ବିଗତ ଶତାବ୍ଦୀର ଶେଷ ବର୍ଷ ବୋଧହୁଏ, ଉଚ୍ଚଶିକ୍ଷାପାଇଁ ଗାଁ ଛାଡ଼ି ଯେବେ ସହରକୁ ପ୍ରଥମଥର ପାଇଁ ଆସିଥାଏ, ବିନା କୌଣସି ନୂଆ ସାଙ୍ଗସାଥିଙ୍କ କଲେଜ ଜୀବନର ପ୍ରଥମବର୍ଷ ଯେମିତିସେମିତି କଟିଗଲା । ସ୍ୱଭାବରେ ଅନ୍ତର୍ମୂଖୀ ହୋଇଥିବାରୁ ସାଧାରଣତଃ କାହା ସହିତ ଏତେଶୀଘ୍ର ମିଶି ପାରୁ ନଥାଏ । ଦ୍ୱିତୀୟ ବର୍ଷ ଆରମ୍ଭ ହେଉ ହେଉ ଦିନେ ଥରେ ବସ୍ ଫେଲ ହେବାରୁ ଘରକୁ ଚାଲିଚାଲି କିଛି ବାଟ ଯିବାକୁ ଆରମ୍ଭ କରିଛି କେହି ଜଣେ ପଛରୁ ଇଂରାଜୀରେ…

ଅଧିକ ପଢ଼ନ୍ତୁ
Ajanku Sradhanjali

ଅଜାଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଭାତର ନୂତନ ଆଲୋକରେ ଜାଜୁଲ୍ୟମାନ ପ୍ରକୃତିର ସମ୍ଭାର ଗବାକ୍ଷରେ ଅବଲୋକନ କରୁଥିବାବେଳେ, ପୂଜ୍ୟ ଅଜାଙ୍କର ମହାପରାୟଣର ଦୁଃଖଦ ସମ୍ବାଦ, ତାତ୍ତ୍ୱିକ କରିଦେଇଥିଲା ଜୀବନମୂହୁର୍ତ୍ତର କିଛି ଅବକାଶକୁ । ଜନ୍ମ ମୃତ୍ୟୁର ଛକାପଞ୍ଝା ଖେଳ ଚେତାଇ ଦିଏ ପଥଭ୍ରଷ୍ଟ ମଣିଷକୁ ଜୀବନର ମର୍ମ । ପାଣିଫୋଟକା ସମ ଜୀବନର ସ୍ୱଳ୍ପ ଅବଧିରେ ଗର୍ବ, ଅଭିମାନ, କ୍ରୋଧ, ହିଂସାର ଗଗନଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣରେ ବ୍ୟସ୍ତ ବିବ୍ରତ ମଣିଷ ସ୍ନେହ, ଶ୍ରଦ୍ଧା, ତ୍ୟାଗ, ଭଲପାଇବାପୂର୍ଣ୍ଣ ଝାଟିମାଟି କୁଡ଼ିଆର ଅସୁମାରୀ ପରିତ୍ରୁପ୍ତିକୁ ପାଶୋରି…

ଅଧିକ ପଢ଼ନ୍ତୁ