You are currently viewing ବିଫଳତା
ବିଫଳତା

ବିଫଳତା

ଲକ୍ଷ୍ୟ ହୋଇପାରେ ତୁମ ପାଇଁ କେତୋଟି ନୋଟର ସମଷ୍ଟି,
ଯାହା କିଣାଯାଇପାରେ ଅନେକ ଅନେକ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍‌ରେ;
କିନ୍ତୁ ସେହି ଲକ୍ଷ୍ୟ ମୋ ପାଇଁ ଅପୂର୍ଣ୍ଣ ଥିବା ଅଧୁରା ସ୍ୱପ୍ନ,
ଯାହା କେବଳ ସଜା ହୋଇଛି ସୁନ୍ଦର ଭାବେ ଏଇ ମୋ ଆଖିରେ;
ଶିକ୍ଷା ହୋଇପାରେ ତୁମ ପାଇଁ କେବଳ ସାର୍ଟିଫିକେଟରେ ଜାଗାଧରୁଥିବା କେତୋଟି ସଂଖ୍ୟାର ସମଷ୍ଟି ଯୁଗଳ,
କିନ୍ତୁ ସେହି ଶିକ୍ଷା ମୋ ପାଇଁ କେତେ ରାତିର ଅନିଦ୍ରା ଏବଂ ଭୋକେ ରହି ପୁସ୍ତକ କିଣିଥିବାର ଫଳ;
ସମୟ ହେଇପାରେ ତୁମପାଇଁ କ୍ଲବର ମଉଜ ମସ୍ତି, ପିକ୍‌ନିକ୍‌ରେ କାଟିଥିବା କେତୋଟି ସ୍ମୃତି,
କିନ୍ତୁ ସେହି ସମୟ ମୋ ପାଇଁ ବାପାଙ୍କର ଝାଳବୁହା ପରିଶ୍ରମ ଓ ମା’ର ପେଟରେ ଓଦାକନା ଦେଇ କଟେଇଥିବା ରାତି;
ତୁମେମାନେ ଏଥି ମଧ୍ୟରେ ପହଞ୍ଚିଥିବା ଲକ୍ଷ୍ୟର କୁଳକୁ କହିପାର ସଫଳତା,
କିନ୍ତୁ ମୁଁ ସଫଳତା ଶିଖରରେ କେତୋଟି ପାହାଚ ଚଢ଼ିବି ବୋଲି,
ପାରିବ କି କହି ୟେ ମୋର ବିଫଳତା…

ଜ୍ୟୋତିଶ୍ରୀ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତିଶ୍ରୀ ପାଣିଗ୍ରାହୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।