ସୁଶ୍ରୀ ସଙ୍ଗୀତା ସେଠୀ

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Odia Poem Deepavali (ଦୀପାବଳି) by Sushree Sangita Sethy

ଦୀପାବଳି

ଅନ୍ଧାର ଉପରେ ଆଲୋକର ବିଜୟ ନେଇ ଆସେ ଦୀପାବଳି, ସବୁରି ମନର ଉଲ୍ଲାସ, ହରଷ ଆଙ୍କିଦିଏ ଧରି ତୂଳୀ ! ଆବାଳବୃଦ୍ଧବନିତାଙ୍କ ମନେ ଉତ୍ସାହ ଲହରୀ ଯାଏ ଖେଳି, ଘରେ ଘରେ ଚାଲେ ପର୍ବର ପ୍ରସ୍ତୁତି ପୁଲକ ହୃଦୟେ ଢାଳି ! ସଜ ଶୀତୁଆ ସକାଳ ଆଣିଦିଏ କୋଳାହଳ ଆଉ ମେଳି ସାଜସଜ୍ଜା ପାଇଁ ତତ୍ପର ସଭିଏଁ ଦୀପ ସାଥେ ସଳିତା ବଳି ! କାଉଁରୀ କାଠି ସଜ, ପୟା ଡକା ପାବନ କରନ୍ତି ମିଳି, କାକରା,…

ଅଧିକ ପଢ଼ନ୍ତୁ
Odia Poem Kumara Punein Janha (କୁଆଁର ପୁନେଇଁ ଜହ୍ନ) by Sushree Sangita Sethy

କୁଆଁର ପୁନେଇଁ ଜହ୍ନ

କୁଆଁର ପୁନେଇଁ ଜହ୍ନ କୁଆଁରୀ ମନ ଛନଛନ, ବେଗେ ବନ୍ଦେଇବାକୁ ଚାନ୍ଦ ଝିଅଙ୍କ ମନ ଯେ ଉଚ୍ଛନ୍ନ । ନୂଆ ଜାମା ପିନ୍ଧି ସଜ ଝିଅଙ୍କ ପରା ଏ ଉତ୍ସବ, କୁମାର ମିଳିବେ ମନପସନ୍ଦର ସେଥିପାଇଁ ଏ ଓଷା, ପରବ । କୁଆଁର ପୁନେଇଁ ଚାନ୍ଦ ଖୁସି ନେଇ ଉଦୟ ହେବ, ଝିଅଙ୍କୁ ଦେଇ ଆଶିଷ ତାଙ୍କ ମନବାଞ୍ଛା ପୂର୍ଣ୍ଣ କରିବ । ନଡ଼ିଆ, ଖସାଲଡ଼ୁ, ତାଳଗଜା ସାଥେ କୁଆଁର ପୁନେଇଁ ପସରା, କଦଳୀ, ଆଖୁ, ଉଖୁଡ଼ା,…

ଅଧିକ ପଢ଼ନ୍ତୁ
Odia Poem Maa ra Parba (ମା'ର ପର୍ବ) by Sushree Sangita Sethy

ମା’ର ପର୍ବ

ଧବଳ ଆକାଶ ଶ୍ୱେତ କାଶତଣ୍ଡୀ ସ୍ୱଚ୍ଛ ନିର୍ମଳ ଶରତେ, ଦୁର୍ଗତିନାଶିନୀ, ମହିଷାମର୍ଦ୍ଦିନୀ ମା’ ଧରାକୁ ପାଦ ଥାପେ ! କାଶତଣ୍ଡୀ ସଜାଇ ତା’ ବାଟ ଗାଏ ଆସ ମାଏ ଆସ ବେଗେ, ଏ ଧରା, ଗଗନ ପ୍ରକମ୍ପିତ ହେଉ ତୁମ ଜୟକାର ନାଦେ ! ଶଙ୍ଖ, ଘଣ୍ଟ ଧ୍ୱନି, ଅଗୁର, କର୍ପୂରେ ଶୁଦ୍ଧ ହେଉ ଏ ସଂସାର, ନାଶ ହେଉ ସବୁ ନକାରାତ୍ମକ ଶକ୍ତି ଭରିଯାଉ ଆଶିଷେ ଅଗଣା, ଘର ! ମୁଖରିତ ହେଉ ଗାଁ ଦାଣ୍ଡ…

ଅଧିକ ପଢ଼ନ୍ତୁ
Odia Poem Raja Mauja (ରଜ ମଉଜ) by Sushree Sangita Sethy

ରଜ ମଉଜ

ଆସିଲାରେ ରଜ ମଉଜ ନେଇ କରୋନା ମହାମାରୀକୁ ହରେଇ ଚାଲରେ ବାଳାଏ ହୋଇବା ସଜ ଆଜି ପରା ରଜ ସଜବାଜ । ପାଦରେ ପାଉଁଜି ଆଉ ଅଳତା ହାତରେ ମେହେନ୍ଦି ସେ ନାଲି ଛିଟା ହାତରେ ବାଜୁ ଚୁଡ଼ି ରୁଣୁଝୁଣୁ ରଜ ଦୋଳି ଖାଲି ରାତିଟା ଗଣୁ । ରାତି ପାହିଲେ ପରା ପହିଲି ରଜ କୁମାରୀମାନଙ୍କ ବଡ଼ ମଉଜ, ସଜବାଜ ହେଇ ଖେଳନ୍ତି ଦୋଳି ପାନ ସାଥେ ଗୀତ ଗାଇ କରନ୍ତି ମେଳି । କୋଳାହଳ…

ଅଧିକ ପଢ଼ନ୍ତୁ
Odia Poem Nua Barasa (ନୂଆ ବରଷ) by Sushree Sangita Sethy

ନୂଆ ବରଷ

ନୂଆ ବରଷ, ନୂଆ ହରଷ ଆସୁଛି ନେଇ ନୂଆ ପ୍ରକାଶ ସବୁରି ମୁହଁରେ ଫୁଟାଇ ହସ । ନୂତନ ଆଶା ଆଉ ଭରସା ନୂଆ ପ୍ରକାଶ ନୂଆ ପ୍ରତୀକ୍ଷା ଗଢ଼ୁଛି ନିତି ମନରେ ବସା । ଖୁସି ଜୁଆର ହୃଦୟେ ଉଠେ ନୂଆ କିରଣ ପରଶେ ଫୁଟେ ସବୁଜିମାରେ ଧରଣୀ ଲୋଟେ । ଆତ୍ମା ସଞ୍ଚାରେ ନୂଆ ମହକ ନୂଆ ଅନୁଭୂତି ଖୋଜେ ପଲକ ଖୁସିର ବାସ୍ନା ଭରେ ଆଲୋକ । ପ୍ରତି ପ୍ରାଣରେ ନୂଆ ଜାଗରଣ…

ଅଧିକ ପଢ଼ନ୍ତୁ