You are currently viewing ବିଶ୍ୱାସର କୋଣାର୍କ: ବିଶୁ ମହାରଣା
ବିଶ୍ୱାସର କୋଣାର୍କ: ବିଶୁ ମହାରଣା

ବିଶ୍ୱାସର କୋଣାର୍କ: ବିଶୁ ମହାରଣା

କ’ଣ ବା କରିବ ସିଏ?
ଫୁରସତ୍ ନାହିଁ
ଗଢ଼ିବାକୁ ବାଲିଘରଟିଏ,
ତଥାପି ଆଉ ଏକ
କୋଣାର୍କ ଗଢ଼ିବାର ଇଚ୍ଛା ॥

ହାତ ଥରୁଛି ଧରିବାକୁ ତୂଳୀଟିଏ,
ତଥାପି ସମସ୍ତଙ୍କ ପାଇଁ
ଇନ୍ଦ୍ରଧନୁଟିଏ ଆଙ୍କିବାର ଆକାଂକ୍ଷା ॥

ପ୍ରୌଢ଼ତ୍ୱ କେବେଠୁ କଲାଣି
କବଳିତ ଏ ଜଡ଼ ଶରୀରକୁ,
ଅନୁଭବ ବିନା ବିତିଲା ଯୌବନ ॥

ମରି ମରି ସେଯାଏଁ ଜୀଇଁବ
ଯେତେ ଦିନଯାଏ ଅଛି
ଏ ଅନାକାଂକ୍ଷିତ ଜୀବନ ॥

ହସି ହସି ହସାଇ ଚାଲିଛି,
କିଏ ବା ଦେଖିଛି ଭିତରର ନିଆଁ ॥

ପ୍ରତିଟି ପ୍ରଶ୍ୱାସ ତ ନିଜ ପାଇଁ
ସମୟ କାହିଁ କହିବାକୁ ଆହା ॥

କିଏ ଜାଣେ ତୁମ ନିଃଶ୍ୱାସରେ
ଆସିପାରେ ମଳୟ ଫଗୁଣର,
ତାପରେ ନିଶ୍ଚେ ବୈଶାଖ ଆସିବ,
ଆଉ ଝରିବ ଧାରା ଶ୍ରାବଣର ॥

ତଥାପି ତୋଳି ଚାଲିଥିବ
ବିଶ୍ୱାସର କୋଣାର୍କ
ଅଣଚାଶ ବହିବା ଯାଏ,
ଏକାଏକା ଏଇମିତି ଜୀଇଁଥିବ
କେହି ଜଣେ ତୁମ ପରି
ତା’ ଜୀବନେ ଆସିବା ଯାଏ ॥

ବିଶ୍ୱନାଥ କିଙ୍କର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।