ସୁଶ୍ରୀ ସଙ୍ଗୀତା ସେଠୀ

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Odiad Story Aparahna (ଅପରାହ୍ନ) by Sushree Sangita Sethy

ଅପରାହ୍ନ

ଦୃଶ୍ୟ-୧ ଆଖି ଖୋଲିଲା ପରେ ନୀଳ ଆକାଶ । ଆକାଶରେ କିଚିରି ମିଚିରି କରି ଉଡ଼ୁଛନ୍ତି ମୁକ୍ତ ପକ୍ଷୀ । ଚାରିପାଖରେ ୧୦-୧୫ ଜଣ ଲୋକ । ଲୋକମାନେ ପାଣି ଛାଟିବାରୁ ହୋସ୍ ଆସିବା ପରେ ଦେଖୁଥାନ୍ତି ଏସବୁ ଦୃଶ୍ୟ ବୁଢ଼ୀ ମାଉସୀଜଣକ । ଅପରାହ୍ନ ୫ଟା ହେବ । ବାଉଳି ହେଉଥାନ୍ତି ମୁଁ କୋଉଠି ପୁଅ !? ଲୋକମାନେ ବାଉଳି ହେଉଥାନ୍ତି ତମେ କିଏ ମାଉସୀ? କୋଉଠୁ ଆସିଛ?? ଏଇଟା ପୁରୀ । ଏଠି କେମିତି ପହଞ୍ଚିଲ? ମାଉସୀ କାନ୍ଦି କାନ୍ଦି କହୁଥାନ୍ତି – ମୋର…

ଅଧିକ ପଢ଼ନ୍ତୁ
Odia Poem Jhure Se sita (ଝୁରେ ସେ ଶୀତ) by Sushree Sangita Sethy

ଝୁରେ ସେ ଶୀତ

ମନେପଡ଼ୁରେ ତୁ ଆଜି ଶୀତ କେମିତି ପିଲାଦିନେ ତୁ ଆସିଥିଲୁ ମୋ ଗାଁ’କୁ ଉତ୍ତରା ପବନେ ଥରେଇ, ମୋ କର୍ମଚଞ୍ଚଳ ଗାଆଁଟି ହୋଇଯାଉଥିଲା ଶୁନଶାନ୍ ତୋ’ର କ୍ରୁର ହେମାଳରେ ନିର୍ଜ୍ଜନ ସାଜୁଥିଲା ବାଟ ଖାାଲି ତୋ’ ପାାଇଁ । ଚୁଲି ମୁଣ୍ଡ ସତେ ତୋ’ର ନିବାରଣ ସବୁରି ସାହା ଭରସା ତୋ’ ଦାଉରୁ ପାଇବାକୁ ରକ୍ଷା ଏ ଜାଡ଼ ରାକ୍ଷସଠୁ, ଜେଜେମା କହେ ଗପ ଚୁଲି ମୁଣ୍ଡେ ବସି କୋଳେ ବସାଇ ଗେହ୍ଲା ନାତିକୁ କିଛି ସୁନ୍ଦର ସମୟ…

ଅଧିକ ପଢ଼ନ୍ତୁ
Odia Story Bandhuta (ବନ୍ଧୁତା) by Sushree Sangita Sethy

ବନ୍ଧୁତା

ସ୍କୁଲ ଜୀବନ ପରେ ଆଉ ଏକ ସୁନ୍ଦର ଅଧ୍ୟାୟ ଆସେ । ଅବଶ୍ୟ ସ୍କୁଲ ଜୀବନ ସବୁଠୁ ସୁନ୍ଦର ଥାଏ କିନ୍ତୁ କଲେଜ ଜୀବନ ବି କିଛି ଖରାପ ନୁହେଁ ଯଦି ସେମିତି ଉତୁପାତିଆ ସାଙ୍ଗଟେ ମିଳିଯାଏ ତୁମକୁ ହସେଇବାକୁ ତ ତୁମକୁ ରଗେଇବାକୁ ପୁଣି କେତେବେଳେ ତମ ସହ ମିଶି ଦୁଷ୍ଟାମି କରିବାକୁ । ସେ ସମୟରେ ହୁଏତ ଲାଗେ ମତେ ଏମିତି ଗୋଟେ ସାଙ୍ଗ କାହିଁକି ମିଳିଲା ପ୍ରଭୁ ! କିନ୍ତୁ ପରେ କଲେଜ ସରି ଜୀବନ ଯେତେବେଳେ…

ଅଧିକ ପଢ଼ନ୍ତୁ
Odia Story Chuli (ଚୁଲି) by Sushree Sangita Sethy

ଚୁଲି

ଜେଜେମା ସମୟରେ, ଜେଜେମା ଭୋର୍ ୫ଟାରୁ ଉଠି ଚୁଲିରୁ ପାଉଁଶ କାଢ଼ି, ଚୁଲିକୁ ଲିପି ସଫା ସୁତୁରା କରି ଚାହା ତିଆରି କରି ପିଉଥିଲା । ମୁଁ ତ ଜେଜେମାର ଲାଙ୍ଗୁଡ଼ । ସେ ଶୁଏ ତ ମୁଁ ତା’ କୋଳରେ ଶୁଏ, ସେ ଯେତେବେଳେ ଉଠେ ମୁଁ ସେତେବେଳେ ଉଠେ । ସେ ଚାହା କରି ନିଜେ ପିଏ ମତେ ବି ଟିକେ ଚଖେଇ ଦିଏ । ଚା’ ଧୀରେଧୀରେ ଜେଜେମାର ପ୍ରାଣ ସହ ମୋର ବି ହେଇଗଲା । ଯାହା ବି…

ଅଧିକ ପଢ଼ନ୍ତୁ
He Mo Utkala (ହେ ମୋ ଉତ୍କଳ) Odia Poem by Sushree Sangita Sethy

ହେ ମୋ ଉତ୍କଳ

ହେ ମୋ ଉତ୍କଳ ମୋ ଜନନୀ ପବିତ୍ର ଭୂମି, ସବୁଜିମା, ତଟିନୀ ପ୍ରାଣ ତୁ ଏ ଓଡ଼ିଆ ଜାତିର ତୋ’ ପାଇଁ ଝରେ ସମ୍ମାନ ନିର୍ଝରଣୀ । ଜନ୍ମ ନେଇ ତୋ’ କୋଳେ ହେଇଛି ଧନ୍ୟ ତୋ ପବିତ୍ର ମାଟି ବୋଳି ହେଇ ଦେହେ ଲୋଟିଛି ସେଥିରେ ଭାବି ତତେ ଫଗୁ ପାଇଛି ତୋ’ ସ୍ନେହର ବାସ୍ନା ଯାହା ଅନନ୍ୟ । ଜୀବନ ତରି ତୁ କେତେ ଜୀବିକାର ତୋ’ ମହାନଦୀ ମୂକସାକ୍ଷୀ ତାହାର, ତୋ’ ପଣତ ଉପରେ ଏ…

ଅଧିକ ପଢ଼ନ୍ତୁ