You are currently viewing ବୀର ଯବାନ
ବୀର ଯବାନ

ବୀର ଯବାନ

କେତେ ତୁମ ସାହାସ ଲଢ଼ ଜାତି ମାନ ପାଇଁ
ନାହିଁ ତମ ଆରାମ ତୁମେ ବୀର ଯବାନ
ମାଟି ମାଆ ପାଇଁ ଅଭିମାନ ଅଟ ତୁମେ
ଶତ୍ରୁପକ୍ଷ ଥରହର ତୁମ ହୁଙ୍କାର ବାଣୀରେ
ନିଜ ଲୋକଠାରୁ ଦୂରେ ଥାଇ ଲଢ଼ ଆମ ପାଇଁ
ଆମେ ଶାନ୍ତିରେ ଶୋଇଥାଉ ତୁମ ପାଇଁ
ଧନ୍ୟ ସେ ମାଆ ଯେ ଜନ୍ମ କଲା ତମକୁ
ସେହି ମାଆ ଅନେଇଛି ତୁମ ଶହୀଦ ଶରୀରକୁ
କାନ୍ଦ ବୋବାଳି ଚାରିଆଡ଼େ କି ଦୃଶ୍ୟ ସତେ ଅବା
ଧରଣୀ ମାତା ହରେଇଲା ଆଉ ଏକ ସନ୍ତାନକୁ
କେମିତି ସହିବ ସେ ତା’ ସନ୍ତାନର ମୃତ୍ୟୁକୁ
ଆଖି ଉଠି ଚାହିଁଲା ସେ ତ୍ରିରଙ୍ଗାର ବସ୍ତ୍ର ପିନ୍ଧି-
ବାହାରିଲା ବୀର ଆମ ରଚିବ ଏକ ଗାଥାକୁ
ଶତ୍ରୁକୁ ସେ ହରାଇଲା ଚଳେଇ ଗୁଳି ଗୁଳା
ନଥାଏ କି ଭୟ ଅବା ଅଗ୍ରସର ଆଗକୁ
କେତେ ତୁମ ସାହାସ ଲଢ଼ ଜାତି ମାନ ପାଇଁ
ନାହିଁ ତମ ଆରାମ ତୁମେ ବୀର ଯବାନ
ସତ ସତ ପ୍ରଣାମ ତୁମକୁ ବୀର ଯବାନ
କର ଆଶୀର୍ବାଦ ତୁମେ ଆଗାମୀ ପିଢ଼ିକୁ
ଜାତି ମାଟି ମାଆ ପାଇଁ ଲଢ଼ିଯିବେ ସମୁଦ୍ର
ପାହାଡ଼କୁ ପାରି କରି ରଖିବେ ମାତୃଭୂମିର
ମାତୃଭୂମି ମାନ ପାଇଁ ଜନ୍ମ ତୁମେ ବୀର ସାହସ
ଧନ୍ୟ ତୁମ ଚରିତ୍ର ।

ପି. ପୁରବୀ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପି. ପୁରବୀ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ କବିତା କିଛି ପତ୍ରପତ୍ରିକା ତଥା ୱେବ୍ ପୋର୍ଟାଲ୍‌ରେ ପ୍ରକାଶ ପାଇଛି ।