You are currently viewing ନିଜକୁ ବଳବାନ ଭାବୁଛି କରୋନା
ନିଜକୁ ବଳବାନ ଭାବୁଛି କରୋନା

ନିଜକୁ ବଳବାନ ଭାବୁଛି କରୋନା

ନିଜକୁ ବଳବାନ ଭାବି ବଞ୍ଚୁଥିବା
ଏକ ମାରାତ୍ମକ ଭାଇରସ୍
ନାଁ ତା’ର କରୋନା ॥

ହଜାର ହଜାର ସ୍ଵପ୍ନଦେଖି
ହସ ମୁହଁରେ ଘୁରି ବୁଲୁଛି
ସାଜିଛି ଉଡ଼ନ୍ତା ଏକ୍ଲାପକ୍ଷୀ
ସାରା ବିଶ୍ୱରେ ସାଜିଛି
ସ୍ୱାର୍ଥପର, ଶତ୍ରୁତା ଏବଂ ଜୀବନର ମୃତ୍ୟୁଞ୍ଜୟ ॥

ଗୋଟେ ପରିବାର ଭଳି ବଞ୍ଚୁଥିବା
ସାଧାରଣ ମନୁଷ୍ୟକୁ
ଅସହାୟ, ଦୁଃଖିତ ଆଖିରୁ ଲୁହ ଝରେଇ ଦେଇ ପାରିଛି
ମହାମାରି କରୋନା ॥

ଯୁଗଥିଲା ଲୋକେ ଦାଦନ ଖଟି
ବଞ୍ଚିବା ଶିଖୁଥିଲେ ଏବେ
ହସ ମୁହଁରେ ଦୁଃଖର ସାମ୍ନା
ଝଡ, ବତାସ ଏବଂ ତତଲା ଝାଉକୁ ନିଜର ଭାବି
ବଞ୍ଚିବା ଶିଖିଗଲେଣି ॥

ଡୁଲେଶ୍ୱର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡୁଲେଶ୍ୱର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।