ତାରା ରାଣୀ ନାୟକ

ତାରା ରାଣୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem E Kemitika Nuabarsa Asichhi (ଏ କେମିତିକା ନୂଆ ବର୍ଷ ଆସିଛି) by Tara Rani Nayak

ଏ କେମିତିକା ନୂଆ ବର୍ଷ ଆସିଛି

କ୍ୟାଲେଣ୍ଡର ବଦଳିବା ସାଥିରେ ଆଉ କ’ଣ କିଛି ବଦଳିଛି? ସବୁ ଯେମିତି ଥିଲା, ଆଜିବି ସେମିତି ଅଛି । ଆଜିବି କନ୍ୟା ଭ୍ରୁଣ ହତ୍ୟା ହେଉଛି ନୂଆ ବୋହୂଟିଏ ଜଳୁଛି ରାସ୍ତା କଡ଼ରେ, କଣ୍ଟା ବୁଦାରେ ନିଷ୍ପାପ ଶିଶୁ ଗଡ଼ୁଛି ଏ କେମିତିକା ନୂଆ ବର୍ଷ ଆସିଛି? ଆଜିବି ବୃଦ୍ଧା ଆଶ୍ରମରେ ବୁଢ଼ା ବାପାମା’ ଦିନ କଟୁଛି ଯୋୖଥ ପରିବାର, ଆଇ ମା’ କାହାଣୀ ଇତିହାସେ ଲେଖା ଚାଲିଛି । ଏ କେମିତିକା ନୂଆ ବର୍ଷ ଆସିଛି?…

ଅଧିକ ପଢ଼ନ୍ତୁ
He Iswar

ହେ ଇଶ୍ଵର

ସେ ଦଶ ଅବତାର ମଧ୍ୟରୁ ଗୋଟିଏ ଅବତାର ନେଲ ନାହିଁ କାହିଁ ନାରୀର? ସେଥିପାଇଁ ବୋଧେ ବୂଝିପାରୁନ କେତେ ଯନ୍ତ୍ରଣା ଏ ନାରୀ ଜୀବନର । ନାରୀ ଦୂର୍ଗା ନାରୀ କାଳୀ କେବଳ ପୈାରାଣିକ କଥାବସ୍ତୁରେ ଆଜିବି ସୀତା, କୃଷ୍ଣା ଘୂରି ବୁଲୁଛନ୍ତି ତୁମଠାରୁ ନ୍ୟାୟ ଅପେକ୍ଷାରେ । ପୁରାଣର ଏତେ ଗଭୀରତାକୁ ନାହିଁ ମୋର ଜ୍ଞାନ ମୁଁ ତ ସାଧାରଣ ଝିଅଟିଏ ସାଧାରଣ ଏ ଜୀବନ । ନାଁ ଦେଇପାରିବି ମୁଁ ଅଗ୍ନି ପରୀକ୍ଷା ନାଁ…

ଅଧିକ ପଢ଼ନ୍ତୁ
mo-bou-bhari-bhala

ମୋ ବୋଉ ଭାରି ଭଲ

ମୋ ବୋଉକୁ ଯିଏବି କଷ୍ଟ ଦିଏ, ମୋ ବୋଉ ତାକୁ ବେଶୀ ଭଲପାଏ । କାରଣ ମୋ ବୋଉ ଭାରି ଭଲ । ଯୈଥପରିବାରେ ସମସ୍ତଙ୍କୁ ଆପଣାର କରିବା ପାଇଁ ନିଜ ସ୍ୱପ୍ନକୁ ଭାଙ୍ଗିଦିଏ, କାରଣ ମୋ ବୋଉ ଭାରି ଭଲ । କାହାର ଦେହ ଖରାପ ହେଲେ ଡହ ଡହ ତାତିରେ ଖାଲି ପାଦରେ ମନ୍ଦିର ଯାଏ, କାରଣ ମୋ ବୋଉ ଭାରି ଭଲ । ଘରର ସମସ୍ତେ ନଖାଇବା ଯାଏ ରୋଷେଇଘରକୁ ଜଗି ସେମିତି…

ଅଧିକ ପଢ଼ନ୍ତୁ
Mun Janena Tamaku

ମୁଁ ଜାଣେନା ତମକୁ

କିଏ ତମେ? ମୁଁ ଜାଣେନା ତମକୁ । ତମେ କେବେ ସତରେ ଆସିନ ମୋ ସାମ୍ନାକୁ ସାରା ଦୁନିଆ ଶୋଇଗଲା ପରେ ପଲକଟେ ପାଇଁ ଆସ ସ୍ୱପ୍ନକୁ । ତମ ନା ଜାଣେନା, ଜାଣେନା ଠିକଣା ତଥାପି ଚିହ୍ନା ଚିହ୍ନା ଲାଗ ମନକୁ କେବେ କେମିତି ମନେପଡ଼ିଗଲେ ସ୍ମିତହାସ୍ୟ ଉଙ୍କିମାରେ ଓଠରେ ପୁଣି ଲୁହ ଆସେ ଆଖିକୁ । ଭାବନାରେ ଭାବି ଭାବି କବିତାରେ ଆଙ୍କିଛି ତମକୁ ହେଲେ ପାଉନି ତମ ଛବି ଯାହା ଦେଖେଇବି ଏ‌…

ଅଧିକ ପଢ଼ନ୍ତୁ
Odia Poem on Winter - Sitadine mo gaon

ଶୀତଦିନେ ମୋ ଗାଁ

ସବୁଦିନଠାରୁ ବେଶୀ ଚଳଚଞ୍ଚଳ ଲାଗେ ଭାରି ନୂଆ ନୂଆ । ବେଳ କାହିଁ, ଅଳସୁଆ ହୋଇ ଶୋଇବାକୁ ଅବା ନିଆଁ ପୋଇଁବାକୁ ଫସଲ ଅମଳର ବେଳ ଯେ ପେଟ ପାଟଣା କଥା ଯେ ଶୀତକୁ ଡରି, ଥରେ ହେଳା କରିଦେଲେ ହାତୀ ପଶି ଦଳିଦେବ ନହେଲେ ଲଘୁଚାପ ଧୋଇନେବ । ସେଥିପାଇଁ ତ ସବୁଦିନଠାରୁ ବେଶୀ ଚଳଚଞ୍ଚଳ ଲାଗେ ଭାରି ନୂଆ ନୂଆ ଶୀତ ଦିନେ ମୋ ଗାଁ । ତାରା ରାଣୀ ନାୟକତାରା ରାଣୀ ନାୟକ…

ଅଧିକ ପଢ଼ନ୍ତୁ