ଡ. ତୃପ୍ତି ରଞ୍ଜନ ଦାସ

ଡ. ତୃପ୍ତି ରଞ୍ଜନ ଦାସ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି କରିସାରିବା ପରେ ଏବେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଗପ ଓ କବିତା ଆଦି ରଚନା କରନ୍ତି । କଳା କ୍ଷେତ୍ରରେ ରୁଚି ରଖୁଥିବା ତୃପ୍ତିଙ୍କର ଦୁଇଟି କବିତା ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି; ତନ୍ମଧ୍ୟରୁ ତାଙ୍କର ପ୍ରଥମ କବିତା ସଂକଳନଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମନୋନୀତ ହୋଇଥିଲା ।

Odia Poem Yudh (ଯୁଦ୍ଧ) by Dr. Trupti Ranjan Das

ଯୁଦ୍ଧ

ଆସ ଯୁଦ୍ଧ ଦେଖିବ ସିପାହୀର ଘର ସମ୍ମୁଖରେ ଛିଡ଼ା ହେଇ ଫୁଟୁ ନଥିବ ବନ୍ଧୁକ ତୁଟୁ ଥିବ କାହା ହାତର ଚୁଡ଼ି ନଥିବ ବାରୁଦ, କରୁଣ ବିଳାପ ଆକାଶରେ ଯାଉଥିବ ଉଡ଼ି ପୋଡ଼ା ଶବର ଗନ୍ଧ, ମଶାଣୀରେ ଗହଳି ଅଗଣା ଶାନ୍ତ ଆଉ ନିସ୍ତବ୍ଧ ଯୁଦ୍ଧଅନ୍ତେ ଯୁଦ୍ଧ ଭୂମି ପରି ସ୍ୱପ୍ନମାନେ ଯୁଦ୍ଧ କରୁଥିବେ ରାତି ସହ ନିଦମାନେ ଲୁହ ସହ ଦୁଇ ମୁଠା ଚାଉଳ ଧରିଥିବ ହାଣ୍ଡିର ଘଣ୍ଟିକା ସିନ୍ଦୁର ଫିକା ପଡ଼ିବାକୁ ସିନ୍ଥି ସହ…

ଅଧିକ ପଢ଼ନ୍ତୁ
Odia Poem Danga (ଦଙ୍ଗା) by Dr. Trupti Ranjan Das

ଦଙ୍ଗା

ଘର’ର ତାଟି କବାଟରେ ଭୟ ଆଉଜିକି ଥିଲା ସେମାନେ ସମସ୍ତେ ଖଣ୍ଡା ଧରିଥିଲେ ଯିଏ ଧରି ନଥିଲା ତା’ର ରକ୍ତ ଝରୁଥିଲା ଭଲ ହେଲା କାଲି ବଜାର ଯାଇଥିଲି କ୍ଷୀର ଆଗରୁ ନେଇ ଆସିଥିଲି ମୁଁ ଚାହା ପିଉଥିଲି, ବାହାରେ ସହର ଜଳୁଥିଲା କଅଁଳ ଛୁଆଟିଏ ଘର ପାଖରେ ଭୋକରେ କାନ୍ଦୁଥିଲା ସେମାନେ ଗୀତା ଆଉ କୋରାନ ନାଁ’ରେ ବାହାରେ ସହରକୁ ଶ୍ମଶାନ କରୁଥିଲେ ଯିଏ ଗୀତା ଆଉ କୋରାନ ବୁଝିଥିଲେ ଘରେ ଲୁଚିଥିଲେ ରୁକ୍ସାର’ର ଭିଡିଓ…

ଅଧିକ ପଢ଼ନ୍ତୁ
Jhumuthiba Kalpana

ଝୁମୁଥିବା କଳ୍ପନା

ତୁମ ମଥାର ବିନ୍ଦି, ମୁଁ ସେଇଠି ଜାଗା ଟିଏ ଚାହୁଁଚି…. ଯେଉଁଠି ତୁମ ଦୁଇ ଭୃଲତାର ଦୁଷ୍ଟାମୀରେ ମଥାରେ ତରଙ୍ଗଟେ ଖେଳେ ଆଉ ସେ, ତରଙ୍ଗର ପ୍ରତି ତାଳେ ଝୁମୁଥାଏ କଳା ବିନ୍ଦିଟିଏ । ବାସ୍…. ମୁଁ ସେଇଠି ଆଜୀବନ କବି ହେଇ ରହିବାକୁ ଚାହୁଁଚି ତୁମ ଓଠର ନିଆରା ହସ…. ମୋର ସବୁ ଯନ୍ତ୍ରଣା କ୍ଷଣିକରେ ପୃଥିବୀରୁ ଦୂରେଇ ଯାଏ ତମ ଓଠର ଚେନେଏ ହସରେ ॥ ବସ୍‌ଠୁ ଖାଇଥିବା ଗାଳି ସାରା ଦିନର କ୍ଲାନ୍ତି…

ଅଧିକ ପଢ଼ନ୍ତୁ
Meghua Akasha

ମେଘୁଆ ଆକାଶ

ବର୍ଷା ଧୁଆ ସକାଳରେ, ଭିଜା ମାଟି, ଓଦା ମାଟି କାନ୍ଥ, ଓଳି ପାଣି ଆଉ ଝରକା ସେପଟ ଓସ୍ତ ପତ୍ରରେ ପାଣି ଫୋଟକା ଦେଖି, ତମେ କହିଲ… “ଏଇ.. ଦେଖ ରାତିଯାକ କାଲି କେତେ ବର୍ଷା ହେଇଚି” ମୁଁ, ସାରି ନଥିବା ନିଦକୁ, ଆଖି କଣେ ଆଉଜେଇ ଦେଇ… ତମ ବଉଦଠୁ କଳା, ଗହନା କେଶ, ଅସଜଡ଼ା ବାଦାମୀ ରଙ୍ଗ ଶାଢ଼ୀ ଆଉ ଦୁଇ ଦେହର ମାଧ୍ୟାକର୍ଷଣ ବଳରେ, ଲିଭିଯାଇଥିବା ସିନ୍ଦୁର ଟୋପା ଦେଖି, କହିଲି.. “ହଁ…..

ଅଧିକ ପଢ଼ନ୍ତୁ
Teddy Day

ଟେଡି ଡେ: ରାଧିକା

-ଧନବାଦର ଓଜନ ଗାଲେରିଆ ମଲରେ ଛିଡା ହେଇ ତମେ ସବୁଠୁ ଉଚ୍ଚା ଟେଡିକୁ ଦେଖି ଖୁସିରେ ଆତ୍ମହରା ହେଇ ଦେଖିଲା ବେଳେ, ମୁଁ ମୋ କଥା କୁହା ଟେଡିକୁ ଦେଖୁଥାଏ ଏକା ଲୟରେ । -ସକେଇ ହେଲ ମୋ ପାଖରେ ଆଉ କହିଲ “ଏଇ…ମୁଁ କୁଆଡେ ମୋଟି ହେଇଯାଇଛି?” ଆଉ ମୁଁ କହିଲି “ରାଧିକା…ମତେ ବାର୍ବୀ ଡ଼ଲ ନୁହେଁ ଟେଡି ବିଅର ପସନ୍ଦ”। ସେଇଠି ହିଁ ଝରିଥିଲା ତୁମ ଓଠର ଧିମା ଧିମା ଝୁମା ଝୁମା ହସ…

ଅଧିକ ପଢ଼ନ୍ତୁ