You are currently viewing ବସନ୍ତର ଆଗମନ
ବସନ୍ତର ଆଗମନ

ବସନ୍ତର ଆଗମନ

ନବ ବସନ୍ତର ପହିଲି ପରସେ
ନାନା ପୁଷ୍ପେ ଦ୍ରୁମ ଭରା ।
ଶୀତୁଆ କାକର ହୋଇଯାଏ ଦୂର
ପୁଲକିତ ହୁଏ ଧରା ।
ନବ ପଲ୍ଲବୀତ ଆମ୍ର ତରୁ ଅଙ୍ଗେ
ବଉଳ ପାଉଛି ଶୋଭା
ରଙ୍ଗ ବେରଙ୍ଗର କୁସୁମ ସଜାନ୍ତି
ବସୁଧା ମାଆର ଗଭା ।
ଗହଳିଆ ବନ ତରୁ ବୃନ୍ତ ଡାଳେ
କୋକିଳର ମିଠା ତାନ
ପ୍ରେମର ଜୁଆରେ ହୃଦ ବିଦାରିତ
ଉଲ୍ଲସିତ ତନୁ ମନ ।
ପ୍ରୀତି ମହକର ମଳୟ ପବନେ
ପ୍ରେମ ପ୍ରଣୟର ଛୁଆଁ
ନିରସ ହୃଦୟେ ଜାଗି ଉଠେ ଜଳି
ଶାଶ୍ୱତ ପ୍ରେମର ନିଆଁ ।
ଦୋଳ ଯାତ ପାଇଁ ଗାଆଁ ହୁଏ ସଜ
ହସି ଉଠେ ପଲ୍ଲୀ ଭୂଇଁ
ଶ୍ରୀ ରାଧା ଗୋବିନ୍ଦ ବିମାନରେ ବିଜେ
ସାଥେ ବନ୍ଧୁ ସଖା ନେଇ ।

ସାଗର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାଗର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ବିଭିନ୍ନ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ଏବଂ ଦର୍ଶକମାନଙ୍କର ମନଛୁଆଁ ହୋଇଛି ।