ସାମ୍ପ୍ରତିକ ସମାଜରେ ସାହିତ୍ୟର ସ୍ଥିତି
ସାହିତ୍ୟ ହେଉଛି ସମାଜର ଦର୍ପଣ । ସାହିତ୍ୟି ସମାଜକୁ ପ୍ରଭାବିତ କରେ । ସମାଜର ପ୍ରତିଛବିକୁ ସାହିତ୍ୟରେ ଉପଲବ୍ଧି କରିହୁଏ । ଯୁଗ ସହିତ ତାଳ ଦେଇ ସାହିତ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ଆସେ । ଅନେକ ଲୋକ କଳା, ପୁସ୍ତକ ଏବଂ ଗଣମାଧ୍ୟମଦ୍ୱାରା ସାହିତ୍ୟର ପ୍ରଚାର ପ୍ରସାର ହୁଏ । ଆମ ଓଡ଼ିଆ ସାହିତ୍ୟକୁ ଦେଖିଲେ ସାରଲା ଯୁଗଠୁ ଆରମ୍ଭ କରି ଅତ୍ୟାଧୁନିକ ଯୁଗରେ ଆମେ ପହଞ୍ଚି ସାରିଛେ । ଏବେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପତ୍ରପତ୍ରିକା ପ୍ରକାଶ ପାଉଛି ।…

