ଜୀବନ ତଥାପି ଅଛି ବାକି
ବଡ଼ବୋଉ; ପିଲାଦିନେ ଅନେକ ସମୟ ମୁଁ ବଡ଼ବୋଉ ସାଙ୍ଗରେ କାଟିଛି । ଯେତେବେଳେ ବଡ଼ବୋଉ ପାଖରେ ବସିଯାଏ, ସେ କେତେ କଥା ଗପିଯାଏ ମୋ ଆଗରେ । ମୁଁ ସେମିତି ବସି ଶୁଣୁଥାଏ । ଆଜି ବଡ଼ବୋଉ ନଥିଲେ ବି ତା’ କଥାସବୁ ବେଳେବେଳେ ପ୍ରାୟ ଅଧିକାଂଶେ ମନେ ପଡ଼ିଯାଏ । ଥରେ ସିଏ କହିଥିଲା, “ଆତ୍ମହତ୍ୟା ମହାପାପ । କେବେ ଆତ୍ମହତ୍ୟା କରିବା ଅନୁଚିତ ।” ଆଜି ଯେତେବେଳେ ଭାବେ, ଭାବେ କି କେତେ ସହଜରେ କଥାଟା କହିଦେଲା ! ସବୁକିଛି ସବୁବେଳେ ସହିଯିବା କ’ଣ…

